ଭାରତର କଡ଼ା ଜବାବ, ପାକିସ୍ତାନର ୧୧ ସେନା ନିହତ

ଶ୍ରୀନଗର: ଦିପାବଳୀ ପୂର୍ବରୁ ଏଲଓସିରେ ପାକିସ୍ତାନ ତରଫରୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ଏଭଳି କରି ପାକିସ୍ତାନ କେବଳ ଭାରତୀୟ ସେନା ସହିତ ସାଧାରଣ ଲୋକଙ୍କୁ ମଧ୍ୟ ଟାର୍ଗେଟ୍ କରିଛି। ଯାହାର କଡ଼ା ଜବାବ ଦେଇଛି ଭାରତ। ଭାରତର ପାଲଟା ଜବାବରେ ପାକିସ୍ତାନର ୧୧ ସେନା ନିହତ ହୋଇଛନ୍ତି। ସ୍ଥିତି ଏମିତି ଯେ ପାକିସ୍ତାନ ଏବେ ଆଲୋଚନା ପାଇଁ ଭାରତୀୟ କୂଟନୀତିଜ୍ଞଙ୍କୁ ଡକାଇଛନ୍ତି। ଭାରତୀୟ ସେନା କହିଛି ଯେ ପାକିସ୍ତାନୀ ସେନା ଜମ୍ମୁ କଶ୍ମୀରର ଏଲଓସିରେ ଥିବା ଉରି […]

Pakistan violates ceasefire

Pakistan violates ceasefire

Subhransu Sekhar
  • Published: Saturday, 14 November 2020
  • Updated: 14 November 2020, 07:40 AM IST

Sports

Latest News

ଶ୍ରୀନଗର: ଦିପାବଳୀ ପୂର୍ବରୁ ଏଲଓସିରେ ପାକିସ୍ତାନ ତରଫରୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ଏଭଳି କରି ପାକିସ୍ତାନ କେବଳ ଭାରତୀୟ ସେନା ସହିତ ସାଧାରଣ ଲୋକଙ୍କୁ ମଧ୍ୟ ଟାର୍ଗେଟ୍ କରିଛି। ଯାହାର କଡ଼ା ଜବାବ ଦେଇଛି ଭାରତ। ଭାରତର ପାଲଟା ଜବାବରେ ପାକିସ୍ତାନର ୧୧ ସେନା ନିହତ ହୋଇଛନ୍ତି। ସ୍ଥିତି ଏମିତି ଯେ ପାକିସ୍ତାନ ଏବେ ଆଲୋଚନା ପାଇଁ ଭାରତୀୟ କୂଟନୀତିଜ୍ଞଙ୍କୁ ଡକାଇଛନ୍ତି।

ଭାରତୀୟ ସେନା କହିଛି ଯେ ପାକିସ୍ତାନୀ ସେନା ଜମ୍ମୁ କଶ୍ମୀରର ଏଲଓସିରେ ଥିବା ଉରି ଠାରୁ ଗୁରେଜ ପର୍ଯ୍ୟନ୍ତ ଅନେକ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ପାକ୍ ସେନା ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଥିଲା। ଯାହାର ଜବାବରେ ଭାରତୀୟ ସେନା ପାକିସ୍ତାନର ଆର୍ମସ୍ ଡିପୋ ଉପରେ ବୋମା ମାଡ଼ କରି ନଷ୍ଟ କରି ଦେଇଛି। ଏଥିରେ ପାକିସ୍ତାନର ମୋଟ୍ ୧୧ ସେନା ନିହତ ହୋଇଥିବା ବେଳେ ୧୬ ଜଣ ସେନା ଗୁରୁତର ଆହତ ହୋଇଛନ୍ତି।

ନିହତ ପାକିସ୍ତାନୀ ସେନାଙ୍କ ତାଲିକାରେ ୨-୩ ପାକିସ୍ତାନୀ ଆର୍ମି ସ୍ପେଶାଲ ସର୍ଭିସେସ୍ ଗ୍ରୁପର କମାଣ୍ଡୋ ରହିଛି। ସେହିପରି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେବାକୁ ଯାଇ ୩ ଯବାନ ସହିଦ ହୋଇଥିବା ବେଳେ ୪ ସାଧାରଣ ଲୋକଙ୍କର ମଧ୍ୟ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos