ଲାଲୁ ଯାଦବଙ୍କୁ ମିଳିଲା ଜାମିନ୍‌, କିନ୍ତୁ...

ରାଞ୍ଚି: ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଜେଲଦଣ୍ଡ ପାଇଥିବା ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଶେଷରେ ଝାରଖଣ୍ଡ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଦେଓଗଡ଼ ଟ୍ରେଜେରୀ ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ଏହି ଜାମିନ ମିଳିଛି। ଜେଲଦଣ୍ଡ ପାଇବା ଦିନଠାରୁ ଲାଲୁ ରାଞ୍ଚିର ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ(ରିମ୍ସ)ରେ ଚିକିତ୍ସାଧୀନ ରହିଛନ୍ତି। ଅସୁସ୍ଥତା ଓ ବାର୍ଦ୍ଧକ୍ୟ ଜନିତ ସମସ୍ୟା ଆଳରେ ଲାଲୁ ଜାମିନ ଆବେଦନ କରିଥିଲେ। ବିଚାରପତି ଜଷ୍ଟିସ୍‌ ଅପରେଶ […]

la

Hemant Lenka
  • Published: Friday, 12 July 2019
  • , Updated: 12 July 2019, 05:05 PM IST

ରାଞ୍ଚି: ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଜେଲଦଣ୍ଡ ପାଇଥିବା ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଶେଷରେ ଝାରଖଣ୍ଡ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଦେଓଗଡ଼ ଟ୍ରେଜେରୀ ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ଏହି ଜାମିନ ମିଳିଛି।

ଜେଲଦଣ୍ଡ ପାଇବା ଦିନଠାରୁ ଲାଲୁ ରାଞ୍ଚିର ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ(ରିମ୍ସ)ରେ ଚିକିତ୍ସାଧୀନ ରହିଛନ୍ତି। ଅସୁସ୍ଥତା ଓ ବାର୍ଦ୍ଧକ୍ୟ ଜନିତ ସମସ୍ୟା ଆଳରେ ଲାଲୁ ଜାମିନ ଆବେଦନ କରିଥିଲେ। ବିଚାରପତି ଜଷ୍ଟିସ୍‌ ଅପରେଶ କୁମାର ସିଂହ ୫୦ ହଜାର ଟଙ୍କାର ୨ଟି ବ୍ୟକ୍ତିଗତ ମୁଚଲିକା ବଦଳରେ ତାଙ୍କୁ ଜାମିନ ଦେଇଛନ୍ତି। ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ସାଢ଼େ ୩ ବର୍ଷ ଜେଲଦଣ୍ଡ ମିଳିଥିଲା।

ତେବେ ଜାମିନ୍‌ ସତ୍ତ୍ୱେ ଲାଲୁ ଜେଲରୁ ମୁକୁଳି ପାରିବେ ନାହିଁ। କାରଣ ଦୁମକା ଓ ଚାଇଁବାସା ଟ୍ରେଜେରୀରୁ ଲାଲୁ ବେଆଇନ୍‌ ଭାବେ ଟଙ୍କା ଉଠାଇବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

Related story