ହିଂସା ସୃଷ୍ଟି କରିବା ପାଇଁ ଆତଙ୍କୀ ପଠାଇବା କାର୍ଯ୍ୟ ଜାରି ରଖିଛି ପାକିସ୍ତାନ: ଭାରତୀୟ ସେନା

ଶ୍ରୀନଗର: ଆତଙ୍କୀଙ୍କ ଗଡ଼ ପାଲଟିଥିବା ପାକିସ୍ତାନ ତା’ର ପ୍ରକୃତି ଛାଡ଼ିବାକୁ ପ୍ରସ୍ତୁ ନାହିଁ। ଆତଙ୍କୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନକୁ ଏଫଏଟିଏଫ ଗ୍ରେ ଲିଷ୍ଟରେ ରଖିଛି। ତଥାପି ପାକିସ୍ତାନ ଜମ୍ମୁ-କଶ୍ମୀରରେ ହିଂସା ସୃଷ୍ଟି କରିବା ପାଇଁ ଆତଙ୍କବାଦୀଙ୍କୁ ପଠାଇବାକୁ ଉଦ୍ୟମ ଜାରି ରଖିଛି ବୋଲି ଆର୍ମିର ୧୫ କ୍ରପ୍ସ କମାଣ୍ଡର ଲ୍ୟୁଟନାଣ୍ଟ ଜେନେରାଲ ବିଏସ ରାଜୁ କହିଛନ୍ତି। ସେ କହିଛନ୍ତି, ଏଫଏଟିଏଫର କଡ଼ା ଚେତାବନୀ ସତ୍ତ୍ୱେ ପାକିସ୍ତାନର କାର୍ଯ୍ୟକଳାପରେ କୌଣସି ପରିବର୍ତ୍ତନ ହୋଇନାହିଁ। ପାକିସ୍ତାନ ନିୟମିତ ଭାବେ […]

ra

Hemant Lenka
  • Published: Saturday, 01 August 2020
  • , Updated: 01 August 2020, 05:48 PM IST

ଶ୍ରୀନଗର: ଆତଙ୍କୀଙ୍କ ଗଡ଼ ପାଲଟିଥିବା ପାକିସ୍ତାନ ତା’ର ପ୍ରକୃତି ଛାଡ଼ିବାକୁ ପ୍ରସ୍ତୁ ନାହିଁ। ଆତଙ୍କୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନକୁ ଏଫଏଟିଏଫ ଗ୍ରେ ଲିଷ୍ଟରେ ରଖିଛି। ତଥାପି ପାକିସ୍ତାନ ଜମ୍ମୁ-କଶ୍ମୀରରେ ହିଂସା ସୃଷ୍ଟି କରିବା ପାଇଁ ଆତଙ୍କବାଦୀଙ୍କୁ ପଠାଇବାକୁ ଉଦ୍ୟମ ଜାରି ରଖିଛି ବୋଲି ଆର୍ମିର ୧୫ କ୍ରପ୍ସ କମାଣ୍ଡର ଲ୍ୟୁଟନାଣ୍ଟ ଜେନେରାଲ ବିଏସ ରାଜୁ କହିଛନ୍ତି।

ସେ କହିଛନ୍ତି, ଏଫଏଟିଏଫର କଡ଼ା ଚେତାବନୀ ସତ୍ତ୍ୱେ ପାକିସ୍ତାନର କାର୍ଯ୍ୟକଳାପରେ କୌଣସି ପରିବର୍ତ୍ତନ ହୋଇନାହିଁ। ପାକିସ୍ତାନ ନିୟମିତ ଭାବେ ଜମ୍ମୁ-କଶ୍ମୀରକୁ ଆତଙ୍କବାଦୀ ପଠାଇବାରେ ଲାଗିଛି। ଆମ ପାଖରେ ଆତଙ୍କବାଦୀମାନେ ପାକିସ୍ତାନରୁ ଆସୁଛନ୍ତି ବୋଲି ପ୍ରମାଣ ମଧ୍ୟ ରହିଛି।

ପାକିସ୍ତାନରୁ ଆତଙ୍କୀମାନେ କେମିତି ଭାରତରେ ପ୍ରବେଶ କରି ହିଂସା ସୃଷ୍ଟି କରିବେ, ସେଥିପାଇଁ ସବୁ ପ୍ରକାରର ସମର୍ଥନ ମିଳୁଛି। ଏଲଓସି ଓ ଜମ୍ମୁରେ ଏକାଧିକ ଥର ଅନୁପ୍ରବେଶ ଉଦ୍ୟମ ହେଲାଣି। ହେଲେ ଭାରତୀୟ ସେନା ଏହାକୁ ପ୍ରତିହତ କରିବାରେ ସକ୍ଷମ ହୋଇଛନ୍ତି। ଆଗକୁ ମଧ୍ୟ ଭାରତୀୟ ଯବାନମାନେ ସବୁ ପ୍ରକାରର ସ୍ଥିତିର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିଛନ୍ତି ବୋଲି ସେ କହିଛନ୍ତି।

Related story