ଆଜି ଆସୁଛନ୍ତି ଅଭିନନ୍ଦନ

ନୂଆଦିଲ୍ଲୀ:ଅନ୍ତର୍ଜାତୀୟ ସ୍ତରରେ ଘନ ଘନ ଚାପ କାରଣରୁ ଶେଷରେ ଭାରତୀୟ ବାୟୁସେନା ପାଇଲଟ୍‌ ଅଭିନନ୍ଦନ ବର୍ତ୍ତମାନଙ୍କୁ ଭାରତକୁ ଫେରାଇବାକୁ ବାଧ୍ୟ ହୋଇଛି ପାକିସ୍ତାନ। ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଅନୁଯାୟୀ ତାଙ୍କୁ ପାକିସ୍ତାନ ସେନା ୱାଘା ବର୍ଡର ପର୍ଯ୍ୟନ୍ତ ନେଇକରି ଆସିବ। ପଞ୍ଜାବର ଅମୃତସରଠାରେ ଥିବା ୱାଘା-ଅଟ୍ଟାରୀ ସୀମାଠାରେ ଅପରାହ୍ଣ ୨ଟା ସମୟରେ ସେ ଆସିବାର ଥିଲା, କିନ୍ତୁ ଏଥିରେ ଏବେ ହୋଇଥିବା ପରିବର୍ତ୍ତନ ଅନୁଯାୟୀ ସେ ୩ଟାରୁ ୪ଟା ମଧ୍ୟରେ ଭାରତ ଆସିବେ। ୱାଘା ସୀମାରେ ତାଙ୍କୁ […]

abhinandan

abhinandan

Subrat Kumar Nayak
  • Published: Friday, 01 March 2019
  • Updated: 01 March 2019, 10:58 AM IST

Sports

Latest News

ନୂଆଦିଲ୍ଲୀ:ଅନ୍ତର୍ଜାତୀୟ ସ୍ତରରେ ଘନ ଘନ ଚାପ କାରଣରୁ ଶେଷରେ ଭାରତୀୟ ବାୟୁସେନା ପାଇଲଟ୍‌ ଅଭିନନ୍ଦନ ବର୍ତ୍ତମାନଙ୍କୁ ଭାରତକୁ ଫେରାଇବାକୁ ବାଧ୍ୟ ହୋଇଛି ପାକିସ୍ତାନ। ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଅନୁଯାୟୀ ତାଙ୍କୁ ପାକିସ୍ତାନ ସେନା ୱାଘା ବର୍ଡର ପର୍ଯ୍ୟନ୍ତ ନେଇକରି ଆସିବ। ପଞ୍ଜାବର ଅମୃତସରଠାରେ ଥିବା ୱାଘା-ଅଟ୍ଟାରୀ ସୀମାଠାରେ ଅପରାହ୍ଣ ୨ଟା ସମୟରେ ସେ ଆସିବାର ଥିଲା, କିନ୍ତୁ ଏଥିରେ ଏବେ ହୋଇଥିବା ପରିବର୍ତ୍ତନ ଅନୁଯାୟୀ ସେ ୩ଟାରୁ ୪ଟା ମଧ୍ୟରେ ଭାରତ ଆସିବେ।

ୱାଘା ସୀମାରେ ତାଙ୍କୁ ବେସମାରିକ କର୍ତ୍ତୃପକ୍ଷ ଏବଂ ଭାରତୀୟ ହାଇକମିଶନଙ୍କ ପ୍ରତିନିଧିଙ୍କୁ ହସ୍ତାନ୍ତର କରାଯିବ। ଏହା ପରେ କର୍ତ୍ତୃପକ୍ଷ ତାଙ୍କୁ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)କୁ ହସ୍ତାନ୍ତର କରିବେ।

ଏଥିପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଥିବାବେଳେ ଗଣମାଧ୍ୟମକୁ ୱାଘାଠାରୁ ଦୂରେଇ ରଖାଯାଇଛି। ଏପରିକି ବର୍ତ୍ତମାନ ଏହି ଅଞ୍ଚଳରେ ଶୁଟିଂ ବନ୍ଦ କରିବା ପାଇଁ ମଧ୍ୟ ଗଣମାଧ୍ୟମକୁ ସୁରକ୍ଷା କର୍ମୀ ନିର୍ଦ୍ଦେଶ ଦେଇଛନ୍ତି।

ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣର ବଦ୍‌ଲା ନେବାପାଇଁ ପାକିସ୍ତାନ ସୀମାରେ ଥିବା କିଛି ଜୈଶ-ଇ-ମହମ୍ମଦ ଆତଙ୍କବାଦୀ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍ କରାଯିବା ପରେ ପାକିସ୍ତାନର ୨୪ଟି ଏଫ୍-୧୬ ବିମାନ ଭାରତର ମିଲିଟାରୀ ବେସ୍‌କୁ ଟାର୍ଗେଟ କରିଥିଲା।

ଏହାକୁ ପ୍ରତିହତ କରିବାପାଇଁ ଭାରତ ପକ୍ଷରୁ କଡ଼ା ଜବାବ ଦିଆଯାଇଥିଲା। ଭାରତୀୟ ବୀର ବାହିନୀରେ ପାଇଲଟ ଅଭିନନ୍ଦନ ବର୍ତ୍ତମାନ ମଧ୍ୟ ଥିଲେ। ସେ ଏକ ଏଫ୍-୧୬ ବିମାନକୁ ଟାର୍ଗେଟ୍‌ କରିବାକକୁ ଯାଇ ପାକିସ୍ତାନ ସୀମାରେ ପଡ଼ିଯିବା ପରେ ତାଙ୍କୁ ପାକିସ୍ତାନ ସେନା ଗିରଫ କରିଥିଲା। ତାଙ୍କ ଗିରଫଦାରୀ ସମୟର ଭିଡିଓରେ ସେ ଗଭୀର ଆଘାତ ପାଇଥିବାର ଦୃଶ୍ୟ ରହିଥିଲା, କିନ୍ତୁ ତାଙ୍କର ସାହସ ବଜାୟ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos