ଆତଙ୍କବାଦୀଙ୍କ ହାତରେ ଚାଇନାର ଷ୍ଟିଲ ଗୁଳି, ଚିନ୍ତାରେ ସେନା

ଶ୍ରୀନଗର: ଜମ୍ମୁ କଶ୍ମୀର ପୁଲଓ୍ୱାମାରେ ହୋଇଥିବା ସିଆରପିଏଫ ଗାଡ଼ି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କରିଥିବା ଆତଙ୍କବାଦୀ ଆଦିଲ ଡାରର ସମ୍ପର୍କୀୟ ଭାଇ ସମୀର ଡାରର ଏକ ମନ୍ତବ୍ୟ ଭାରତୀୟ ସେନାର ଟେନସନ ବଢ଼ାଇଛି। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଆତଙ୍କବାଦୀଙ୍କ ପାଖରେ ପତଳା ଷ୍ଟିଲରେ ତିଆରି ହୋଇଥିବା ଗୁଳିର ଆଧାର ବା ଖୋଳ ରହିଛି। ଏହି ଗୁଳିକୁ ବିଭିନ୍ନ ବନ୍ଧୁକରେ ଭର୍ତ୍ତି କରି ବ୍ୟବହାର କରିହେବ। ଯାହାକି ବୁଲେଟ ପ୍ରୁଫ ଗାଡ଼ିକୁ ମଧ୍ୟ ଭେଦ କରିପାରିବ। […]

Chinese Steel Bullet With Pakistani Terrorists

Subhransu Sekhar
  • Published: Monday, 03 February 2020
  • , Updated: 03 February 2020, 04:50 PM IST

ଶ୍ରୀନଗର: ଜମ୍ମୁ କଶ୍ମୀର ପୁଲଓ୍ୱାମାରେ ହୋଇଥିବା ସିଆରପିଏଫ ଗାଡ଼ି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କରିଥିବା ଆତଙ୍କବାଦୀ ଆଦିଲ ଡାରର ସମ୍ପର୍କୀୟ ଭାଇ ସମୀର ଡାରର ଏକ ମନ୍ତବ୍ୟ ଭାରତୀୟ ସେନାର ଟେନସନ ବଢ଼ାଇଛି। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଆତଙ୍କବାଦୀଙ୍କ ପାଖରେ ପତଳା ଷ୍ଟିଲରେ ତିଆରି ହୋଇଥିବା ଗୁଳିର ଆଧାର ବା ଖୋଳ ରହିଛି। ଏହି ଗୁଳିକୁ ବିଭିନ୍ନ ବନ୍ଧୁକରେ ଭର୍ତ୍ତି କରି ବ୍ୟବହାର କରିହେବ। ଯାହାକି ବୁଲେଟ ପ୍ରୁଫ ଗାଡ଼ିକୁ ମଧ୍ୟ ଭେଦ କରିପାରିବ। କିନ୍ତୁ ଏଭଳି ଗୁଳି ବ୍ୟବହାର ଉପରେ ସାରା ବିଶ୍ୱରେ ପ୍ରତିବନ୍ଧକ ଲଗାଯାଇଛି।

ଏହି ପତଳା ଗୁଳିର ଆଧାର ବା ଖୋଳ କିନ୍ତୁ ଚୀନ ତିଆରି କରିଥାଏ। ସେହିଠାରୁ ଆତଙ୍କବାଦୀ ମାନେ ଏହି ଗୁଳି ଆଣିଥାନ୍ତି। ଏଭଳି ଖୁଲାସା ପରେ କଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିରୁ ବର୍ତ୍ତିବା ପାଇଁ ବୁଲେଟ ପ୍ରୁଫ ଗାଡ଼ି ବା ବଙ୍କର ବ୍ୟବହାର କରୁଥିବା ସୁରକ୍ଷା ବଳ ଚିନ୍ତାରେ ପଡ଼ିଛି।

ସମୀର ଡାର ଡିସେମ୍ୱର ୨୦୧୯ରେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀଙ୍କୁ କଶ୍ମୀର ଘାଟିରେ ପହଞ୍ଚିଥିଲେ। ସମୀର ପୁଲଓ୍ୱାମା ଜିଲ୍ଲା କାକପୋରା ନିବାସୀ। ସୁରକ୍ଷାବଳ ଉପରେ ଗୁଳି ମାରି ଚମ୍ପଟ ମାରୁଥିବା ବେଳେ ସମୀରକୁ ସୁରକ୍ଷା ଅଧିକାରୀ ଅଟକ ରଖିଥିଲେ।

Related story