ପାନାମା ପେପର୍ସ ଲିକ୍ ଘଟଣା: ଗଠନ ହେଲା ତଦନ୍ତକାରୀ ଟିମ୍

ନୂଆଦିଲ୍ଲୀ: ପାନାମା ପେପର୍ସ ଲିକ୍ ଘଟଣାର ତଦନ୍ତ ପାଇଁ  ମଲ୍‌ଟି ଏଜେନ୍ସି ଗ୍ରୁପ ଗଠନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ଏହି ଗ୍ରୁପ ଗଠନ କରାଯାଇଛି। ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍, ଆରବିଆଇ ଓ ଫାଇନାଲସିଆଲ୍ ଇଣ୍ଟେଲିଜେନ୍ସ ୟୁନିଟ୍‌କୁ ନେଇ ଏହି ଗ୍ରୁପ ଗଠିତ ହୋଇଛି। ପାନାମା ପେପର୍ସରେ ପ୍ରକାଶ ପାଇଥିବା ୫ ଶହ ଭାରତୀୟଙ୍କ ନାଁ ମଧ୍ୟରୁ କେଉଁମାନଙ୍କର ବେଆଇନ କାରବାର ରହିଛି ତଦନ୍ତ ଗ୍ରୁପ ତା’ର ଅନୁଧ୍ୟାନ କରିବ। ପାନାମାର ‘ମୋଜାକ୍ […]

panama papers

Rakesh Mallick
  • Published: Tuesday, 05 April 2016
  • , Updated: 05 April 2016, 06:14 AM IST

ନୂଆଦିଲ୍ଲୀ: ପାନାମା ପେପର୍ସ ଲିକ୍ ଘଟଣାର ତଦନ୍ତ ପାଇଁ  ମଲ୍‌ଟି ଏଜେନ୍ସି ଗ୍ରୁପ ଗଠନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ଏହି ଗ୍ରୁପ ଗଠନ କରାଯାଇଛି। ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍, ଆରବିଆଇ ଓ ଫାଇନାଲସିଆଲ୍ ଇଣ୍ଟେଲିଜେନ୍ସ ୟୁନିଟ୍‌କୁ ନେଇ ଏହି ଗ୍ରୁପ ଗଠିତ ହୋଇଛି। ପାନାମା ପେପର୍ସରେ ପ୍ରକାଶ ପାଇଥିବା ୫ ଶହ ଭାରତୀୟଙ୍କ ନାଁ ମଧ୍ୟରୁ କେଉଁମାନଙ୍କର ବେଆଇନ କାରବାର ରହିଛି ତଦନ୍ତ ଗ୍ରୁପ ତା’ର ଅନୁଧ୍ୟାନ କରିବ। ପାନାମାର ‘ମୋଜାକ୍ ପୋସେକା’ ନାମକ ଏକ ଲ’ ଫାର୍ମର ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି। ବିଶ୍ୱର ଶହେରୁ  ଅଧିକ ସମ୍ବାଦପତ୍ର ଏହି ତଦନ୍ତରେ ସହାୟତା କରିଥିଲେ। ପାନାମାର ଆଇନ ବ୍ୟବସ୍ଥା ଅତି ଗୋପନୀୟ ହୋଇଥିବାରୁ ଏଠାରେ ନିବେଶ କରୁଥିବା ବ୍ୟକ୍ତି ବିଶେଷଙ୍କ ନାଁ ଜାଣିବା ସମ୍ଭବ ନୁହେଁ। ଲିକ୍ ତାଲିକାରେ ଅଭିନେତା ଅମିତାଭ ବଚ୍ଚନ ଓ ତାଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ଥିବା ନେଇ ଚର୍ଚ୍ଚା ହେଉଛି।

Related story