ଭାରତକୁ ଯୁଦ୍ଧ ଧମକ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌

ଇସ୍‌ଲାମାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ଆଜି ପାକିସ୍ତାନ ତା’ର ସ୍ୱାଧୀନତା ଦିବସ ପାଳନ କରୁଛି। ତେବେ ପାକିସ୍ତାନ ଏହି ଦିନଟିକୁ କଶ୍ମୀର ସଲିଡାରିଟି ଡେ’ ଭାବେ ନାମିତ କରିଛି। ଏହି ଅବସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତ ସହ ଯୁଦ୍ଧ କରିବାକୁ ଇସ୍‌ଲାମାବାଦ ପଛାଇବ ନାହିଁ ବୋଲି ଖୋଲାଖୋଲି ଧମକ ଦେଇଛନ୍ତି। ପାକ ଅଧିକୃତ କଶ୍ମୀର ବା ପିଓକରେ ଅନୁଷ୍ଠିତ […]

ng

Hemant Lenka
  • Published: Wednesday, 14 August 2019
  • , Updated: 14 August 2019, 05:29 PM IST

ଇସ୍‌ଲାମାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ଆଜି ପାକିସ୍ତାନ ତା’ର ସ୍ୱାଧୀନତା ଦିବସ ପାଳନ କରୁଛି।

ତେବେ ପାକିସ୍ତାନ ଏହି ଦିନଟିକୁ କଶ୍ମୀର ସଲିଡାରିଟି ଡେ’ ଭାବେ ନାମିତ କରିଛି। ଏହି ଅବସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତ ସହ ଯୁଦ୍ଧ କରିବାକୁ ଇସ୍‌ଲାମାବାଦ ପଛାଇବ ନାହିଁ ବୋଲି ଖୋଲାଖୋଲି ଧମକ ଦେଇଛନ୍ତି।

ପାକ ଅଧିକୃତ କଶ୍ମୀର ବା ପିଓକରେ ଅନୁଷ୍ଠିତ ଏକ ସଭାରେ ଉଦ୍‌ବୋଧନ ଦେଇ ଇମ୍ରାନ୍‌ କହିଛନ୍ତି, “କଶ୍ମୀରର ସ୍ୱାଧୀନତା ପାଇଁ ଆମ ଦେଶର ଲୋକମାନେ ଲଢ଼େଇ କରିବାକୁ ଏବେଠାରୁ ପ୍ରସ୍ତୁତ ହୋଇସାରିଲେଣି। ବର୍ତ୍ତମାନ ଭାରତ ସରକାର ଜମ୍ମୁ-କଶ୍ମୀରରେ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା ଏକ ବିପଦଜ୍ଜନକ ସ୍ଥିତି ସୃଷ୍ଟି କରିଛି।

ଜମ୍ମୁ-କଶ୍ମୀରରେ ଭାରତ ସରକାର ସଂପୂର୍ଣ୍ଣ ଭାବେ କର୍ଫ୍ୟୁ ଲାଗୁ କରି ସେଠାରେ ନରସଂହାର କରିବାରେ ବ୍ୟସ୍ତ ଅଛନ୍ତି। ମାନବାଧିକାରକୁ ସେଠାରେ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରାଯାଉଛି। ଏକଥା ଆମେ ସମସ୍ତେ ଭଲ ଭାବେ ଜାଣିଛୁ।

"ସେ(ନରେନ୍ଦ୍ର ମୋଦି) ତାଙ୍କର ଶେଷ କାର୍ଡ ଖେଳିଛନ୍ତି। ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ଭାରତ ସରକାର ଭୁଲିଯିବା ଉଚିତ ନୁହେଁ। କଶ୍ମୀର ବିଶ୍ୱ ସମୂଦାୟର ରାଡାର ମଧ୍ୟରେ ନାହିଁ। କିନ୍ତୁ ପାକିସ୍ତାନ କଶ୍ମୀରରେ ଘଟୁଥିବା ଘଟଣାକୁ ଦେଖି ଆଖି ବନ୍ଦ କରିପାରିବ ନାହିଁ। ଆମକୁ କଶ୍ମୀର ପ୍ରସଙ୍ଗ ବିଶ୍ୱବାସୀଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ। ମୁଁ କଶ୍ମୀରର ରାଷ୍ଟ୍ରଦୂତ ହେବାକୁ ରାଜି ଅଛି। ମୁଁ ରାଷ୍ଟ୍ରଦୂତ ହୋଇ କଶ୍ମୀରରେ ଚାଲିଥିବା ନରସଂହାର ଓ ମାନବାଧିକାରର ହନନ ଘଟଣାକୁ ବିଶ୍ୱର ସମସ୍ତ ପ୍ଲାଟଫର୍ମରେ ଉଠାଇବି। କଶ୍ମୀରର ବିକାଶ ହେବା ଦରକାର।

କଶ୍ମୀରବାସୀ ନ୍ୟାୟ ପାଇବା ଉଚିତ। ଆମେ ଏକଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜଣାଇଛୁ। ଓଆଇସି ମଧ୍ୟ ଏ ସମ୍ପର୍କରେ ଅବଗତ ରହିଛି। ଆମ ସେନା ଦୀର୍ଘ ୨୦ ବର୍ଷ ହେଲାଣି ଆତଙ୍କବାଦ ବିରୋଧରେ ଲଢ଼େଇ କରୁଛନ୍ତି। ଆମ ଲୋକମାନେ ସ୍ୱାଧୀନତା ପାଇଁ ଲଢ଼େଇ କରିବାକୁ ପ୍ରସ୍ତୁତ ଅଛନ୍ତି।

ଆମେ ଏବେ ଆଉ କୌଣସି କଥାକୁ ସହ୍ୟ କରିପାରିବୁ ନାହିଁ। ଆମ ସେନା ଓ ଲୋକମାନେ କଶ୍ମୀର ପାଇଁ ଏବେ ପୂରା ଦମରେ ଲଢ଼େଇ କରିବେ। ଆଜି ପାକିସ୍ତାନ କଶ୍ମୀର ସଲିଡାରିଟି ଡେ’ ପାଳନ କରୁଛି। ସାଧାରଣ ଲୋକ ଓ ଆଉ ସେନା ମିଳିତ ଭାବେ କଶ୍ମୀରର ସ୍ୱାଧୀନତା ଲଢ଼େଇରେ ନିଜକୁ ସାମିଲ କରିବେ।”

ଇମ୍ରାନ୍‌ ଖାନ୍‌ ଏଥିସହ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର 'ହିନ୍ଦୁବାଦ ଏଜେଣ୍ଡା'କୁ ମଧ୍ୟ ସମାଲୋଚନା କରିଛନ୍ତି। କହିବା ବାହୁଲ୍ୟ, ଏଭଳି ବକ୍ତବ୍ୟ ରଖି ଭାରତରେ ରହୁଥିବା ପ୍ରାୟ ୧୮ କୋଟି ମୁସଲିମଙ୍କୁ ସେ ଉସକାଇବା ପାଇଁ ଚେଷ୍ଟା କରିଛନ୍ତି।

Related story