ଇସ୍ଲାମାବାଦ୍: ଅହମଦୀୟାଙ୍କ ସେମତ ଅନ୍ୟ ସଂଖ୍ୟାଲଘୁମାନେ ପାକିସ୍ତାନରେ ହଇରାଣ ହେଉଥିବା ନେଇ ସ୍ୱର ଉଠାଇବାରୁ ଜଣେ ପାକିସ୍ତାନ ଆଡମିନଷ୍ଟ୍ରେଟିଭ୍ ସର୍ଭିସ୍ ଅଧିକାରୀଙ୍କୁ ଅପମାନିତ ହେବାକୁ ପଡ଼ିଛି। ଆଟ୍ଟକ୍ ଆସିଷ୍ଟାଣ୍ଟ କମିଶନର୍ ଜନ୍ନତ ହୁସେନ୍ ନେକୋକାରା ସଂଖ୍ୟାଲଘୁଙ୍କ ସମାନ ଅଧିକାର କଥା ଉଠାଇ କ୍ଷମା ମାଗିବାକୁ ପଡ଼ିଛି। ଏପରିକି ତାଙ୍କ ପୁଅର ନାମ ମହମ୍ମଦଙ୍କ ନାମରେ ରଖିଥିଲେ ମଧ୍ୟ ସେ କାଫିର ଏବଂ ଅଣ ମୁସଲିମ୍ ବୋଲି ଏହି ଛାତ୍ରମାନେ କହିଥିଲେ। ସେମାନେ କହିଥିଲେ, ସେ ଅହମ୍ମଦୀୟା ହୋଇଥିବାରୁ ସେ ମୁସଲିମ୍ ହୋଇପାରିବେନି।
ଅନ୍ତର୍ଜାତୀୟ ମାନବାଧିକାର ଦିବସ ଅବସରରେ ଜନ୍ନତ ଏକ ଅଭିଭାଷଣରେ ସଂଖ୍ୟାଲଘୁ ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, “ଆମେ ଅଣ ମୁସଲିମ୍ ପାକିସ୍ତାନୀଙ୍କୁ ଅଧିକାର ଦେବାକୁ ହେବ। ଆମେ ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦେବାକୁ ହେବ। ଦୁର୍ଭାଗ୍ୟବଶତଃ ଆମେ ଧାର୍ମିକ ଭାଗବଣ୍ଟାରେ ମାତିଛେ। କେହି ଆମକୁ ଶିଆ କହୁଛି, କେହି ସୁନ୍ନି, କେହି ଅହମଦୀୟା କହୁଛି ତ କେହି ୱାହାବି, ଆମକୁ ଏହି ଭେଦଭାବ ଦୂରେଇବାକୁ ହେବ। ଆମେ କେବଳ ମୁସଲିମ୍ ଏବଂ ପାକିସ୍ତାନୀର ପରିଚୟ ଦେବାକୁ ହେବ।” ଏହାପରେ ବେଶ କିଛି ଜଣ ପ୍ରତିବାଦ କରିବା ସହ ଅହମଦୀୟା ଏବଂ ମୁସଲିମ୍ଙ୍କୁ ଏକ କହିଥିବାରୁ କ୍ଷମା ମାଗିବାକୁ ଦାବି କରିଥିଲେ।
ଏହାପରେ ବାଧ୍ୟ ହୋଇ ସେ କ୍ଷମା ମାଗିଥିଲେ। ଏହାକୁ ବିଭିନ୍ନ କ୍ୟାମେରାରେ ରେକର୍ଡ କରି ଭାଇରାଲ କରାଯାଇଛି। ଏଥିରେ ସେ କହିଛନ୍ତି, ସମ୍ବିଧାନ ଅନୁଯାୟୀ ଏବଂ ମୋ ମତ ଅନୁଯାୟୀ ଅହମଦୀୟା ମୁସଲିମ୍ ନୁହନ୍ତି। ଅହମଦୀୟା ଏବଂ ମୁସଲିମ୍ ସମାନ ନୁହନ୍ତି। ଇସ୍ଲାମ ବିଷୟରେ କହୁଥିବା ସମୟରେ ହିଜାବ ପିନ୍ଧିନଥିବାରୁ ତାଙ୍କୁ ଉକ୍ତ ଛାତ୍ରମାନେ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଥିଲେ।