ପାନାମା ମାମଲା: ନୱାବ ସରିଫଙ୍କ ଜ୍ୱାଇଁ ଗିରଫ

ଇସଲାମାବାଦ: ପାନାମା ମାମଲାରେ ପାକିସ୍ତାନର ନ୍ୟାସନାଲ ଆକାଉଣ୍ଟେବିଲିଟି ବୋର୍ଡ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାବ ସରିଫଙ୍କ ଜ୍ୱାଇଁ ତଥା ଅବସରପ୍ରାପ୍ତ କ୍ୟାପଟେନ ସଫଦରଙ୍କୁ ଗିରଫ କରିଛି। ତାଙ୍କୁ ଇସଲାମାବାଦ ଏୟାରପୋର୍ଟରୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ। ଗତ ଶୁଣାଣିରେ କୋର୍ଟ ସରିଫଙ୍କ ଝିଅ ମରିୟମ ନୱାଜ ସରିଫ, ହସନ, ହୁସୋନ ଏବଂ ସଫଦରଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ। ସଫଦର ଲଣ୍ଡନରୁ ଇସଲାମାବାଦ ଫେରୁଥିବା ବେଳେ ଏୟାରପୋର୍ଟରୁ ତାଙ୍କୁ ଗିରଫ କରି ନିଆଯାଇଛି। […]

Rakesh Mallick
  • Published: Monday, 09 October 2017
  • , Updated: 09 October 2017, 08:44 AM IST

ଇସଲାମାବାଦ: ପାନାମା ମାମଲାରେ ପାକିସ୍ତାନର ନ୍ୟାସନାଲ ଆକାଉଣ୍ଟେବିଲିଟି ବୋର୍ଡ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାବ ସରିଫଙ୍କ ଜ୍ୱାଇଁ ତଥା ଅବସରପ୍ରାପ୍ତ କ୍ୟାପଟେନ ସଫଦରଙ୍କୁ ଗିରଫ କରିଛି। ତାଙ୍କୁ ଇସଲାମାବାଦ ଏୟାରପୋର୍ଟରୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ।

ଗତ ଶୁଣାଣିରେ କୋର୍ଟ ସରିଫଙ୍କ ଝିଅ ମରିୟମ ନୱାଜ ସରିଫ, ହସନ, ହୁସୋନ ଏବଂ ସଫଦରଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ। ସଫଦର ଲଣ୍ଡନରୁ ଇସଲାମାବାଦ ଫେରୁଥିବା ବେଳେ ଏୟାରପୋର୍ଟରୁ ତାଙ୍କୁ ଗିରଫ କରି ନିଆଯାଇଛି।

ଏହି ମାମଲାରେ ପାକିସ୍ତାନ ସୁପ୍ରିମକୋର୍ଟ ଜୁଲାଇ ୨୮ ତାରିଖରେ ସରିଫଙ୍କ ପ୍ରଧାନମନ୍ତ୍ରୀ ପଦକୁ ଅଯୋଗ୍ୟ ଘୋଷଣା କରି ଦେବା ସହ ତାଙ୍କ ପିଲାମାନଙ୍କ ବିରୋଧରେ ଭ୍ରଷ୍ଟାଚାର ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ସରିଫ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ।

Related story