ମୋଦିଙ୍କ ନାଁ ଧରିବା କ୍ଷଣି କରେଣ୍ଟ ଖାଇଲେ ପାକ୍‌ ମନ୍ତ୍ରୀ, ଦେଖନ୍ତୁ ଭିଡିଓ

ଇସ୍‌ଲାମାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ପାକିସ୍ତାନ ସରକାର ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନେକ ସମାଲୋଚନା କରୁଛନ୍ତି। ଏପରି କି ଭାରତକୁ ପାକିସ୍ତାନ ରେଳମନ୍ତ୍ରୀ ସିଧାସଳଖ ଯୁଦ୍ଧ ଧମକ ମଧ୍ୟ ଦେଇଥିଲେ। ହେଲେ ଏବେ ଭଗବାନଙ୍କୁ ମଧ୍ୟ ପାକିସ୍ତାନର ଏଭଳି ବୟାନବାଜୀ ଭଲ ଲାଗୁନାହିଁ। କାରଣ ଯେଉଁ ପାକ୍‌ ରେଳମନ୍ତ୍ରୀ ଶେଖ ରଶିଦ ଭାରତକୁ ଯୁଦ୍ଧ ଧମକ ଦେଉଥିଲେ ଆଜି ସେ କରେଣ୍ଟ ମାଡ଼ ଖାଇଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା […]

r

Hemant Lenka
  • Published: Friday, 30 August 2019
  • , Updated: 30 August 2019, 03:36 PM IST

ଇସ୍‌ଲାମାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ପାକିସ୍ତାନ ସରକାର ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନେକ ସମାଲୋଚନା କରୁଛନ୍ତି। ଏପରି କି ଭାରତକୁ ପାକିସ୍ତାନ ରେଳମନ୍ତ୍ରୀ ସିଧାସଳଖ ଯୁଦ୍ଧ ଧମକ ମଧ୍ୟ ଦେଇଥିଲେ। ହେଲେ ଏବେ ଭଗବାନଙ୍କୁ ମଧ୍ୟ ପାକିସ୍ତାନର ଏଭଳି ବୟାନବାଜୀ ଭଲ ଲାଗୁନାହିଁ। କାରଣ ଯେଉଁ ପାକ୍‌ ରେଳମନ୍ତ୍ରୀ ଶେଖ ରଶିଦ ଭାରତକୁ ଯୁଦ୍ଧ ଧମକ ଦେଉଥିଲେ ଆଜି ସେ କରେଣ୍ଟ ମାଡ଼ ଖାଇଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ଧରିବା କ୍ଷଣି ତାଙ୍କୁ ଏହି ଇଲେକ୍ଟ୍ରିକ ଝଟକା ଲାଗିଛି।

ଆଜି ପାକିସ୍ତାନ ପକ୍ଷରୁ ଜମ୍ମୁ-କଶ୍ମୀର ପାଇଁ ବନ୍ଦ ପାଳନ କରାଯାଉଛି। କଶ୍ମୀରବାସୀଙ୍କ ପାଇଁ ପାକିସ୍ତାନ ସରକାର ଛିଡ଼ା ହୋଇଛନ୍ତି ବୋଲି ଜଣାଇବା ପାଇଁ ଇମ୍ରାନ୍‌ ଖାନ୍‌ ସରକାର ଏଭଳି ବନ୍ଦ ପ୍ରହସନ କରୁଛନ୍ତି। #KashmirHour ନାଁରେ ମଧ୍ୟ ଏକ ଅଭିଯାନ ଆରମ୍ଭ ହୋଇଛି।

ଆଜି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପାକ୍‌ ରେଳମନ୍ତ୍ରୀ ରଶିଦ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିବାକୁ ଚେଷ୍ଟା କରିଥିଲେ। ହେଲେ ମୋଦିଙ୍କ ନାଁ ନେବା କ୍ଷଣି ସେ ଧରିଥିବା ମାଇକ୍‌ଟିରେ ହଠାତ୍‌ କରେଣ୍ଟ ଚାର୍ଜ ହୋଇଯାଇଥିଲା। ଏହି ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଅନେକ ଟ୍ୱିଟର ବ୍ୟବହାରକାରୀ କହିଛନ୍ତି ଯେ “ପାକିସ୍ତାନ କଶ୍ମୀରକୁ ନେଇ ଯେଉଁ ଅପପ୍ରଚାର କରୁଛି, ତାକୁ ଭଗବାନ ବି ସହି ପାରୁ ନାହାନ୍ତି। ତେଣୁ ପାକ୍‌ ମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ଧରିବା କ୍ଷଣି ବିଦ୍ୟୁତ ଆଘାତର ଶିକାର ହୋଇଛନ୍ତି।

ଦେଖନ୍ତୁ ଭିଡିଓ

https://twitter.com/i/status/1167359381567967232

Related story