ଚାଷୀ ଆନ୍ଦୋଳନକୁ ନେଇ ଜାତିସଂଘର ବଡ଼ ବୟାନ

ନୂଆଦିଲ୍ଲୀ: ଭାରତରେ ଚାଲିଥିବା ବିଶାଳ ଚାଷୀ ଆନ୍ଦୋଳନକୁ ନେଇ ଏବେ ବିଶ୍ୱସ୍ତରରେ ସ୍ୱର ଉଠିବା ଆରମ୍ଭ ହେଲାଣି। ଚାଷୀ ଆନ୍ଦୋଳନକୁ ନେଇ ପୂର୍ବରୁ କାନାଡା ବୟାନ ଦେଇଥିବା ବେଳେ ଏବେ ଜାତିସଂଘ ପକ୍ଷରୁ ଏହା ଉପରେ ବଡ଼ ବୟାନ ଦେଇଛି। ଶାନ୍ତିପୂର୍ଣ୍ଣ ଭାବେ ସବୁ ଲୋକଙ୍କର ଧାରଣା ଓ ବିକ୍ଷୋଭ କରିବାର ଅଧିକାର ରହିଛି ବୋଲି ମିଳିତ ଜାତିସଂଘ ପକ୍ଷରୁ କୁହାଯାଇଛି। ଜାତିସଂଘର ମହାନିର୍ଦ୍ଦେଶକ ଆଣ୍ଟୋନିଓ ଗୁଟେରସଙ୍କ ମୁଖପାତ୍ର ଷ୍ଟେଫେନ ଡୁଜାରିକ କହିଛନ୍ତି, ଆମେ ସମସ୍ତେ ଭାରତରେ […]

u

Hemant Lenka
  • Published: Saturday, 05 December 2020
  • , Updated: 05 December 2020, 06:13 PM IST

ନୂଆଦିଲ୍ଲୀ: ଭାରତରେ ଚାଲିଥିବା ବିଶାଳ ଚାଷୀ ଆନ୍ଦୋଳନକୁ ନେଇ ଏବେ ବିଶ୍ୱସ୍ତରରେ ସ୍ୱର ଉଠିବା ଆରମ୍ଭ ହେଲାଣି। ଚାଷୀ ଆନ୍ଦୋଳନକୁ ନେଇ ପୂର୍ବରୁ କାନାଡା ବୟାନ ଦେଇଥିବା ବେଳେ ଏବେ ଜାତିସଂଘ ପକ୍ଷରୁ ଏହା ଉପରେ ବଡ଼ ବୟାନ ଦେଇଛି।

ଶାନ୍ତିପୂର୍ଣ୍ଣ ଭାବେ ସବୁ ଲୋକଙ୍କର ଧାରଣା ଓ ବିକ୍ଷୋଭ କରିବାର ଅଧିକାର ରହିଛି ବୋଲି ମିଳିତ ଜାତିସଂଘ ପକ୍ଷରୁ କୁହାଯାଇଛି।

ଜାତିସଂଘର ମହାନିର୍ଦ୍ଦେଶକ ଆଣ୍ଟୋନିଓ ଗୁଟେରସଙ୍କ ମୁଖପାତ୍ର ଷ୍ଟେଫେନ ଡୁଜାରିକ କହିଛନ୍ତି, ଆମେ ସମସ୍ତେ ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନ ଉପରେ ନଜର ରଖିଛୁ।

ମୁଁ ଏଠି କହିବାକୁ ଚାହୁଁଛି ଯେ ବିଶ୍ୱର ସବୁ ଲୋକଙ୍କର ଧାରଣା ଓ ବିକ୍ଷୋଭ କରିବାର ଅଧିକାର ରହିଛି। ସ୍ଥାନୀୟ ସରକାର ଓ ପ୍ରଶାସନ ଏଥିପାଇଁ ସେମାନଙ୍କୁ ଅନୁମତି ଦେବା ଦରକାର। ଏହା ଉପରେ ରୋକ ଲଗାଇବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି।

କେନ୍ଦ୍ର ସରକାର ଜାରି କରିଥିବା ନୂଆ କୃଷି ଆଇନକୁ ବିରୋଧ କରି ଦେଶର ଚାଷୀମାନେ ୧୦ ଦିନ ହେଲା ଦିଲ୍ଲୀର ରାଜରାସ୍ତାରେ ବିକ୍ଷୋଭ କରୁଛନ୍ତି। ସେମାନଙ୍କୁ ମନେଇବା ପାଇଁ କେନ୍ଦ୍ର ସରକାର ଚେଷ୍ଟା କରୁଥିଲେ ହେଁ ଏଯାଏ ସଫଳତା ମିଳିପାରି ନାହିଁ।

Related story