ଭାରତକୁ ଅସ୍ତ୍ର ପଠାଉଥିବା ଆଉ ଏକ ପାକ୍‌ ଡ୍ରୋନ୍‌ ଠାବ

ନୂଆଦିଲ୍ଲୀ: ଡ୍ରୋନ୍‌ ଦ୍ୱାରା ପାକିସ୍ତାନ ଭାରତକୁ ଅସ୍ତ୍ରଶସ୍ତ୍ର ପଠାଇବାର ଆଉ ଏକ ପ୍ରମାଣ ସାମ୍ନାକୁ ଆସିଛି। ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ନେଇ ଭାରତକୁ ଆସିଥିବା ଏକ ଡ୍ରୋନକୁ ଆଜି ପାକ୍‌ ସୀମାନ୍ତକୁ ଲାଗିଥିବା ପଞ୍ଜାବର ଅଟ୍ଟାରୀରୁ ଠାବ କରାଯାଇଛି। ପାକିସ୍ତାନର ସ୍ଲିପର ସେଲ ଆତଙ୍କବାଦୀ ଭାବେ କାର୍ଯ୍ୟ କରୁଥିବା ଆକାଶଦୀପକୁ ଜେରା କରିବା ବେଳେ ପଞ୍ଜାବ ପୁଲିସ୍‌ର ଆତଙ୍କବାଦ ନିରୋଧ ସ୍କ୍ୱାଡ୍‌ ଏ ସମ୍ପର୍କରେ ତଥ୍ୟ ପାଇଥିଲା। ଏହାପରେ ଅଟ୍ଟାରୀର କେଉଁ ସ୍ଥାନରେ ଡ୍ରୋନ୍‌ ପଡ଼ିଥିଲା, ସେହି ସ୍ଥାନକୁ […]

sd

Hemant Lenka
  • Published: Friday, 27 September 2019
  • , Updated: 27 September 2019, 05:29 PM IST

ନୂଆଦିଲ୍ଲୀ: ଡ୍ରୋନ୍‌ ଦ୍ୱାରା ପାକିସ୍ତାନ ଭାରତକୁ ଅସ୍ତ୍ରଶସ୍ତ୍ର ପଠାଇବାର ଆଉ ଏକ ପ୍ରମାଣ ସାମ୍ନାକୁ ଆସିଛି। ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ନେଇ ଭାରତକୁ ଆସିଥିବା ଏକ ଡ୍ରୋନକୁ ଆଜି ପାକ୍‌ ସୀମାନ୍ତକୁ ଲାଗିଥିବା ପଞ୍ଜାବର ଅଟ୍ଟାରୀରୁ ଠାବ କରାଯାଇଛି। ପାକିସ୍ତାନର ସ୍ଲିପର ସେଲ ଆତଙ୍କବାଦୀ ଭାବେ କାର୍ଯ୍ୟ କରୁଥିବା ଆକାଶଦୀପକୁ ଜେରା କରିବା ବେଳେ ପଞ୍ଜାବ ପୁଲିସ୍‌ର ଆତଙ୍କବାଦ ନିରୋଧ ସ୍କ୍ୱାଡ୍‌ ଏ ସମ୍ପର୍କରେ ତଥ୍ୟ ପାଇଥିଲା।

ଏହାପରେ ଅଟ୍ଟାରୀର କେଉଁ ସ୍ଥାନରେ ଡ୍ରୋନ୍‌ ପଡ଼ିଥିଲା, ସେହି ସ୍ଥାନକୁ ଆକାଶଦୀପ ଆଜି ପୁଲିସ୍‌କୁ ନେଇ ଯାଇଥିଲା। ସେଠାରୁ ଏହି ପାକ୍‌ ଡ୍ରୋନ୍‌କୁ ଠାବ କରାଯାଇଛି। ଡ୍ରୋନ୍‌ଟି ଭାରତ ସୀମାନ୍ତରେ ଉଡ଼ୁଥିବା ବେଳେ ଏହାକୁ ସୁରକ୍ଷାକର୍ମୀମାନେ ଗୁଳି କରି ଖସାଇ ଦେଇଥିଲେ। ତେବେ ଆକାଶଦୀପ ଏହାକୁ ଭାରତୀୟ ସୁରକ୍ଷାକର୍ମୀଙ୍କ ହାତରେ ଲାଗିବା ପୂର୍ବରୁ ଲୁଚାଇ ଦେଇଥିଲା। ଜେରା ବେଳେ ସେ ଅଟ୍ଟାରୀ ସ୍ଥିତ ମାହାୱା ଗାଁରେ ଥିବା ଧାନ କ୍ଷେତ ମଧ୍ୟରେ ଏହାକୁ ଲୁଚାଇଥିବା ସ୍ୱୀକାର କରିଥିଲା। ଏହାପରେ ପୁଲିସ ପକ୍ଷରୁ ତା’କୁ ସେଠାକୁ ନିଆଯାଇ ଡ୍ରୋନଟିକୁ ଉଦ୍ଧାର କରାଯାଇଥିଲା। ତେବେ ଡ୍ରୋନ୍‌ଟି ଅର୍ଦ୍ଧଭଗ୍ନ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏଥିରେ ଜିପିଏସ୍‌ ବ୍ୟବସ୍ଥା ରହିଛି।

ଗତସପ୍ତାହରେ ପ୍ରଥମଥର ପାଇଁ ପାକିସ୍ତାନର ଡ୍ରୋନ୍‌ ଦ୍ୱାରା ଅସ୍ତ୍ରଶସ୍ତ୍ର ଭାରତକୁ ପଠାଇବାର ଷଡ଼ଯନ୍ତ୍ର ସାମ୍ନାକୁ ଆସିଥିଲା। ୮ ଦିନ ମଧ୍ୟରେ ପାକିସ୍ତାନ ପକ୍ଷରୁ ଚାଇନା ନିର୍ମିତ ଡ୍ରୋନ ୧୦ଥର ଭାରତରେ ପ୍ରବେଶ କରି ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ପଞ୍ଜାବର ଅମୃତସର, ତରତାରନ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ପକାଉଥିବା ଜଣାପଡ଼ିଥିଲା।

ପଞ୍ଜାବ ପୁଲିସ୍‌ ୪ ଜଣ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରିବା ପରେ ସେମାନଙ୍କ ଠାରୁ ପାକିସ୍ତାନରୁ ଆସିଥିବା ଏକେ-୪୭ ବନ୍ଧୁକ, ଗୁଳି, ବିସ୍ଫୋରକ ଓ ନକଲି ଟଙ୍କା ଜବତ କରାଯାଇଥିଲା। ଏଥିସହ ଏକ ଅର୍ଦ୍ଧଦଗ୍ଧ ଡ୍ରୋନ୍‌ ମଧ୍ୟ ତରତାରନଠାରୁ ପୁଲିସ୍‌ ଜବତ କରିଥିଲା। ଏହି ଡ୍ରୋନ ଦ୍ୱାରା ହିଁ ପାକିସ୍ତାନର ଅସ୍ତ୍ରଶସ୍ତ୍ର ଭାରତକୁ ଆସୁଥିବା ଜଣାପଡ଼ିଥିଲା।

Related story