ନଗର କୀର୍ତ୍ତନ ପାଇଁ ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଅମୃତସର: ଗୁରୁ ନାନକଙ୍କ ୫୫୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ପାକିସ୍ତାନର ନାନକ ଶାହିବ ଠାରେ ପ୍ରସିଦ୍ଧ ‘ନଗର କୀର୍ତ୍ତନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମକୁ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି ପକ୍ଷରୁ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କମିଟି ପକ୍ଷରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ନିମନ୍ତ୍ରଣ କରାଯାଇଛି। କମିଟିର ସଭାପତି ଗୋବିନ୍ଦ ସିଂହ ଲୋଙ୍ଗୋୱାଲ କହିଛନ୍ତି, “ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ରାଜ୍ୟପାଳ ଭିପି ସିଂହ ବଡ଼ନୋରେଙ୍କୁ ମଧ୍ୟ ଏହି […]

a

Hemant Lenka
  • Published: Friday, 12 July 2019
  • , Updated: 12 July 2019, 03:56 PM IST

ଅମୃତସର: ଗୁରୁ ନାନକଙ୍କ ୫୫୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ପାକିସ୍ତାନର ନାନକ ଶାହିବ ଠାରେ ପ୍ରସିଦ୍ଧ ‘ନଗର କୀର୍ତ୍ତନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମକୁ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି ପକ୍ଷରୁ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କମିଟି ପକ୍ଷରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ନିମନ୍ତ୍ରଣ କରାଯାଇଛି।

କମିଟିର ସଭାପତି ଗୋବିନ୍ଦ ସିଂହ ଲୋଙ୍ଗୋୱାଲ କହିଛନ୍ତି, “ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ରାଜ୍ୟପାଳ ଭିପି ସିଂହ ବଡ଼ନୋରେଙ୍କୁ ମଧ୍ୟ ଏହି କୀର୍ତ୍ତନରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ଜୁଲାଇ ୨୫ରେ ପବିତ୍ର ସ୍ନାନ ପରେ ଗୁରୁ ନାନକଙ୍କ ଜନ୍ମସ୍ଥାନ ନାନକ ଶାହିବଠାରୁ ପ୍ରସିଦ୍ଧ ନଗର କୀର୍ତ୍ତନ ଆରମ୍ଭ ହେବ।

ଏକାଧିକ ପ୍ରଖ୍ୟାତ ଧର୍ମଗୁରୁଙ୍କ ସମେତ ୫୫୦ ଜଣ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମ ପାଇଁ ପାକିସ୍ତାନ ଯିବେ। ନଗର କୀର୍ତ୍ତନ ୱାଘା-ଅଟ୍ଟାରୀ ସୀମାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲଙ୍କ ଭଳି ବ୍ୟକ୍ତିବିଶେଷମାନେ ଶ୍ରଦ୍ଧାଳୁଙ୍କୁ ସ୍ୱାଗତ କରିବେ। ଏଥିପାଇଁ ସେମାନଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇଛି।”

Related story