ପାକିସ୍ତାନରେ ବି ବ୍ୟାନ୍‌ ହେଲା ଟିକଟକ

ଇସଲାମାବାଦ: ଚାଇନାକୁ ବନ୍ଧୁ ପାକିସ୍ତାନ ଜବରଦସ୍ତ ଝଟକା ଦେଇଛି। ଭାରତ ଭଳି ପାକିସ୍ତାନ ମଧ୍ୟ ନିଜ ଦେଶରେ ଚାଇନିଜ୍‌ ଭିଡିଓ ଆପ୍‌ ଟିକଟକ ଉପରେ ବ୍ୟାନ୍‌ ଲଗାଇଛି। ଅନୈତିକ ଓ ଅଶାଳୀନ କଣ୍ଟେଣ୍ଟକୁ ରୋକିବାରେ ଟିକଟକ ବିଫଳ ହୋଇଥିବାରୁ ପାକିସ୍ତାନ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ ଟେଲିକମ୍ୟୁନିକେସନ ଅଥୋରିଟି ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ବର୍ଗର ଲୋକ ଟିକଟକରେ ଦେଖାଯାଉଥିବା ଅନୈତିକ ଓ ଅଶାଳୀନ କଣ୍ଟେଣ୍ଟକୁ ନେଇ ଆପତ୍ତି ଉଠାଇଥିଲେ। ଏଗୁଡ଼ିକୁ ବନ୍ଦ କରିବା ପାଇଁ […]

j

Hemant Lenka
  • Published: Friday, 09 October 2020
  • , Updated: 09 October 2020, 08:09 PM IST

ଇସଲାମାବାଦ: ଚାଇନାକୁ ବନ୍ଧୁ ପାକିସ୍ତାନ ଜବରଦସ୍ତ ଝଟକା ଦେଇଛି। ଭାରତ ଭଳି ପାକିସ୍ତାନ ମଧ୍ୟ ନିଜ ଦେଶରେ ଚାଇନିଜ୍‌ ଭିଡିଓ ଆପ୍‌ ଟିକଟକ ଉପରେ ବ୍ୟାନ୍‌ ଲଗାଇଛି। ଅନୈତିକ ଓ ଅଶାଳୀନ କଣ୍ଟେଣ୍ଟକୁ ରୋକିବାରେ ଟିକଟକ ବିଫଳ ହୋଇଥିବାରୁ ପାକିସ୍ତାନ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ପାକିସ୍ତାନ ଟେଲିକମ୍ୟୁନିକେସନ ଅଥୋରିଟି ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ବର୍ଗର ଲୋକ ଟିକଟକରେ ଦେଖାଯାଉଥିବା ଅନୈତିକ ଓ ଅଶାଳୀନ କଣ୍ଟେଣ୍ଟକୁ ନେଇ ଆପତ୍ତି ଉଠାଇଥିଲେ। ଏଗୁଡ଼ିକୁ ବନ୍ଦ କରିବା ପାଇଁ ଟିକଟକକୁ କୁହାଯାଇଥିଲା। ହେଲେ ଟିକଟକ ଏଥିରେ ବିଫଳ ହୋଇଛି। ଫଳରେ ଆମେ ଟିକଟକକୁ ପାକିସ୍ତାନରେ ବନ୍ଦ କରିବାରକୁ ନିର୍ଦ୍ଦେଶ ଦେଇଛୁ। ଅନ୍ୟପକ୍ଷରେ ଟିକଟକ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।

ପାକିସ୍ତାନ ପକ୍ଷରୁ ଟିକଟକକୁ କୁହାଯାଇଛି ଯେ ସଂସ୍ଥା ଚାହିଁଲେ ସରକାରଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିପାରିବ ଓ ଦରକାର ପଡ଼ିଲେ ସରକାର ମଧ୍ୟ ଏହା ଉପରେ ପୁଣି ସମୀକ୍ଷା କରିପାରନ୍ତି।

ଏହାପୂର୍ବରୁ ଜାତୀୟ ସୁରକ୍ଷା ଦୃଷ୍ଟିରୁ ଭାରତରେ ଟିକଟକକୁ ବ୍ୟାନ କରାଯାଇଥିଲା।

Related story