ଏଫଆଇଆର୍‌ ପରେ ସୁପ୍ରିମକୋର୍ଟ ଗଲେ ରିୟା

ନୂଆଦିଲ୍ଲୀ: ବଲିଉଡର ରାଇଜିଂ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି। ପୂର୍ବରୁ ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ଏକାଧିକ ଫିଲ୍ମ ନିର୍ମାତା ଦାୟୀ ବୋଲି କୁହାଯାଉଥିବା ବେଳେ ଏବେ ସମସ୍ତଙ୍କର ଫୋକସ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ରହିଛି। ରିୟା ହେଉଛନ୍ତି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ। ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ରିୟା ଦାୟୀ ବୋଲି ଅଭିଯୋଗ କରି ତାଙ୍କ ବାପା ଗତକାଲି ପାଟନାରେ ଏତଲା ଦେଇଥିଲେ। ଆଜି ଏନେଇ ରିୟା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରିୟା […]

de

Hemant Lenka
  • Published: Wednesday, 29 July 2020
  • , Updated: 29 July 2020, 05:22 PM IST

ନୂଆଦିଲ୍ଲୀ: ବଲିଉଡର ରାଇଜିଂ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି। ପୂର୍ବରୁ ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ଏକାଧିକ ଫିଲ୍ମ ନିର୍ମାତା ଦାୟୀ ବୋଲି କୁହାଯାଉଥିବା ବେଳେ ଏବେ ସମସ୍ତଙ୍କର ଫୋକସ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ରହିଛି। ରିୟା ହେଉଛନ୍ତି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ।

ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ରିୟା ଦାୟୀ ବୋଲି ଅଭିଯୋଗ କରି ତାଙ୍କ ବାପା ଗତକାଲି ପାଟନାରେ ଏତଲା ଦେଇଥିଲେ। ଆଜି ଏନେଇ ରିୟା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରିୟା ପାଟନାରେ ରୁଜୁ ହୋଇଥିବା ମାମଲାକୁ ମୁମ୍ବାଇ ବଦଳି କରି ଆଣିବାକୁ ଆବେଦନ କରିଛନ୍ତି। ଏ ସଂକ୍ରାନ୍ତ ଏକ ପିଟିସନ ଆଜି ରିୟାଙ୍କ ଓକିଲ ସୀତୀଶ ମାନେସିନ୍ଧେ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ତେବେ ଏହାର ଶୁଣାଣି କେବେ ହେବ, ତାହା ଜଣାପଡ଼ି ନାହିଁ।

ଏତଲା ପରେ ବିହାର ପୁଲିସ୍‌ର ୪ ଜଣିଆ ଟିମ୍‌ ମୁମ୍ବାଇରେ ପହଞ୍ଚି ଖୋଳତାଡ଼ କରିଛି। କାଳେ ଅଧିକ ଜେରା ପାଇଁ ରିୟାଙ୍କୁ ପାଟଣା ଯିବାକୁ ପଡ଼ିବ, ସେଥିପାଇଁ ସେ ଆଗୁଆ ମାମଲାର ତଦନ୍ତ ଦାୟିତ୍ୱ ମୁମ୍ବାଇକୁ ବଦଳି କରି ଆଣିବାକୁ ଆବେଦନ କରିଛନ୍ତି।

ଅନ୍ୟପକ୍ଷରେ ଏତଲା ପରେ ରିୟା ଗିରଫ ହେବାର ଆଶଙ୍କା ରହିଛି। ତେଣୁ ସେ ଆଗୁଆ ଜାମିନ ପାଇଁ ମଧ୍ୟ ଆବେଦନ କରିପାରନ୍ତି ବୋଲି କୁହାଯାଉଛି।

ଗତକାଲି ସୁଶାନ୍ତଙ୍କ ବାପା କେକେ ସିଂହ ରାଜୀବ ନଗର ପୁଲିସ୍‌ ଷ୍ଟେସନରେ ଏଫଆଇଆର ରୁଜୁ କରିଥିଲେ। ଏଥିରେ ସେ କହିଥିଲେ ଯେ ରିୟା ହିଁ ସୁଶାନ୍ତଙ୍କ ଠାରୁ ଟଙ୍କା ନେବା ପରେ ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଉଥିଲେ।

Related story