ଲୁଟେରାର ନାଁ ଥାନେଦାର, ଜୀବନଶୈଳୀ ରାଜକୀୟ

ହାଇଦ୍ରାବାଦ: ପେସାରେ ଲୁଟେରା କିନ୍ତୁ ଜବୀନଶୈଳୀ ପୂରା ରାଜକୀୟ। ଘର ଉତ୍ତର ପ୍ରଦେଶର ଆଲିଗଡ଼ ଜିଲ୍ଲା। କିନ୍ତୁ ଘର ଛାଡ଼ି ନିଜାମର ସହର ହାଇଦ୍ରାବାଦରେ ମାସିକ ୩୦ ହଜାର ଟଙ୍କା ଘର ଭଡ଼ା ଦେଇ ରହନ୍ତି ଓ ଦୁଇ ପୁଅଙ୍କୁ ଇଣ୍ଟରନେଶନାଲ ସ୍କୁଲରେ ପାଠ ପଢ଼ାଉଛନ୍ତି ଏହି ଅଭିଯୁକ୍ତ ଲୁଟେରା। ଏହି ଲୁଟେରାର ନାଁ ହେଉଛି ଥାନେଦାର ସିଂହ କୁଶଭ। ସୋମବାର ସିକନ୍ଦରାବାଦ ରେଳବାଇ ପୁଲିସ ଏଭଳି ଜଣେ ଲୁଟେରା ବାବଦରେ ଗଣମାଧ୍ୟମକୁ ସୂଚନା ଦେଇଛି। ଏହି […]

pocketmar

Subhransu Sekhar
  • Published: Wednesday, 25 December 2019
  • , Updated: 25 December 2019, 04:14 PM IST

ହାଇଦ୍ରାବାଦ: ପେସାରେ ଲୁଟେରା କିନ୍ତୁ ଜବୀନଶୈଳୀ ପୂରା ରାଜକୀୟ। ଘର ଉତ୍ତର ପ୍ରଦେଶର ଆଲିଗଡ଼ ଜିଲ୍ଲା। କିନ୍ତୁ ଘର ଛାଡ଼ି ନିଜାମର ସହର ହାଇଦ୍ରାବାଦରେ ମାସିକ ୩୦ ହଜାର ଟଙ୍କା ଘର ଭଡ଼ା ଦେଇ ରହନ୍ତି ଓ ଦୁଇ ପୁଅଙ୍କୁ ଇଣ୍ଟରନେଶନାଲ ସ୍କୁଲରେ ପାଠ ପଢ଼ାଉଛନ୍ତି ଏହି ଅଭିଯୁକ୍ତ ଲୁଟେରା। ଏହି ଲୁଟେରାର ନାଁ ହେଉଛି ଥାନେଦାର ସିଂହ କୁଶଭ। ସୋମବାର ସିକନ୍ଦରାବାଦ ରେଳବାଇ ପୁଲିସ ଏଭଳି ଜଣେ ଲୁଟେରା ବାବଦରେ ଗଣମାଧ୍ୟମକୁ ସୂଚନା ଦେଇଛି। ଏହି ଲୁଟେରା ବ୍ୟକ୍ତି ଜଣଙ୍କ ପୂର୍ବରୁ ପୁଣେର ୟେରାଓ୍ୱଡା ଜେଲରେ ରହିଥିଲା। ଏହି ସମୟରେ ମୁମ୍ୱାଇ ଆକ୍ରମଣରେ ଫାଶୀ ହୋଇଥିବା ଆତଙ୍କବାଦୀ କସବ ମଧ୍ୟ ଏହି ଜେଲରେ ଥିଲା।

ପୁଲିସର ସୂଚନା ଅନୁଯାୟୀ କୁଶଭ ୨୦୦୪ରୁ ପକେଟମାର କାମରେ ଅଭ୍ୟସ୍ତ ରହିଛି। ମୁଖ୍ୟତଃ ଦୂର ଯାତ୍ରୀଙ୍କୁ ଲୁଟିବା ଏହାର ଲକ୍ଷ୍ୟ ଥାଏ। ନଗଦ ଟଙ୍କା ଓ ସୁନା ଗହଣା ଚୋରି କରିବାରେ କୁଶଭ ମାହିର। ଏଯାବତ ୨ କୋଟି ଟଙ୍କାର ଗହଣା ଓ ଟଙ୍କା ଚୋରି କରିଥିବା ପୁଲିସ କହିଛି। କୁଶଭ ସର୍ବନିମ୍ନ ୪୦୦ଟି ଚୋରି ମାମଲାରେ ସଂପୃକ୍ତ ରହିଛି ବୋଲି ଜିଆରପି ପୁଲିସ ବି. ଅନୁରାଧା କହିଛନ୍ତି।

କୁଶଭକୁ ସୋମବାର ପୁଲିସ ଗିରଫ କରିବା ବେଳେ ନଗଦ ୧୩ ଲକ୍ଷ ଟଙ୍କା ଏବଂ ୨୭ ଲକ୍ଷ ଟଙ୍କାର ଗହଣା ଜବତ କରିଛି। ଚୋରି କରିବା ବ୍ୟତୀତ କୁଶଭ ସେୟାର ବଜାର, ଜୁଆ, କ୍ରିକେଟ ବେଟିଂରେ ପଇସା ଲଗାଏ ବୋଲି ପୁଲିସ କହିଛି। ହାଇଦ୍ରାବାଦର ଚନ୍ଦନ ନଗର ଏରିଆରେ କୁଶଭ ୨୦୧୬ ପାଖରୁ ରହୁଛି। ତା’ର ଦୁଇ ପୁଅକୁ ବାର୍ଷିକ ୨ ଲକ୍ଷ ଟଙ୍କା ଦେଇ ଇଣ୍ଟରନେଶନାଲ ସ୍କୁଲରେ ପାଠ ପଢ଼ାଉଛି ବୋଲି ପୁଲିସ କହିଛି।

ଟ୍ରେନରେ ଯାତ୍ରା କରିବା ନାଁରେ କୁଶଭ ଟିକେଟ କାଟିଥାଏ। ଯାତ୍ରା ବେଳେ ଯାତ୍ରୀଙ୍କ ଟଙ୍କା ଓ ଗହଣା ଚୋରି କରିଥାଏ ବୋଲି ପୁଲିସ କହିଛି। ଗୋଟିଏ ଟ୍ରିପରେ ସେ ସର୍ବନିମ୍ନ ୨୦ ହଜାର ଟଙ୍କା ଚୋରି କରିଥାଏ ବୋଲି ପୁଲିସ କହିଛି। ପ୍ରତିମାସରେ ଏଭଳି ୮ଟି ଟ୍ରେନ ଯାତ୍ରା କରି କୁଶଭ ଚୋରି କରିଥାଏ ବୋଲି ଜଣାପଡ଼ିଛି। ୨୦୧୫ରୁ କୁଶଭ ଗିରଫ ହୋଇନଥିବା ପୁଲିସ କହିଛି। ଅନ୍ତିମ ଥର ପାଇଁ କୁଶଭ ୨୦୦୭ ଏବଂ ୨୦୧୧ରେ ବନଜରା ହିଲ୍ସ ପୁଲିସ ଦ୍ୱାରା ଗିରଫ ହୋଇଥିଲା ବୋଲି ପୁଲିସ କହିଛି।

ସୂଚନାଯୋଗ୍ୟ, ସୋମବାର ଦିନ କୁଶଭ ଏବଂ ତା’ର ସହଯୋଗୀ ଅରୁଣ ସିକନ୍ଦରାବଦ ନିକଟରେ ଥିବା ଏକ ଫ୍ଲାଏ ଓଭର ବ୍ରିଜ ତଳେ ତାଙ୍କର ଦୁଇ ଚକିଆ ଗାଡ଼ି ରଖି କୁଆଡ଼େ ଯାଇଥିଲେ। ପୁଲିସ ସେହି ଗାଡ଼ି ଉପରେ ନଜର ରଖିଥିବା ବେଳେ ଅରୁଣ ଏବଂ କୁଶଭ ଆସିଥିଲେ। ପୁଲିସ ହାଠତ୍ ଧରିବା ପାଇଁ ଗୋଡ଼ାଇବା ବେଳେ ଅରୁଣ ଗାଡ଼ି ଧରି ଚମ୍ପଟ ମାରିଥିଲା। କୁଶଭ ପୁଲିସ ହାତରେ ଧରାପଡ଼ିଥିଲା। ଅରୁଣ ଚଳାଉଥିବା ଦୁଇ ଚକିଆ ଗାଡ଼ିଟି କୁଶଭର ବୋଲି ପୁଲିସ କହିଛି।

Related story