କରୋନା ଚାପ ଦୂର କରିବାକୁ ଗଛ କୁଣ୍ଢାଉଛନ୍ତି ଏହି ଦେଶର ଲୋକେ

ଇସ୍ରାଏଲ : କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରିରଖିଛି। କିଏ ନିଜର ପରିଜନକୁ ସବୁଦିନ ପାଇଁ ହରାଉଛି ତ ଆଉ କିଏ ଦୀର୍ଘ ଦିନ ଧରି ଦୂରେଇ ରହିବାର ଦୁଃଖକୁ ମନରେ ଚାପି ରଖୁଛି। ଲୋକମାନେ ଘର ମଧ୍ୟରେ ଏକ ପ୍ରକାରର ବନ୍ଦୀ ହୋଇ ରହିଥିବାରୁ ମାନସିକ ଅବସାଦ ମଧ୍ୟକୁ ଚାଲି ଯାଉଛନ୍ତି। ଏହି ସବୁ ଭିତରେ କରୋନା ମହାମାରୀରେ ନିଜ ପ୍ରିୟଜନକୁ ମନେ ପକାଇବା ପାଇଁ ଇସ୍ରାଏଲର ନେଚର ଏବଂ ପାର୍କ ଅଥୋରିଟି ସୋଶାଲ […]

du

Hemant Lenka
  • Published: Wednesday, 15 July 2020
  • , Updated: 15 July 2020, 04:05 PM IST

ଇସ୍ରାଏଲ : କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରିରଖିଛି। କିଏ ନିଜର ପରିଜନକୁ ସବୁଦିନ ପାଇଁ ହରାଉଛି ତ ଆଉ କିଏ ଦୀର୍ଘ ଦିନ ଧରି ଦୂରେଇ ରହିବାର ଦୁଃଖକୁ ମନରେ ଚାପି ରଖୁଛି। ଲୋକମାନେ ଘର ମଧ୍ୟରେ ଏକ ପ୍ରକାରର ବନ୍ଦୀ ହୋଇ ରହିଥିବାରୁ ମାନସିକ ଅବସାଦ ମଧ୍ୟକୁ ଚାଲି ଯାଉଛନ୍ତି।

ଏହି ସବୁ ଭିତରେ କରୋନା ମହାମାରୀରେ ନିଜ ପ୍ରିୟଜନକୁ ମନେ ପକାଇବା ପାଇଁ ଇସ୍ରାଏଲର ନେଚର ଏବଂ ପାର୍କ ଅଥୋରିଟି ସୋଶାଲ ମିଡିଆରେ ଏକ ଅଜବ ବାର୍ତ୍ତା ଦେଇଛନ୍ତି। ସାମାଜିକ ଦୂରତା ମାନିବା ସହ ବନ୍ଧୁବାନ୍ଧବଙ୍କୁ ସ୍ମରଣ କରିବା ପାଇଁ କର୍ତ୍ତୃପକ୍ଷ ଜାବୁଡ଼ି ବା କୁଣ୍ଢାଇ ଧରିବାକୁ କହିଛନ୍ତି।

କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ କରୋନା ଭାଇରସ୍ ସମୟରେ ବିଶ୍ୱର ଲୋକଙ୍କୁ ପ୍ରକୃତିର ଅଧିକ ନିକଟବର୍ତ୍ତୀ ହେବା ଉଚିତ। ଗଭୀର ନିଶ୍ୱାସର ସହ ଗଛକୁ ଆଲିଙ୍ଗନ କରି ଆପଣମାନେ ନିଜର ଭଲପାଇବା ପ୍ରକାଶ କରିବାକୁ ପଡ଼ିବ। ସେମାନଙ୍କ ମଧ୍ୟରେ ନିଜ ପ୍ରିୟଜନଙ୍କୁ ଅନୁଭବ କରିବାକୁ ହେବ ବୋଲି ନେଚର ଏବଂ ପାର୍କ କର୍ତ୍ତୃପକ୍ଷଙ୍କ ମାର୍କେଟିଂ ନିର୍ଦ୍ଦେଶକ ଓରିଟ୍ ଷ୍ଟେଇନଫେଲ୍ଡ କହିଛନ୍ତି।

ଏହି ଆହ୍ୱାନ ପରେ ଅନେକ ଲୋକ ପାର୍କ ମଧ୍ୟରେ ଗଛକୁ ଆଲିଙ୍ଗନ କରି ନିଜ ମଧ୍ୟରେ ଥିବା ଚାପକୁ ଦୂରେଇ ଦେବାକୁ ଚେଷ୍ଟା କରୁଥିବାର ଫଟୋ ଭାଇରାଲ ହେଉଛି।

Related story