ଚଣ୍ଡିଗଡ଼: ପଞ୍ଜାବର ଅଜନାଲା ସେକ୍ଟରର ଶାହାପୁର ପୋଷ୍ଟରେ ଆଜି ବିଏସଏଫ୍ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ତିନିଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ଆତଙ୍କବାଦୀମାନେ ଅଜନାଲା ସେକ୍ଟରର ଶାହାପୁର ପୋଷ୍ଟ ଦେଇ ଭାରତ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ସୁରକ୍ଷାକର୍ମୀମାନେ କୌଣସି ସୂତ୍ରରୁ ଖବର ପାଇ ସେହି ଅଞ୍ଚଳରେ ସର୍ଚ୍ଚ ଅପେରସନ କରିଥିଲେ ବୋଲି ବିଏସଏଫ୍ ଆଇଜି ଅନୀଲ ପାଲିୱାଲ କହିଛନ୍ତି।
ସୋମବାର ଜମ୍ମୁର କଠୁଆରେ ୪ରୁ ୫ଜଣ ଆତଙ୍କବାଦୀ ଅସ୍ତ୍ରଶସ୍ତ୍ର ଧରି ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ।
ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯିବା ସହ ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଛି।
ପାକିସ୍ତାନରୁ କିଛି ଆତଙ୍କବାଦୀ ନିୟନ୍ତ୍ରଣ ରେଖା ଦେଇ ସବୁବେଳେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଗୁଇନ୍ଦା ସଂସ୍ଥା ପକ୍ଷରୁ ଆଲର୍ଟ ଜାରି କରାଯାଇଥିଲା। ପାକିସ୍ତାନୀ ଆତଙ୍କୀ ଭାରତୀୟ ଲୋକଙ୍କ ସାହାଯ୍ୟରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ବିଏସଏଫ ଡିଜି କହିଛନ୍ତି।