ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଭାରତର ୪୦ ଜଣ CRPF ଯବାନମାନଙ୍କୁ ହରାଇବା ଘଟଣାରେ ସାରା ଦେଶରେ ଖେଳିଯାଇଛି ଶୋକାକୁଳ ପରିବେଶ। ବଲିଉଡ୍ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଅନେକ ବଲିଉଡ କଳାକାର ଟ୍ୱିଟ୍ କରି ଘଟଣାର ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣାକୁ ବିରୋଧ କରି ଗତକାଲି ବଲିଉଡର୨୪ଟି ଫିଲ୍ମ ସଂଗଠନ ଗୋରେଗାଓଁସ୍ଥିତ ଫିଲ୍ମସିଟିରେ ବିରୋଧ ପ୍ରଦର୍ଶନ କରିଛି। ଏହି ସଂଗଠନମାନଙ୍କରେ ଫେଡ୍ରେଶନ୍ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପ୍ଲାଇଜ୍(FWICE) ଓ ଇଣ୍ଡିଆନ୍ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଡାଇରେକ୍ଟର୍ସ ଆସୋସିଏଶନ୍(IFTDA) ସାମିଲ ଅଛି।
https://twitter.com/ashokepandit/status/1097226244687519744
ଫେଡେରେଶନ୍ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପ୍ଲାଇଜ୍(FWICE)ର ଅଧକ୍ଷ ବିଏନ୍ ତିୱାରୀ କହିଛନ୍ତି ଯେ, ସମସ୍ତ ଫିଲ୍ମ ସଂଗଠନ, ହିନ୍ଦୀ ଫିଲ୍ମରେ କାମ କରୁଥିବା ସମସ୍ତ ପାକିସ୍ତାନୀ କଳାକାରଙ୍କ ବହିଷ୍କାର କରିଛନ୍ତି। ଏଥିସହ ଇଣ୍ଡିଆନ୍ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଡାଇରେକ୍ଟର୍ସ ଆସୋସିଏଶନ୍(IFTDA)ର ଅଧ୍ୟକ୍ଷ ଅଶୋକ ପଣ୍ଟିତ ମଧ୍ୟ ଏହି କଥା କହିବା ସହ ଭାରତର କୌଣସି ମ୍ୟୁଜିକ୍ କମ୍ପାନୀ ପାକିସ୍ତାନୀ ଗାୟକଙ୍କ ସହ କାମ କରିବ ନାହିଁ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଫିଲ୍ମ ସଂଗଠନ ନବଜୋତ୍ ସିଂହ ସିଦ୍ଧୁଙ୍କୁ ମଧ୍ୟ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି।
ପାକିସ୍ତାନୀ କଳାକାରମାନଙ୍କ ମଧ୍ୟରେ ରହିଛନ୍ତି ଆତିଫ ଅସଲମ୍, ରାହତ ଫତେ ଅଲି ଖାନ୍ , ଫବାଦ୍ ଖାନ୍, ମାହିରା ଖାନ୍, ମାୱରା ହକେନ୍, ଅଲି ଜଫର, ଇମରାନ୍ ଅବ୍ବାସ ପ୍ରମୁଖ।