ହିନ୍ଦୁ ବିରୋଧୀ ବୟାନ ଦେଇ ବିଦା ହେଲେ ପାକ୍‌ ମନ୍ତ୍ରୀ

ଇସ୍‌ଲାମାବାଦ: ହିନ୍ଦୁ ସଂପ୍ରଦାୟ ପ୍ରତି ଅରୁଚିକର ମନ୍ତବ୍ୟ ଦେବା ପାକିସ୍ତାନ ପଞ୍ଜାବ ପ୍ରଦେଶର ଜଣେ ମନ୍ତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ହିନ୍ଦୁଙ୍କୁ ଅପମାନିତ କରିବା ଭଳି ମନ୍ତବ୍ୟ ଦେଇଥିବାରୁ ଆଜି ପଞ୍ଜାବ ପ୍ରଦେଶର ସୂଚନା ଓ ସଂସ୍କୃତି ମନ୍ତ୍ରୀ ଫୟଜୁଲ ହାସନ ଚୌହ୍ୱାନଙ୍କୁ ପଦରୁ ବିଦା କରାଯାଇଛି। ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ଶ୍ରୀ ଚୌହ୍ୱାନ ଇସ୍ତଫା ଦିଅନ୍ତୁ ବୋଲି ବିଭିନ୍ନ ସଂଗଠନ ଓ ରାଜନେତା ଦାବି କରିଥିଲେ। ଶେଷରେ ସେ ଆଜି ସନ୍ଧ୍ୟାରେ ଇସ୍ତଫା ଦେଇଛନ୍ତି। […]

pl

Hemant Lenka
  • Published: Tuesday, 05 March 2019
  • , Updated: 05 March 2019, 07:32 PM IST

ଇସ୍‌ଲାମାବାଦ: ହିନ୍ଦୁ ସଂପ୍ରଦାୟ ପ୍ରତି ଅରୁଚିକର ମନ୍ତବ୍ୟ ଦେବା ପାକିସ୍ତାନ ପଞ୍ଜାବ ପ୍ରଦେଶର ଜଣେ ମନ୍ତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ହିନ୍ଦୁଙ୍କୁ ଅପମାନିତ କରିବା ଭଳି ମନ୍ତବ୍ୟ ଦେଇଥିବାରୁ ଆଜି ପଞ୍ଜାବ ପ୍ରଦେଶର ସୂଚନା ଓ ସଂସ୍କୃତି ମନ୍ତ୍ରୀ ଫୟଜୁଲ ହାସନ ଚୌହ୍ୱାନଙ୍କୁ ପଦରୁ ବିଦା କରାଯାଇଛି।

ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ଶ୍ରୀ ଚୌହ୍ୱାନ ଇସ୍ତଫା ଦିଅନ୍ତୁ ବୋଲି ବିଭିନ୍ନ ସଂଗଠନ ଓ ରାଜନେତା ଦାବି କରିଥିଲେ। ଶେଷରେ ସେ ଆଜି ସନ୍ଧ୍ୟାରେ ଇସ୍ତଫା ଦେଇଛନ୍ତି।

ତାଙ୍କ ଇସ୍ତଫା ପତ୍ରକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଉସମାନ ବୁଜଦାର ଗ୍ରହଣ କରିଛନ୍ତି। ପାକିସ୍ତାନ ତେହେରିକ –ଏ-ଇନସାଫ୍‌(ପିଟିଆଇ)ର ଏହି ସଦସ୍ୟ ଶୁକ୍ରବାର ହିନ୍ଦୁଙ୍କୁ ଅପମାନିତ କରିବା ଭଳି ମନ୍ତବ୍ୟ ଦେଇଥିଲେ। ଏଭଳି ମନ୍ତବ୍ୟକୁ ପାକ୍‌ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନ ମଧ୍ୟ ନିନ୍ଦା କରିଥିଲେ।

Related story