ମମତାଙ୍କୁ ୪ ଥର ଫୋନ୍‌ କଲେ ପାର୍ଥ, ଶୁଭିଲା- ପ୍ଲିଜ ଟ୍ରାଏ ଲ୍ୟାଟର

କୋଲକତା: ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗରେ ଗତ ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିବା ପଶ୍ଚିମବଙ୍ଗ  ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଆଉ ଧରାଛୁଆଁ ଦେଉ ନାହାନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।  ପାର୍ଥଙ୍କ ଏପରି ଅସମୟରେ ତାଙ୍କ ହାତ ଛାଡ଼ି ଦେଇଥିବା ମମତା ଆଉ ତାଙ୍କ କଲ୍‌ ବି ରିସିଭ କରୁ ନାହାନ୍ତି। ଯେତେବେଳେ ବି ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଏ, ସେ ନିଜ ପରିବାର ସଦସ୍ୟ, ସମ୍ପର୍କୀୟ କିମ୍ବା ନିକଟତର ବ୍ୟକ୍ତିଙ୍କ ମଧ୍ୟରୁ ଏ ସମ୍ପର୍କରେ […]

mamta-&-partha

mamta-&-partha

Niharika Rout
  • Published: Monday, 25 July 2022
  • Updated: 25 July 2022, 09:24 AM IST

କୋଲକତା: ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗରେ ଗତ ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିବା ପଶ୍ଚିମବଙ୍ଗ  ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଆଉ ଧରାଛୁଆଁ ଦେଉ ନାହାନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।  ପାର୍ଥଙ୍କ ଏପରି ଅସମୟରେ ତାଙ୍କ ହାତ ଛାଡ଼ି ଦେଇଥିବା ମମତା ଆଉ ତାଙ୍କ କଲ୍‌ ବି ରିସିଭ କରୁ ନାହାନ୍ତି।

ଯେତେବେଳେ ବି ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଏ, ସେ ନିଜ ପରିବାର ସଦସ୍ୟ, ସମ୍ପର୍କୀୟ କିମ୍ବା ନିକଟତର ବ୍ୟକ୍ତିଙ୍କ ମଧ୍ୟରୁ ଏ ସମ୍ପର୍କରେ ଜଣଙ୍କୁ ଅବଗତ କରାଇ ପାରିବେ ବୋଲି ନିୟମ ରହିଛି। ଏହି ପରିପ୍ରେକ୍ଷୀରେ ଗତ ଶନିବାର ଇଡି ଦ୍ୱାରା ଗିରଫ ହୋଇଥିବା ପାର୍ଥ ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏ ସମ୍ପର୍କରେ ଅବଗତ କରିବାକୁ ଚେଷ୍ଟା କରିଥିଲେ।

ଏଥିନିମନ୍ତେ ସେ ମମତାଙ୍କ ଫୋନ୍‌କୁ ଚାରି ଥର ଡାଏଲ କରିଥିଲେ। ରାତି ୨.୩୧, ୨.୩୩, ୩.୩୭ ଓ ପରେ ଦିନ ୯ଟା ୩୫ରେ କଲ୍‌ କରିଥିଲେ।  ମାତ୍ର ଅପରପାର୍ଶ୍ୱରୁ କେହି କଲ୍‌ ରିସିଭି କରି ନ ଥିଲେ।  ଫୋନ୍‌ ରିଙ୍ଗ ହୋଇ କଟିବା ପରେ ‘ପ୍ଲିଜ ଟ୍ରାଏ ଲ୍ୟାଟର’ ବୋଲି ଶୁଣିବାକୁ ମିଳିଥିଲା। ଫଳରେ ନିରାଶ ହୋଇଥିଲେ ପାର୍ଥ।

ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗରେ ରାଜ୍ୟର  ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ବର୍ତ୍ତମାନର ଶିଳ୍ପ ମନ୍ତ୍ରୀ  ପାର୍ଥ ଚାଟାର୍ଜୀଙ୍କୁ ବାନ୍ଧିଛି ଇଡି । ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରାଯିବା ସହ ତାଙ୍କ ଘରୁ ୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଛି ।

ପାର୍ଥଙ୍କ ଗିରଫଦାରୀ ପରେ ବିଜେପି ଉପରେ ବର୍ଷିଛି ଟିଏମ୍‌ସି। ଏନେଇ ଟିଏମ୍‌ସି ପକ୍ଷରୁ କୁହାଯାଇଛି,  ଯଦି ମନ୍ତ୍ରୀ ଦୋଷ କରିଥିବେ ତା’ହେଲେ ନିଶ୍ଚିତ ଦଣ୍ଡ ପାଇବେ। ଆମେ ପୂରା ପରିସ୍ଥିତି ଉପରେ ତୀକ୍ଷ୍ନ ନଜର ରଖିଛୁ। ଆମକୁ ନ୍ୟାୟପାଳିକା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ନ୍ୟାୟପାଳିକାର ନିଷ୍ପତ୍ତି ପରେ ଆମେ ନିଷ୍ପତ୍ତି ନେବାକୁ ସମର୍ଥ ହେବୁ। ତ୍ରୁଣମୂଳ କଂଗ୍ରେସ କିମ୍ବା ସରକାରରେ କୌଣସି ବି ଭ୍ରଷ୍ଟାଚାରକୁ ବରଦାସ୍ତ କରାଯିବ ନାହିଁ। ନ୍ୟାୟପାଳିକାର ନିଷ୍ପତ୍ତି ପରେ ହିଁ ଟିଏମ୍‌ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏ ସବୁ ପଛରେ ବିଜେପିର ହାତ ଥିବା ବିଶ୍ୱାସ କରାଯାଉଛି। ଯିଏ ବିଜେପିରେ ପ୍ରବେଶ କରିଛି ତାକୁ କେହି ମଧ୍ୟ ଛୁଇଁ ପାରୁ ନାହାନ୍ତି। ଆଉ ଯିଏ ପ୍ରବେଶ କରି ନାହାନ୍ତି ସେମାନଙ୍କୁ ହଇରାଣ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos