କରୋନା ଭାଇରସ ଚିକିତ୍ସା ପାଇଁ ୧୯ଟି ଅତିରିକ୍ତ ଲ୍ୟାବ ପ୍ରତିଷ୍ଠା ହେବ

ନୂଆଦିଲ୍ଲୀ: ଦେଶରେ ୨୮ ଜଣ କରୋନାରେ ଆକ୍ରାନ୍ତ ହେଲେଣି। ବଢ଼ୁଥିବା ସଂଖ୍ୟାକୁ ନଜରରେ ରଖି ଏବେ ଉଭୟ ଅନ୍ତର୍ଜାତୀୟ ବିମାନ ଏବଂ ଘରୋଇ ବିମାନର ଯାତ୍ରୀଙ୍କୁ ସ୍କ୍ରନିଂ ଟେଷ୍ଟ ଦେଇ ଯିବାକୁ ହେବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଆଜି ଏହା କହିଛନ୍ତି। କରୋନା ଭାଇରସ ପାଇଁ ୧୨ଟି ଦେଶକୁ ତାଲିକାଭୁକ୍ତ କରାଯାଇଛି। ଏହି ଦେଶମାନଙ୍କରୁ ଆସିଥିବା ଯାତ୍ରୀଙ୍କର ବିମାନ ବନ୍ଦରରେ ସ୍କ୍ରନିଂ ଟେଷ୍ଟ ହେଉଥିଲା। ଯେହେତୁ ଅନେକ ରାଜ୍ୟରେ ମଧ୍ୟ ଏହି ପ୍ରାଣଘାତୀ ଭାଇରସ […]

coronavirus

coronavirus

Subhransu Sekhar
  • Published: Wednesday, 04 March 2020
  • Updated: 04 March 2020, 06:07 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ୨୮ ଜଣ କରୋନାରେ ଆକ୍ରାନ୍ତ ହେଲେଣି। ବଢ଼ୁଥିବା ସଂଖ୍ୟାକୁ ନଜରରେ ରଖି ଏବେ ଉଭୟ ଅନ୍ତର୍ଜାତୀୟ ବିମାନ ଏବଂ ଘରୋଇ ବିମାନର ଯାତ୍ରୀଙ୍କୁ ସ୍କ୍ରନିଂ ଟେଷ୍ଟ ଦେଇ ଯିବାକୁ ହେବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଆଜି ଏହା କହିଛନ୍ତି। କରୋନା ଭାଇରସ ପାଇଁ ୧୨ଟି ଦେଶକୁ ତାଲିକାଭୁକ୍ତ କରାଯାଇଛି। ଏହି ଦେଶମାନଙ୍କରୁ ଆସିଥିବା ଯାତ୍ରୀଙ୍କର ବିମାନ ବନ୍ଦରରେ ସ୍କ୍ରନିଂ ଟେଷ୍ଟ ହେଉଥିଲା। ଯେହେତୁ ଅନେକ ରାଜ୍ୟରେ ମଧ୍ୟ ଏହି ପ୍ରାଣଘାତୀ ଭାଇରସ ଆତଙ୍କ ଖେଳାଇଛି, ତେଣୁ ଏବେ ଘରୋଇ ବିମାନର ଯାତ୍ରୀଙ୍କର ମଧ୍ୟ ସ୍କ୍ରନିଂ ଟେଷ୍ଟ ହେବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଯଦି ଇରାନ ସରକାର ସହଯୋଗ କରିବେ ତାହେଲେ ଭାରତ ସେଠାରେ ଏହି ପ୍ରାଣଘାତୀ ଭାଇରସ ପାଇଁ ଏକ ଲ୍ୟାବ ପ୍ରତିଷ୍ଠା କରିବେ। ଏହାଦ୍ୱାରା ଇରାନରେ ଥିବା ଭାରତୀୟ ନାଗରିକଙ୍କ ସ୍କ୍ରିନିଂ ଟେଷ୍ଟ କରାଯାଇ ଭାରତ ଫେରାଇ ଅଣାଯିବ।

ଦେଶରେ ମୋଟ୍ ୧୫ଟି ଲ୍ୟାବ ରହିଛି। ଏହି ଲ୍ୟାବ ଜରିଆରେ COVID-୧୯ ଭାଇରସ ପରୀକ୍ଷା ହେଉଛି। ଏବେ ଆଉ ୧୯ଟି ଲ୍ୟାବ ପ୍ରତିଷ୍ଠା ପାଇଁ ଅର୍ଡର ଦିଆଯାଇଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos