ଗେହଲଟ ଘରେ ପାଇଲଟ, ସବୁ ରାଗ ଭୁଲି ଦୁହେଁ ହାତ ମିଳାଇଲେ

ଜୟପୁର: ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୀତିକ ହଟଚମଟରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଦଳ ଓ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟ ଶେଷରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଘରେ ପହଞ୍ଚିଛନ୍ତି। ସଚିନ ଓ ତାଙ୍କ ସମର୍ଥିତ ବିଧାୟକମାନେ ପହଞ୍ଚିବା ପରେ ଗେହଲଟ ହିଁ ସମସ୍ତଙ୍କୁ ସ୍ୱାଗତ କରିଥିଲେ।

ବିଶେଷ କରି ସଚିନଙ୍କୁ ବିବାଦ ପରେ ଗେହଲଟ କେମିତି ସ୍ୱାଗତ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ଥିଲା। ସମସ୍ତଙ୍କୁ ଜଳକା କରି ସବୁ ରାଗ ଭୁଲି ଗେହଲଟ ଓ ପାଇଲଟ ହାତ ମିଳାଇଛନ୍ତି। ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଉଭୟ ବେଶ ଖୁସି ଥିବା ଭଳି ଦେଖିବାକୁ ମିଳୁଛି। ଏହି ସମୟରେ କେସି ଭେନୁଗୋପାଲ ମଧ୍ୟ ଉପସ୍ଥିତ ରହିଥିଲେ।

ଅନ୍ୟପକ୍ଷରେ ଆସନ୍ତାକାଲି ରାଜସ୍ଥାନ ବିଧାନସଭା ଅଧିବେଶନ ବସିବ। ଏଥିପାଇଁ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ଡାକିଥିଲା। ପୂର୍ବ ଯୋଜନା ଅନୁଯାୟୀ ସମସ୍ତ ବିଧାୟକଙ୍କ ସଚିନ ପାଇଲଟ ମଧ୍ୟ ଗେହଲଟଙ୍କ ଘରେ ପହଞ୍ଚିଥିଲେ। ଆସନ୍ତାକାଲି ଦଳର ରଣନୀତି କ’ଣ ହେବ, ସେ ଉପରେ ବୈଠକରେ ଆଲୋଚନା ହୋଇଛି।

ସେହିପରି ଦଳ ବିରୋଧୀ କାମ ପାଇଁ ବିଧାୟକ ବନୱର ଲାଲ ଶର୍ମା ଓ ବିଶଭେନ୍ଦର ସିଂହଙ୍କ ଉପରେ କଂଗ୍ରେସ ଲାଗୁ କାରିଥିବା ନିଲମ୍ବନ ଆଦେଶକୁ ଆଜି ପ୍ରତ୍ୟାହାର କରି ନେଇଛି। ଏହି ଦୁଇ ବିଧାୟକ ସଚିନ ପାଇଲଟଙ୍କ ଘନିଷ୍ଠ। ଉଭୟ ଆଜି କଂଗ୍ରେସ ବିଧାୟକ ଦଳ ବୈଠକରେ ଉପସ୍ଥିତ ରହିଥିଲେ।

ଆହୁରି ପଢ଼ନ୍ତୁ

ଆରମ୍ଭ ମ୍ୟାଚରେ ହାରିବା ପରେ ଖୁସି ହୋଇଗଲେ ମୁମ୍ୱାଇ ଇଣ୍ଡିଆନ୍ସ ଫ୍ୟାନ୍ !

ରୋମାଞ୍ଚକର ବିଜୟରୁ ଆଇପିଏଲ ଆରମ୍ଭ କଲା ଚେନ୍ନାଇ

ବାଇକ୍‌ ଉପରେ ଚଢ଼ିଗଲା ସ୍କର୍ପିଓ, ରାସ୍ତାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ଆଇପିଏଲରୁ କ୍ୟାରିଅର ଆରମ୍ଭ କଲେ ଓଡ଼ିଆ ପୁଅ

ଏଥର ବିଧାନସଭାର ଅନୁମୋଦନ ପାଇଁ ଆସିବ ୧୨ଟି ଅଧ୍ୟାଦେଶ

ମୁମ୍ବାଇ ଇଣ୍ଡିଆନ୍ସକୁ ୧୬୨ ରନରେ ଅଟକାଇଲା ଚେନ୍ନାଇ

ଶ୍ରୀମନ୍ଦିରରେ ବିଭ୍ରାଟ ହେବନି ତ ଶ୍ରୀଜୀଉଙ୍କ ସେବା ପୂଜା

କରୋନା ଟଙ୍କା ଖାଇଯାଉଛନ୍ତି : ସୁର ରାଉତରାୟ

ଆରୋଗ୍ୟ ହେଲେ ୪୦୯୦ କରୋନା ଆକ୍ରାନ୍ତ, ଆଗରେ ଖୋର୍ଦ୍ଧା

କୋଭିଡ଼ ରୋଗୀ ବଂଚିଛନ୍ତି ନା ମରିଛନ୍ତି, ଜାଣିପାରୁନି ପ୍ରଶାସନ!

ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୩୮ ଲୋକାଲ୍‌ କେସ

ରବିବାର ରାଜ୍ୟସଭାରେ କୃଷି ବିଲ୍, କେନ୍ଦ୍ରକୁ ସମର୍ଥନ କରିବେ ନବୀନ !