ଏହି ଦେଶର ରାଷ୍ଟ୍ରପତି କରୋନାରେ ଆକ୍ରାନ୍ତ!

ମନୀଲା: କିଲର କରୋନା ଭାଇରସ ଏବେ ଫିଲିପାଇନ୍ସ ରାଷ୍ଟ୍ରପତିଙ୍କୁ କବଳିତ କରିଥିବା ସନ୍ଦେହ କରାଯାଉଛି। ଫିଲିପାଇନ୍ସ ସରକାର ଏବେ ରାଷ୍ଟ୍ରପତି ରୋଡିରଗୋ ଦୁତେର୍ତ୍ତୀଙ୍କ ସ୍ୱାବ ପରୀକ୍ଷା କରିବେ ବୋଲି ନିଷ୍ପତ୍ତି ନେଇଛି। ଏବେ ରୋଡିରଗୋଙ୍କୁ ସନ୍ଦିଗ୍ଧ ଭାବରେ ରଖାଯାଇଛି। ରାଷ୍ଟ୍ରପତି ଆକ୍ରାନ୍ତ ହୋଇଛନ୍ତି କି ନାହିଁ ଜଣାପଡ଼ିନଥିଲେ ମଧ୍ୟ ଦେଶର ଅନେକ ମନ୍ତ୍ରୀ, ସରକାରୀ ଅଧିକାରୀ ଭୟଭୀତ ହୋଇଥିବା ଜଣାପଡ଼ିଛି। ରାଷ୍ଟ୍ରପତିଙ୍କ ମୁଖପାତ୍ର ସେଲ୍ୱାଡୋର ପନେଲୋ କହିଛନ୍ତି ଯେ, ସ୍ୱାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶ କ୍ରମେ ସମସ୍ତ ପଦକ୍ଷେପ […]

corona-virus

Subhransu Sekhar
  • Published: Thursday, 12 March 2020
  • , Updated: 12 March 2020, 04:49 PM IST

ମନୀଲା: କିଲର କରୋନା ଭାଇରସ ଏବେ ଫିଲିପାଇନ୍ସ ରାଷ୍ଟ୍ରପତିଙ୍କୁ କବଳିତ କରିଥିବା ସନ୍ଦେହ କରାଯାଉଛି। ଫିଲିପାଇନ୍ସ ସରକାର ଏବେ ରାଷ୍ଟ୍ରପତି ରୋଡିରଗୋ ଦୁତେର୍ତ୍ତୀଙ୍କ ସ୍ୱାବ ପରୀକ୍ଷା କରିବେ ବୋଲି ନିଷ୍ପତ୍ତି ନେଇଛି। ଏବେ ରୋଡିରଗୋଙ୍କୁ ସନ୍ଦିଗ୍ଧ ଭାବରେ ରଖାଯାଇଛି। ରାଷ୍ଟ୍ରପତି ଆକ୍ରାନ୍ତ ହୋଇଛନ୍ତି କି ନାହିଁ ଜଣାପଡ଼ିନଥିଲେ ମଧ୍ୟ ଦେଶର ଅନେକ ମନ୍ତ୍ରୀ, ସରକାରୀ ଅଧିକାରୀ ଭୟଭୀତ ହୋଇଥିବା ଜଣାପଡ଼ିଛି।

ରାଷ୍ଟ୍ରପତିଙ୍କ ମୁଖପାତ୍ର ସେଲ୍ୱାଡୋର ପନେଲୋ କହିଛନ୍ତି ଯେ, ସ୍ୱାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶ କ୍ରମେ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ପରୀକ୍ଷା କରିବେ। ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ରାଷ୍ଚ୍ରପତିଙ୍କ କରୋନା ଟେଷ୍ଟର ଫଳାଫଳ ଜଣାପଡ଼ିବା ପରେ ଅନେକ ମନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କ କରୋନା ଟେଷ୍ଟ ହେବ। ଫିଲିପାଇନ୍ସରେ ଏଯାବତ ୪୯ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି।

Related story