ପାକିସ୍ତାନକୁ ଘାରିଛି ଭାରତର ଯୁଦ୍ଧ ବିମାନ ଭୟ

ନୂଆଦିଲ୍ଲୀ: ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନକୁ ପାକିସ୍ତାନ ଡରିବା ଆରମ୍ଭ କରିଛି। କାଳେ ଭାରତ ଆଉ ଥରେ ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍‌ କରିବ, ସେଥିପାଇଁ ଇସ୍‌ଲାମାବାଦ ଭାରତ ପାଇଁ ତା’ର ବାୟୁସୀମାକୁ ବନ୍ଦ କରିଦେଇଛି। ଭାରତକୁ ଆସୁଥିବା କିମ୍ବା ଭାରତରୁ ଯାଉଥିବା କୌଣସି ବିମାନ ପାକିସ୍ତାନ ଆକାଶ ମାର୍ଗକୁ ବ୍ୟବହାର କରିପାରିବ ନାହିଁ। କିନ୍ତୁ ପାକିସ୍ତାନ ଏବେ ଭାରତ ପାଇଁ ତା’ର ଆକାଶ ମାର୍ଗ ଖୋଲିବା ନିମନ୍ତେ ନୂଆଦିଲ୍ଲୀ ଆଗରେ ସର୍ତ୍ତ ଉପସ୍ଥାପନ […]

w

Hemant Lenka
  • Published: Friday, 12 July 2019
  • , Updated: 12 July 2019, 03:05 PM IST

ନୂଆଦିଲ୍ଲୀ: ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନକୁ ପାକିସ୍ତାନ ଡରିବା ଆରମ୍ଭ କରିଛି। କାଳେ ଭାରତ ଆଉ ଥରେ ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍‌ କରିବ, ସେଥିପାଇଁ ଇସ୍‌ଲାମାବାଦ ଭାରତ ପାଇଁ ତା’ର ବାୟୁସୀମାକୁ ବନ୍ଦ କରିଦେଇଛି।

ଭାରତକୁ ଆସୁଥିବା କିମ୍ବା ଭାରତରୁ ଯାଉଥିବା କୌଣସି ବିମାନ ପାକିସ୍ତାନ ଆକାଶ ମାର୍ଗକୁ ବ୍ୟବହାର କରିପାରିବ ନାହିଁ। କିନ୍ତୁ ପାକିସ୍ତାନ ଏବେ ଭାରତ ପାଇଁ ତା'ର ଆକାଶ ମାର୍ଗ ଖୋଲିବା ନିମନ୍ତେ ନୂଆଦିଲ୍ଲୀ ଆଗରେ ସର୍ତ୍ତ ଉପସ୍ଥାପନ କରିଛି।

ଯେତେ ପର୍ଯ୍ୟନ୍ତ ଭାରତ ଫରୱାର୍ଡ ଲାଇନ୍‌ ବା ସୀମାନ୍ତରୁ ଯୁଦ୍ଧ ବିମାନ ପ୍ରତ୍ୟାହାର କରିବ ନାହିଁ, ସେଯାଏ ପାକିସ୍ତାନ ଭାରତକୁ ତା’ର ଆକାଶ ମାର୍ଗ ବ୍ୟବହାର କରିବାକୁ ଅନୁମତି ଦେବନାହିଁ।

ପାକିସ୍ତାନ ବେସାମରିକ ଚଳାଚଳ ସଚିବ ଶାହାରୁଖ ନୁସରତ ଦେଶର ସଂସଦୀୟ କମିଟିକୁ ଏକଥା ଜଣାଇଛନ୍ତି।

ନୁସରତ କହିଛନ୍ତି, ପାକିସ୍ତାନ ଆକାଶ ମାର୍ଗକୁ ଖୋଲିବା ପାଇଁ ଭାରତ ସରକାର ବାରମ୍ବାର ଅନୁରୋଧ କରୁଛନ୍ତି। ତେବେ ଆମେ ତାଙ୍କୁ ପ୍ରଥମେ ସୀମାନ୍ତରୁ ଯୁଦ୍ଧ ବିମାନ ପ୍ରତ୍ୟାହାର କରିବାକୁ କହିଛୁ। ଭାରତ ସରକାର ଏହା ଉପରେ ବିଚାର କରିବେ ବୋଲି କହିଛନ୍ତି।”

ଫେବୃଆରୀ ୧୪ ପୁଲୱାମା ଆତଙ୍କବାଦୀ ହମଲାର ବଦଲା ନେବାକୁ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଥିବା ଜୈଶ ଏ-ମହମ୍ମଦ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲେ।

ଫେବୃଆରୀ ୨୬ରେ ଏହା ଘଟିଥିଲା। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଅଘୋଷିତ ଯୁଦ୍ଧ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ଏହାପରେ ପାକିସ୍ତାନ ସରକାର ଭାରତ ପାଇଁ ତାଙ୍କର ଆକାଶ ମାର୍ଗକୁ ବନ୍ଦ କରିଦେଇଥିଲେ।

Related story