ପାଟନା: ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ଆରଜେଡି ବିଧାୟକଙ୍କ ଭଉଣୀଙ୍କ ମୃତ୍ୟୁ

ପାଟନା: ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବିହାରର ଭୋଜପୁର ଜିଲ୍ଲାର ଆରଜେଡି ବିଧାୟକ ସରୋଜ ଯାଦବଙ୍କ ଭଉଣୀଙ୍କ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତ ଥାନାରେ ଆତ୍ମସପର୍ମଣ କରିଥିବା ବେଳେ ଅନ୍ୟ ତିତିଜଣଙ୍କ ଫେରାର ଅଛନ୍ତି। ସେମାନଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ତଲାସୀ ଜାରି ରଖିଛି। ବିଧାୟକ ସରୋଜ କହିଛନ୍ତି, “ପୋଲିସର ଅବହେଳା ଯୋଗୁଁ ମୋ ଭଉଣୀର ମୃତ୍ୟୁ ଘଟିଛି। ରାଜ୍ୟ ସରକାରଙ୍କ […]

SAROJ_YADAV

Rakesh Mallick
  • Published: Wednesday, 13 April 2016
  • , Updated: 13 April 2016, 08:01 AM IST

ପାଟନା: ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବିହାରର ଭୋଜପୁର ଜିଲ୍ଲାର ଆରଜେଡି ବିଧାୟକ ସରୋଜ ଯାଦବଙ୍କ ଭଉଣୀଙ୍କ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତ ଥାନାରେ ଆତ୍ମସପର୍ମଣ କରିଥିବା ବେଳେ ଅନ୍ୟ ତିତିଜଣଙ୍କ ଫେରାର ଅଛନ୍ତି। ସେମାନଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ତଲାସୀ ଜାରି ରଖିଛି।

ବିଧାୟକ ସରୋଜ କହିଛନ୍ତି, “ପୋଲିସର ଅବହେଳା ଯୋଗୁଁ ମୋ ଭଉଣୀର ମୃତ୍ୟୁ ଘଟିଛି। ରାଜ୍ୟ ସରକାରଙ୍କ ଉପରେ ମୋର ଭରସା ରହିଛି। ମୋତେ ନ୍ୟାୟ ନିଶ୍ଚିତ ମିଳିବ ବୋଲି ମୁଁ ଆଶା କରୁଛି।”

ସୂଚନାଅନୁଯାୟୀ, ପୀଡିତାଙ୍କ ସହ ଏହି ଦୁର୍ବୃତ୍ତମାନଙ୍କର ପରିଚିତ ଥିଲା। ଏପ୍ରିଲ୍ ୯ ତାରିଖରେ ବିଧାୟକଙ୍କ ଭଉଣୀ ଔଷଧ ଆଣିବା ପାଇଁ ଯାଇଥିଲେ। ଏହି ସମୟରେ ଅଟୋରେ ବସିଥିବା ଅଭିଯୁକ୍ତମାନେ ତାଙ୍କୁ ଟଣା ଓଟରା କରିଥିଲେ। ସେ ଏଥିରେ ପ୍ରତିବାଦ କରିବାରୁ ରାଜରାସ୍ତାରେ ତାଙ୍କୁ ଆକ୍ରମଣ କରିଥିଲେ।

Related story