ଇସଲାମାବାଦ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ସାଉଦି ଆରବ ଗସ୍ତରେ ପାକିସ୍ତାନ ଆକାଶ ମାର୍ଗକୁ ବ୍ୟବହାର କରିବା ପାଇଁ ଭାରତର ଅନୁରୋଧକୁ ପାକିସ୍ତାନ ପ୍ରତ୍ୟାଖ୍ୟାନ କରିଛି। ଅର୍ଥାତ ମୋଦିଙ୍କ ଭିଭିଆଇପି ବିମାନ ଅନ୍ୟ ମାର୍ଗ ଦେଇ ସାଉଦି ଯିବାକୁ ପରୋକ୍ଷରେ କହିଛି। ଜମ୍ମୁ-କଶ୍ମୀରରେ ମାନବ ଅଧିକାର ଉଲ୍ଲଂଘନ ହେଉଥିବା ଦର୍ଶାଇ ଏପରି କହିଛି ପାକିସ୍ତାନ।
ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କ୍ୟୁରେସି କହିଛନ୍ତି, ପାକିସ୍ତାନ ନିଷ୍ପତ୍ତି ନେଇଛି ମୋଦିଙ୍କ ବିମାନକୁ ଦେଶର ଆକାଶ ମାର୍ଗରେ ଉଡ଼ିବାକୁ ଅନୁମତି ଦିଆଯିବନି। ସୂଚନାଯୋଗ୍ୟ ଯେ, ରବିବାରକୁ ପାକିସ୍ତାନ ବ୍ଲାକ୍ ଡେ’ ଭାବେ ପାଳନ କରୁଛି। ଏହି ଦିନ ହିଁ ମୋଦିଙ୍କ ଗସ୍ତ ବାବଦରେ ଏଭଳି ନିଷ୍ପତ୍ତି ନିଆଯାଇଛି।
ମୋଦି ସୋମବାର ସାଉଦି ଆରବ ଗସ୍ତରେ ଯିବାର ଅଛି। ଏହି ଅବସରରେ ସେ ଅନ୍ତର୍ଜାତୀୟ ବ୍ୟବସାୟିକ ଫରମ୍ରେ ଯୋଗଦେବା ସହ ସାଉଦି ନେତୃତ୍ୱ ସହ ଆଲୋଚନା କରିବାର ଅଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Education
ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କଲା CBSE
ଦଶମ ଶ୍ରେଣୀ ଓ ଦ୍ୱାଦଶ ଶ୍ରେଣୀ ସିବିଏସ୍ଇ ବୋର୍ଡ ପରୀକ୍ଷା 2025 ଫେବୃଆରୀ 15ରୁ ଆରମ୍ଭ ହେବ। ସିବିଏସ୍ଇ ଏହାର ଆଧିକାରୀକ ୱେବସାଇଟ୍ 'cbse.gov.in'ରେ ପରୀକ୍ଷା ସୂଚୀ ପ୍ରକାଶ କରିଛି।
National
୬,୬୦୦ କୋଟିର ବିଟକଏନ ସ୍କାମ: FIR ରୁଜୁ କରି ତଦନ୍ତ ଆରମ୍ଭ କଲା ସିବିଆଇ
୬,୬୦୦ କୋଟି ଟଙ୍କାର ବିଟକଏନ ଠକେଇ ମାମଲାର ମାଷ୍ଟରମାଇଣ୍ଡ ହେଉଛନ୍ତି ଅମିତ ଭରଦ୍ୱାଜ ଓ ଅଜୟ ଭରଦ୍ୱାଜ। ସିବିଆଇ ଏହି ଦୁଇ ଜଣଙ୍କ ନାଁ ଏଫଆଇଆରରେ ଉଲ୍ଲେଖ କରିଛି। ହୃଦଘାତରେ ଅମିତ ପ୍ରାଣ ହରାଇ ସାରିଥିବା ବେଳେ ଅଜୟ ଏବେ ଫେରାର ରହିଛନ୍ତି।
Politics
ଝାରଖଣ୍ଡ ଏକଜିଟ ପୋଲ: ଆକ୍ସିସ ମାଇଁ ଇଣ୍ଡିଆକୁ ଛାଡ଼ି ଆଉ ସମସ୍ତେ କହିଲେ ବିଜେପି ଜିତିବ
ଝାରଖଣ୍ଡର ମୋଟ ୮୧ଟି ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୪୧।
Politics
ମହାରାଷ୍ଟ୍ରରେ ବିଗିଡ଼ିଲା ଖେଳ, ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ କଲେ ସିନ୍ଦେ ପରିବାର
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଲେ ବରିଷ୍ଠ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେ ଓ ତାଙ୍କ ଝିଅ ପ୍ରଣୀତି ସିନ୍ଦେ। ବିଗିଡ଼ିଲା ମହାବିକାଶ ଅଘାଡ଼ି ଗଣିତ।
Politics
ସରିଲା ଭୋଟ: ଆସିଲା ଏକଜିଟ ପୋଲ୍
ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୪୫।