ନୂଆଦିଲ୍ଲୀ: ୨୦୨୦ ମସିହା ଜାନୁଆରୀରୁ ଅର୍ଥାତ ନୂଆବର୍ଷରୁ ଏନ୍ଇଏଫ୍ଟି ଜରିଆରେ ଅର୍ଥ କାରବାର ବ୍ୟାଙ୍କ ଉପଭୋକ୍ତାଙ୍କୁ ଶୁଳ୍କ ଦେବାକୁ ପଡ଼ିବନି। ସମସ୍ତ ବ୍ୟାଙ୍କ ଏପରି କରିବା ବାଧ୍ୟତାମୂଳକ ବୋଲି ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଏକ ପ୍ରେସ୍ ବିବୃତ୍ତି ଜାରି କରି କୁହାଯାଇଛି। ଆରବିଆଇ ପକ୍ଷରୁ କୁହାଯାଇଛି, ଡିଜିଟାଲ ପେମେଣ୍ଟସ୍କୁ ପ୍ରୋତ୍ସାହନ ଦେବାପାଇଁ ଏଭଳି କରାଯାଇଛି।
ଜୁଲାଇ ଆର୍ଥିକ ନୀତି ସମୀକ୍ଷା ବୈଠକରେ ଆରବିଆଇ ପକ୍ଷରୁ କୁହାଯାଇଥିଲା ଏନ୍ଇଏଫ୍ଟି ଏବଂ ଆରଟିଜିଏସ୍ କାରବାର ଦେୟମୁକ୍ତ ହେବା ନେଇ ଘୋଷଣା କରାଯାଇଥିଲା। କିନ୍ତୁ ଏଥିପାଇଁ ବ୍ୟାଙ୍କ ତାରିଖ ନିର୍ଦ୍ଧାରଣ କରାଯାଇନଥିଲା।
ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଆରମ୍ଭରୁ ହିଁ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ଦେଇ ଆସୁଛନ୍ତି। ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ମୋଦିଙ୍କର ବହୁ ଭାଷଣରେ ମଧ୍ୟ ସ୍ଥାନ ପାଇସାରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଟାରିଫ୍ ନିୟମରେ ସଂଶୋଧନ, ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ୍
ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Business
ଧାମନଗର ଟେକ୍ସଟାଇଲ ପାର୍କ ପାଇଁ ୪ ହଜାର କୋଟି ମଞ୍ଜୁର; ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସୂର୍ଯ୍ୟବଂଶୀ ସୂରଜ
ଏହି ଉଦ୍ୟୋଗ ଯୋଗୁଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୬ ହଜାର ନିଯୁକ୍ତି ସୃଷ୍ଚି ହେବ ଏବଂ ଭଦ୍ରକ ଜିଲ୍ଲା ଶିଳ୍ପ ସମୃଦ୍ଧ ହୋଇପାରିବ।
Business
ଲୋନ୍ ଶୁଝି ପାରୁ ନାହାନ୍ତି ଅମ୍ବାନୀ, ଜିନ୍ଦଲ; ୧୦ ବର୍ଷରେ ୧୨ ଲକ୍ଷ କୋଟି ଛାଡ଼
ବ୍ୟାଙ୍କ ଲୋନ୍ ଶୁଝି ପାରୁ ନାହାନ୍ତି ଅମ୍ବାନୀ, ଜିନ୍ଦଲ ଓ ଜୟପ୍ରକାଶଙ୍କ ପରି ପ୍ରତିଷ୍ଠିତ ବିଜନେସମ୍ୟାନ୍। ଫଳରେ ଋଣ ଛାଡ଼ ପାଇଁ ବାଧ୍ୟ ହେଉଛନ୍ତି ସରକାରୀ ଓ ଘରୋଇ ବ୍ୟାଙ୍କ। ଗତ ୧୦ ବର୍ଷ ମଧ୍ୟରେ ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କଗୁଡ଼ିକ ୧୨ ଲକ୍ଷ କୋଟି ଛାଡ଼ କରିଛନ୍ତି।
Business
ଖୁବଶୀଘ୍ର ଏଟିଏମରୁ ଉଠିପାରିବ ପିଏଫ୍ ଟଙ୍କା!
ଖୁବଶୀଘ୍ର ହିତାଧିକାରୀ ସିଧାସଳଖ ଏଟିଏମ୍ ମାଧ୍ୟମରେ ସେମାନଙ୍କ କ୍ଲେମ ରାଶି ସହଜରେ ପାଇପାରିବେ। କର୍ମଚାରୀମାନଙ୍କ ସହଜ ଜୀବନଧାରଣରେ ଉନ୍ନତି ଆଣିବା ପାଇଁ ପ୍ରକ୍ରିୟାକୁ ସରଳ କରୁଛୁ କହିଲେ ଶ୍ରମ ସଚିବ।