ଟ୍ୟାକ୍ସ ଛାଡ଼ ପରେ ପେଟ୍ରୋଲ ଲିଟର ପ୍ରତି ୨.୫୦ ଏବଂ ଡିଜେଲ ଲିଟର ପ୍ରତି ୨.୨୫ ଟଙ୍କା କମିଲା

ନୂଆଦିଲ୍ଲୀ: ତୈଳ ଦରକୁ ନେଇ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି। କ୍ରମାଗତ ତୈଳ ଦର ବୃଦ୍ଧି ପରେ ଗତକାଲି ହ୍ରାସ କରିଛନ୍ତି ସରକାର। ତୈଳ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ପରେ ଉଭୟ ପେଟ୍ରୋଲ ଏବଂ ଡିଜେଲର ଦର କମିଛି । ତୈଳ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ପରେ ପେଟ୍ରୋଲ ଲିଟର ପ୍ରତି ୨. ୫୦ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୨.୨୫ ଟଙ୍କା  କମିଛି। ଏହି ନୂଆ ଦର ଆଜିଠାରୁ ଲାଗୁ ହୋଇଛି। ଭୁବନେଶ୍ୱରରେ ପୂର୍ବରୁ […]

app

app

Rakesh Mallick
  • Published: Wednesday, 04 October 2017
  • Updated: 04 October 2017, 09:59 AM IST

Sports

Latest News

ନୂଆଦିଲ୍ଲୀ: ତୈଳ ଦରକୁ ନେଇ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି। କ୍ରମାଗତ ତୈଳ ଦର ବୃଦ୍ଧି ପରେ ଗତକାଲି ହ୍ରାସ କରିଛନ୍ତି ସରକାର। ତୈଳ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ପରେ ଉଭୟ ପେଟ୍ରୋଲ ଏବଂ ଡିଜେଲର ଦର କମିଛି । ତୈଳ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ପରେ ପେଟ୍ରୋଲ ଲିଟର ପ୍ରତି ୨. ୫୦ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୨.୨୫ ଟଙ୍କା  କମିଛି। ଏହି ନୂଆ ଦର ଆଜିଠାରୁ ଲାଗୁ ହୋଇଛି।

ଭୁବନେଶ୍ୱରରେ ପୂର୍ବରୁ ପେଟ୍ରୋଲ ଲିଟର ପ୍ରତି ୬୯.୭୧ ଟଙ୍କା ଥିବା ବେଳେ ଦର କମି ୬୭.୨୧ ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ ୬୩.୩୮ ଟଙ୍କାରୁ କମି ୬୧.୧୩ ଟଙ୍କାରେ ପହଞ୍ଚିଛି। ଗତକାଲି କେନ୍ଦ୍ର ସରକାର ତୈଳ ଉପରେ ଉତ୍ପାଦ ଶୁଳ୍କ ୨ ଟଙ୍କା ହ୍ରାସ ନେଇ ଘୋଷଣା କରିଥିଲେ।  ୨୦୧୪ ପରେ କେନ୍ଦ୍ର ସରକାର ତୈଳ ଉପରେ ୧୨୬ ପ୍ରତିଶତ ଉତ୍ପାଦ ଶୁଳ୍କ ବୃଦ୍ଧି କରିଛନ୍ତି। ଆଉ ଡିଜେଲ ଉପରେ ୩୭୪ ପ୍ରତିଶତ ଉତ୍ପାଦ ଶୁଳ୍କ ବୃଦ୍ଧି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos