ଆଜିଠୁ ସଂସଦ ଅନିଶ୍ଚିତକାଳ ପାଇଁ ବନ୍ଦ ହୋଇପାରେ

ନୂଆଦିଲ୍ଲୀ: ଧାର୍ଯ୍ୟ ସମୟର ଆଠ ଦିନ ପୂର୍ବରୁ ସଂସଦ ଅନିଶ୍ଚିତକାଳ ପାଇଁ ବନ୍ଦ ହୋଇଯାଇପାରେ। ଅର୍ଥାତ୍ ଆଜି (ବୁଧବାର) ସଂସଦର ଅନ୍ତିମ କାର୍ଯ୍ୟଦିବସ ହୋଇପାରେ। ଜୁନ୍ ମାସରେ କେନ୍ଦ୍ର କ୍ୟାବିନେଟରେ ପାରିତ ହୋଇଥିବା କିଛି ବିଲ୍ ସଂସଦରେ ପାରିତ ହୋଇସାରିଛି। ତେଣେ ରାଜ୍ୟସଭାର ଆଠ ସାଂସଦଙ୍କ ନିଲମ୍ୱନ ଆଦେଶ ପ୍ରତ୍ୟାହାର ନହେଲେ ବିରୋଧୀ ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ବୟକଟ କରିବେ ବୋଲି କହି ସାରିଛନ୍ତି। ଶାସକ ଦଳ ବିଜେପି ମଧ୍ୟ ଆଠ ସାଂସଦଙ୍କ ପାଖରୁ ବିଶୃଙ୍ଖଳିତ […]

Parliamnet

Subhransu Sekhar
  • Published: Wednesday, 23 September 2020
  • , Updated: 23 September 2020, 12:52 AM IST

ନୂଆଦିଲ୍ଲୀ: ଧାର୍ଯ୍ୟ ସମୟର ଆଠ ଦିନ ପୂର୍ବରୁ ସଂସଦ ଅନିଶ୍ଚିତକାଳ ପାଇଁ ବନ୍ଦ ହୋଇଯାଇପାରେ। ଅର୍ଥାତ୍ ଆଜି (ବୁଧବାର) ସଂସଦର ଅନ୍ତିମ କାର୍ଯ୍ୟଦିବସ ହୋଇପାରେ। ଜୁନ୍ ମାସରେ କେନ୍ଦ୍ର କ୍ୟାବିନେଟରେ ପାରିତ ହୋଇଥିବା କିଛି ବିଲ୍ ସଂସଦରେ ପାରିତ ହୋଇସାରିଛି। ତେଣେ ରାଜ୍ୟସଭାର ଆଠ ସାଂସଦଙ୍କ ନିଲମ୍ୱନ ଆଦେଶ ପ୍ରତ୍ୟାହାର ନହେଲେ ବିରୋଧୀ ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ବୟକଟ କରିବେ ବୋଲି କହି ସାରିଛନ୍ତି। ଶାସକ ଦଳ ବିଜେପି ମଧ୍ୟ ଆଠ ସାଂସଦଙ୍କ ପାଖରୁ ବିଶୃଙ୍ଖଳିତ ଆଚରଣ ପାଇଁ 'ଦୁଃଖ ପ୍ରକାଶ' ଦାବି କରିଛନ୍ତି।

ସଂସଦ ଜୁନ୍ ୧୪ରେ ଆରମ୍ଭ ହେବା ପରେ ତିରିଶ ସାଂସଦ କୋଭିଡରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପରେ ପରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି। ଏସବୁକୁ ଦେଖି ସରକାର ସଂସଦକୁ ଆଗୁଆ ବନ୍ଦ କରିବେ ବୋଲି ଆକଳନ କରାଯାଉଥିଲା। ନିକଟରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଏ ବାବଦରେ ବୈଠକ କରିଥିବା ଜଣାପଡ଼ିଛି।

ତେବେ ଆଜି (ବୁଧବାର) ରାଜ୍ୟସଭାର ପାଞ୍ଚଟି ବିଲ୍ ପାରିତ କରି ସଂସଦକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିପାରନ୍ତି। ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ ବୁଧବାର ଅପରାହ୍ନ ୩ଟା ପରିବର୍ତ୍ତେ ନିମ୍ନ ଗୃହର ବୈଠକ ସଂଧ୍ୟା ଛଅଠାରେ ଆରମ୍ଭ ହେବ। ଏହା ପରେ ନିମ୍ନ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇପାରେ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୪ ରୁ ଆରମ୍ଭ ହୋଇଥିବା ଅଧିବେଶନରେ ଉଭୟ ଗୃହରେ ଅନେକ ବିଲ୍ ପାରିତ ହୋଇସାରିଛି, ଯେଉଁଥିରେ କିଛି ନିୟମ ବଦଳାଇବା ପାଇଁ ନିକଟରେ ଉପସ୍ଥାପିତ ବିଲ୍ ଅନ୍ତର୍ଭୁକ୍ତ ହୋଇଛି।

ସୂତ୍ରରୁ ପ୍ରକାଶ ଯେ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇ ନିମ୍ନ ଗୃହର ସମସ୍ତ ଦଳର ନେତାଙ୍କୁ ଅବଗତ କରାଯାଇଛି। କାର୍ଯ୍ୟସୂଚୀ ଅନୁଯାୟୀ ଅକ୍ଟୋବର ୧ ପର୍ଯ୍ୟନ୍ତ ମୌସୁମୀ ଅଧିବେଶନ ଚାଲିବାକୁ ସ୍ଥିର ହୋଇଥିଲା।

Related story