ସହିଦଙ୍କ ପରିବାରକୁ ସାହାଯ୍ୟ ପାଇଁ କାମ ଦେଲା ମୋବାଇଲ୍ ଆପ୍: ମିଳିଲାଣି ୮ କୋଟି

ନୂଆଦିଲ୍ଲୀ: ଡ୍ୟୁଟିରେ ଥିବା ବେଳେ ସହିଦ ହୋଇଥିବା ସିଆର୍‌ପିଏଫ୍ ଯବାନଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ହୋଇଥିବା ଆପ୍‌କୁ ଇତି ମଧ୍ୟରେ ଦୁଇ ମାସ ପୂରି ଗଲାଣି। ଆଉ ଏ ମଧ୍ୟରେ ଲୋକେ ଏହି ମାଧ୍ୟମରେ ସହିଦଙ୍କ ପରିବାର ଲୋକଙ୍କ ପାଇଁ ୮ କୋଟି ଟଙ୍କା ଦାନ କରି ସାରିଲେଣି। ଏଥିରୁ ଅନେକ ଟଙ୍କା ସହିଦଙ୍କ ପରିବାର ଲୋକଙ୍କୁ ମିଳି ସାରିଛି। ‘ଭାରତ ର ବୀର’ ନାଁରେ ପ୍ରସ୍ତୁତ ଏହି ଆପ୍‌ […]

akhya

Rakesh Mallick
  • Published: Friday, 30 June 2017
  • , Updated: 30 June 2017, 02:27 PM IST

ନୂଆଦିଲ୍ଲୀ: ଡ୍ୟୁଟିରେ ଥିବା ବେଳେ ସହିଦ ହୋଇଥିବା ସିଆର୍‌ପିଏଫ୍ ଯବାନଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ହୋଇଥିବା ଆପ୍‌କୁ ଇତି ମଧ୍ୟରେ ଦୁଇ ମାସ ପୂରି ଗଲାଣି। ଆଉ ଏ ମଧ୍ୟରେ ଲୋକେ ଏହି ମାଧ୍ୟମରେ ସହିଦଙ୍କ ପରିବାର ଲୋକଙ୍କ ପାଇଁ ୮ କୋଟି ଟଙ୍କା ଦାନ କରି ସାରିଲେଣି। ଏଥିରୁ ଅନେକ ଟଙ୍କା ସହିଦଙ୍କ ପରିବାର ଲୋକଙ୍କୁ ମିଳି ସାରିଛି।

‘ଭାରତ ର ବୀର’ ନାଁରେ ପ୍ରସ୍ତୁତ ଏହି ଆପ୍‌ ଜରିଆରେ ଅର୍ଥ ଦାନ କରିଛନ୍ତି ଅନେକ ସାଧାରଣ ଲୋକ ଓ ସଂଗଠନ। ଚଳିତ ବର୍ଷ ଏପ୍ରିଲ ମାସରେ ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ଉପସ୍ଥିତିରେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଏହି ଆପ୍‌ର ଶୁଭାରମ୍ଭ କରିଥିଲେ। ଏହି ଆପ୍ ଖୋଲିବା ନେଇ ଅକ୍ଷୟ ହିଁ ପ୍ରସ୍ତାବ ଦେଇଥିଲେ।

ଏହି ଆପ୍‌ରେ ଏଯାବତ ମୋଟ ୭,୯୩,୯୦,୮୫୮ ଟଙ୍କା ଜମା ହୋଇଛି। ସୁରକ୍ଷାକର୍ମୀଙ୍କ ପରିବାର ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବାକୁ ଗୁରୁବାର କେନ୍ଦ୍ର ଗୃହ ମନ୍ତ୍ରୀ ଏକ ଭିଡିଓ ମେସେଜ୍ ମାଧ୍ୟମରେ ଅପିଲ୍ କରିଥିଲେ।

Related story