ଗରିବ ପାକିସ୍ତାନର ମିସାଇଲ୍‌ ପରୀକ୍ଷା

ଇସ୍‌ଲାମାବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏବେ ମିସାଇଲ୍‌ ଟେଷ୍ଟ କରିଛି। ଆର୍ଥିକ ସଙ୍କଟ ଯୋଗୁ ପାକିସ୍ତାନରେ ବିଭିନ୍ନ ସାମଗ୍ରୀର ଦରଦାମ ଆକାଶ ଛୁଆଁ ହେଲାଣି। ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଠିକ୍‌ ଭାବେ ମିଳୁପାରି ନାହିଁ। ହେଲେ ଏଭଳି ସ୍ଥିତିରେ ପାକିସ୍ତାନ ମିସାଇଲ୍‌ ପରୀକ୍ଷା କରି ଯୁଦ୍ଧ ପାଇଁ ଭାରତକୁ ପମ୍ପା ଧମକ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତାକାଲି ବିଳମ୍ବିତ ରାତିରେ ପାକିସ୍ତାନ ସେନା ପକ୍ଷରୁ ସ୍ଥଳ ଭାଗରୁ ସ୍ଥଳ ଭାଗକୁ ଟାର୍ଗେଟ […]

wew

Hemant Lenka
  • Published: Thursday, 29 August 2019
  • , Updated: 29 August 2019, 04:41 PM IST

ଇସ୍‌ଲାମାବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏବେ ମିସାଇଲ୍‌ ଟେଷ୍ଟ କରିଛି। ଆର୍ଥିକ ସଙ୍କଟ ଯୋଗୁ ପାକିସ୍ତାନରେ ବିଭିନ୍ନ ସାମଗ୍ରୀର ଦରଦାମ ଆକାଶ ଛୁଆଁ ହେଲାଣି। ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଠିକ୍‌ ଭାବେ ମିଳୁପାରି ନାହିଁ। ହେଲେ ଏଭଳି ସ୍ଥିତିରେ ପାକିସ୍ତାନ ମିସାଇଲ୍‌ ପରୀକ୍ଷା କରି ଯୁଦ୍ଧ ପାଇଁ ଭାରତକୁ ପମ୍ପା ଧମକ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଗତାକାଲି ବିଳମ୍ବିତ ରାତିରେ ପାକିସ୍ତାନ ସେନା ପକ୍ଷରୁ ସ୍ଥଳ ଭାଗରୁ ସ୍ଥଳ ଭାଗକୁ ଟାର୍ଗେଟ କରିପାରୁ ଥିବା ଗଜନବୀ ମିସାଇଲ୍‌ର ପରୀକ୍ଷଣ କରାଯାଇଛି। କଶ୍ମୀର ପାଇଁ ଭାରତକୁ ବାରମ୍ବାର ଯୁଦ୍ଧ ଧମକ ଦେଉଥିବା ପାକିସ୍ତାନ ମିସାଇଲ୍‌ ପରୀକ୍ଷଣ ପାଇଁ ପୂର୍ବରୁ କରାଚି ଏୟାରସ୍ପେସକୁ ବନ୍ଦ କରିଥିଲା।

ପାକିସ୍ତାନ ସେନା ମୁଖପାତ୍ର ଜେନେରାଲ ମେଜର ଆସିଫ ଗଫୁର କହିଛନ୍ତି, “ପାକିସ୍ତାନ ସେନା ସଫଳତାର ସହ ସ୍ଥଳ ଭାଗରୁ ସ୍ଥଳ ଭାଗକୁ ନିକ୍ଷେପ ହୋଇପାରୁ ଥିବା ଗଜନବୀ ବାଲାଷ୍ଟିକ୍‌ ମିସାଇଲର ପରୀକ୍ଷଣ କରିଛି। ଏହି ଗଜନବୀ କ୍ଷେପଣାସ୍ତ୍ର ଏକାଧିକ ଯୁଦ୍ଧାସ୍ତ୍ର ପରିବହନ କରିବାର କ୍ଷମତା ରଖିଛି।

ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୨୯୦ କିଲୋମିଟର ରହିଛି। ଏହି ସଫଳତା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଏଥିରେ ସାମିଲ ଥିବା ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।”

ଗଫୁର ଏହି ଟ୍ୱିଟ ସହ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ପାକିସ୍ତାନ ସେନା ଉପସ୍ଥିତିରେ ହିଁ ମିସାଇଲ୍‌ର ପରୀକ୍ଷଣ କରାଯାଉଥିବା ଦେଖିବାକୁ ମିଳୁଛି।
ସୁରକ୍ଷା ବିଶେଷଜ୍ଞଙ୍କ ମତରେ ଗଜନବୀ କ୍ଷେପଣାସ୍ତ୍ର ପରୀକ୍ଷଣ କରି ପାକିସ୍ତାନ ପଡ଼ୋଶୀ ଭାରତକୁ ଭୟଭୀତ କରାଇବାକୁ ଚାହୁଁଛି।

ପାକିସ୍ତାନ ଏହି ମିସାଇଲ ଦ୍ୱାରା ଭାରତର କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ୍‌ କରିବାର ଆଶଙ୍କା କରାଯାଉଛି। ମୋବାଇଲ ଲଞ୍ଚର ସାହାଯ୍ୟରେ ରାସ୍ତା ଉପରୁ ଏହାକୁ ମାଡ଼ କରାଯାଇ ପାରୁଥିବାରୁ ପାକିସ୍ତାନ ସେନା ଲାଗି ଏହା ବେଶ୍‌ ଉପଯୋଗୀ ହେବ ବୋଲି ସେମାନେ କହିଛନ୍ତି।

Related story