ଠେଲାରେ ପରିବା ବିକୁଛନ୍ତି ପିଏଚଡି ବିଦ୍ୟାର୍ଥୀ, ଅନର୍ଗଳ ଇଂରାଜୀ ଶୁଣି ପ୍ରଶାସନ ତାଜୁବ

ଇନ୍ଦୋର: କରୋନା ମହାମାରୀ ବେଳେ ପରିବା ଠେଲା ବିକାଳିଙ୍କ ଉପରେ ସ୍ଥାନୀୟ ପ୍ରଶାସନ ଅକଥନୀୟ ଅତ୍ୟାଚର କରୁଛି। ଏଭଳି ଅଭିଯୋଗ ଆଣିଛନ୍ତି ପରିବା ବିକାଳି ରାୟସା ଅନସାରୀ ନାମକ ମହିଳା। ତେବେ ସ୍ଥାନୀୟ ନଗର ନିଗମ ବିରୋଧରେ ନାରାବାଜି କରିବା ବେଳେ ସେ ଅନର୍ଗଳ ଇଂରାଜୀ କହୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ପ୍ରଶାସନ ତାଜୁବ ହୋଇଛି। ଅନର୍ଗଳ ଇଂରାଜୀ କହିବା ପଛର କାରଣ ଯେତେବେଳେ ପ୍ରଶାସନ ପଚାରିଥିଲା ସେତେବେଳେ ମହିଳା ଜଣଙ୍କ କହିଥିଲେ ସେ […]

Indore phd vegetable scholar

Subhransu Sekhar
  • Published: Thursday, 23 July 2020
  • , Updated: 24 July 2020, 12:40 AM IST

ଇନ୍ଦୋର: କରୋନା ମହାମାରୀ ବେଳେ ପରିବା ଠେଲା ବିକାଳିଙ୍କ ଉପରେ ସ୍ଥାନୀୟ ପ୍ରଶାସନ ଅକଥନୀୟ ଅତ୍ୟାଚର କରୁଛି। ଏଭଳି ଅଭିଯୋଗ ଆଣିଛନ୍ତି ପରିବା ବିକାଳି ରାୟସା ଅନସାରୀ ନାମକ ମହିଳା। ତେବେ ସ୍ଥାନୀୟ ନଗର ନିଗମ ବିରୋଧରେ ନାରାବାଜି କରିବା ବେଳେ ସେ ଅନର୍ଗଳ ଇଂରାଜୀ କହୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ପ୍ରଶାସନ ତାଜୁବ ହୋଇଛି।

ଅନର୍ଗଳ ଇଂରାଜୀ କହିବା ପଛର କାରଣ ଯେତେବେଳେ ପ୍ରଶାସନ ପଚାରିଥିଲା ସେତେବେଳେ ମହିଳା ଜଣଙ୍କ କହିଥିଲେ ସେ ଫିଲୋସଫି ବା ଦର୍ଶନଶାସ୍ତ୍ରରେ ପିଏଚଡି କରିଛନ୍ତି। ମଧ୍ୟପ୍ରଦେଶ ଇନ୍ଦୋର ସ୍ଥିତ ଦେବୀ ଅହଲ୍ୟା ବିଶ୍ୱ ବିଦ୍ୟାଳୟରୁ ରାୟସା ଅନସାରୀ ପିଏଚଡି କରିଥିବା କହିଛନ୍ତି। ଏବେ ଅନସାରୀଙ୍କ ଅନର୍ଗଳ ଇଂରାଜୀ ଭାଷାର ନାରାବାଜି ସୋଶାଲ ମିଡିଆରେ ଭାଇରାଲ ହୋଇଛି।

https://twitter.com/Anurag_Dwary/status/1286277557436870656

ଭାଇରାଲ ଭିଡିଓରେ ଡକ୍ଟର ରାୟସା ଅନସାରୀ କହିଛନ୍ତି “ଆମେ କ’ଣ ପ୍ରଧାନମନ୍ତ୍ରୀ କିମ୍ୱା ଜିଲ୍ଲାପାଳଙ୍କ ଘରେ ଯାଇ ମରିଯିବୁ ନା ନଗର ନିଗମର ଗୋଡ଼ ତଳେ ପଡ଼ିବୁ। କରୋନା ଭାଇରସ୍ ପାଇଁ ଇନ୍ଦୋର ବଜାର ବାରମ୍ବାର ବନ୍ଦ ହେଉଛି। ଏହାଫଳରେ ଫଳ ଏବଂ ପନିପରିବା ବିକ୍ରେତା ହଇରାଣ ହେଉଛନ୍ତି”।

ଯଦି ବାରମ୍ୱାର ଏଭଳି ଦୋକାନ ବନ୍ଦ ହେବ ତା’ହେଲେ ସେ ତାଙ୍କ ପରିବାରକୁ କିଭଳି ଖାଇବାକୁ ଦେବେ ବୋଲି ଡକ୍ଚର ରାୟସା ଅନସାରୀ କହିଛନ୍ତି। ତାଙ୍କ ପରିବାରରେ ୨୦ରୁ ଅଧିକ ସଦସ୍ୟ ଅଛନ୍ତି ବୋଲି ସେ କହିଛନ୍ତି। ଠେଲା ନିକଟରେ କୌଣସି ଭିଡ ନଥିବା ବେଳେ ତଥାପି ପ୍ରଶାସନ ତାଙ୍କୁ ହଟାଇ ଦେଉଛି ବୋଲି ସେ କହିଛନ୍ତି।

Related story