ୟୁଏନଏଚଆରସି: ଜମ୍ମୁ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଭାରତର କଡ଼ା ଜବାବ

ଜେନେଭା: ଫେବୃଆରୀ ୨୪ରୁ ସୁଇଜରଲ୍ୟାଣ୍ଡର ଜେନେଭାରେ ଆରମ୍ଭ ହୋଇଥିବା ଜାତିସଂଘର ମାନବାଧିକାର ପରିଷଦ ବୈଠକରେ ପାକିସ୍ତାନକୁ ଭାରତ କଡ଼ା ଜବାବ ଦେଇଛି। ଭାରତର ରାଜଦୂତ ବିକାଶ ସ୍ୱରୂପ ଭାରତର ପକ୍ଷ ରଖି କହିଛନ୍ତି, ଜମ୍ମୁ କଶ୍ମୀର ଭାରତର ରହିଛି, ରହିଥିବ। ଜେନେଭାରେ ୟୁଏନଏଚଆରସିର ୪୩ତମ ବୈଠକ ଚାଲିଛି। ୨୪ ତାରିଖ ପାଖରୁ ଆରମ୍ଭ ହୋଇଥିବା ଏହି ବୈଠକ ମାର୍ଚ୍ଚ ୨୦ରେ ଶେଷ ହେବ। ବିକାଶ ସ୍ୱରୂପ କହିଛନ୍ତି, ‘ସେମାନେ ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି, ନିୟନ୍ତ୍ରଣ କରୁଛନ୍ତି, ତାଙ୍କ […]

unhrc

unhrc

Subhransu Sekhar
  • Published: Wednesday, 26 February 2020
  • Updated: 26 February 2020, 08:05 PM IST

Sports

Latest News

ଜେନେଭା: ଫେବୃଆରୀ ୨୪ରୁ ସୁଇଜରଲ୍ୟାଣ୍ଡର ଜେନେଭାରେ ଆରମ୍ଭ ହୋଇଥିବା ଜାତିସଂଘର ମାନବାଧିକାର ପରିଷଦ ବୈଠକରେ ପାକିସ୍ତାନକୁ ଭାରତ କଡ଼ା ଜବାବ ଦେଇଛି। ଭାରତର ରାଜଦୂତ ବିକାଶ ସ୍ୱରୂପ ଭାରତର ପକ୍ଷ ରଖି କହିଛନ୍ତି, ଜମ୍ମୁ କଶ୍ମୀର ଭାରତର ରହିଛି, ରହିଥିବ। ଜେନେଭାରେ ୟୁଏନଏଚଆରସିର ୪୩ତମ ବୈଠକ ଚାଲିଛି। ୨୪ ତାରିଖ ପାଖରୁ ଆରମ୍ଭ ହୋଇଥିବା ଏହି ବୈଠକ ମାର୍ଚ୍ଚ ୨୦ରେ ଶେଷ ହେବ।

ବିକାଶ ସ୍ୱରୂପ କହିଛନ୍ତି, ‘ସେମାନେ ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି, ନିୟନ୍ତ୍ରଣ କରୁଛନ୍ତି, ତାଙ୍କ ପଛରେ ପଇସା ନିବେଶ କରୁଛନ୍ତି ଏବଂ ସୁରକ୍ଷା ଦେଉଛନ୍ତି। ସେହି ଦେଶ ବିରୋଧରେ ଦୃଷ୍ଟାନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍। ଏଭଳି ହେବା ଦ୍ୱାରା ଆତଙ୍କବାଦୀଙ୍କ ଭୂସ୍ୱର୍ଗ ସେହି ଦେଶ ପାଲଟିଛି’। ରାଜଦୂତ ବିକାଶ ସ୍ୱରୂପ ଏଭଳି ମନ୍ତବ୍ୟ ଦେବା ବେଳେ କିନ୍ତୁ ପାକିସ୍ତାନର ନାମ ନେଇ ନଥିଲେ।

ସେହିପରି ଜମ୍ମୁ କଶ୍ନୀରରେ ମାନବାଧିକାର କ୍ଷୁର୍ଣ୍ଣ ହେଉଥିବା ପାକିସ୍ତାନର ଅଭିଯୋଗରେ ଭାରତ କହିଛି, ଯେଉଁ ଦେଶ ଆତଙ୍କବାଦୀକୁ ନିୟନ୍ତ୍ରଣ କରୁଛି ସେହି ଦେଶ ମାନବାଧିକାର କ୍ଷୁର୍ଣ୍ଣ ବାବଦରେ ମତ ରଖିବା ବନ୍ଦ କରୁ। ଜମ୍ମୁ କଶ୍ନୀରକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବା ପାଇଁ ପାକିସ୍ତାନ ଚେଷ୍ଟା କରୁଛି। ହେଲେ ଏହା ଆଭ୍ୟନ୍ତରୀଣ ପ୍ରସଙ୍ଗ। ପାକିସ୍ତାନ ଏହାକୁ ଗ୍ରହଣ କରିବା ଉଚିତ୍ ବୋଲି ଭାରତ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos