ପ୍ରଧାନମନ୍ତ୍ରୀଙ୍କୁ ଆଣିବାକୁ ଯାଇଥିଲେ, କିନ୍ତୁ ପାସ୍‌ପୋର୍ଟ ଭୁଲିଗଲେ ପାଇଲଟ୍‌

ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ଆଣିବାକୁ ଫିନଲ୍ୟାଣ୍ଡ ଯାଉଥିବା ସ୍ୱତନ୍ତ୍ର ବିମାନର ପାଇଲଟ୍‌ଙ୍କ ଏକ ଅଜବ କାଣ୍ଡ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି। ସେ ବାଂଲାଦେଶରୁ ସ୍ୱତନ୍ତ୍ର ବିମାନ ନେଇ ଫିନଲ୍ୟାଣ୍ଡ ଯିବାର ଥିଲା। ସେଠାରେ ସେ ୩ଟି ଦେଶ ଗସ୍ତରେ ଥିବା ବାଂଲା ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ସ୍ୱଦେଶ ଆଣିଥାଆନ୍ତେ। ହେଲେ କତାର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପାଇଲଟ୍‌ ଜଣଙ୍କ ବିନା ପାସ୍‌ପୋର୍ଟରେ ଯାଉଥିବା ଜଣାପଡ଼ିଥିଲା। ପାସ୍‌ପୋର୍ଟ ନଥିବାରୁ ବାଂଲାଦେଶ ଏୟାରଲାଇନ୍ସର ଏହି […]

f

f

Hemant Lenka
  • Published: Friday, 07 June 2019
  • Updated: 07 June 2019, 05:37 PM IST

Sports

Latest News

ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ଆଣିବାକୁ ଫିନଲ୍ୟାଣ୍ଡ ଯାଉଥିବା ସ୍ୱତନ୍ତ୍ର ବିମାନର ପାଇଲଟ୍‌ଙ୍କ ଏକ ଅଜବ କାଣ୍ଡ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି। ସେ ବାଂଲାଦେଶରୁ ସ୍ୱତନ୍ତ୍ର ବିମାନ ନେଇ ଫିନଲ୍ୟାଣ୍ଡ ଯିବାର ଥିଲା। ସେଠାରେ ସେ ୩ଟି ଦେଶ ଗସ୍ତରେ ଥିବା ବାଂଲା ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ସ୍ୱଦେଶ ଆଣିଥାଆନ୍ତେ।

ହେଲେ କତାର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପାଇଲଟ୍‌ ଜଣଙ୍କ ବିନା ପାସ୍‌ପୋର୍ଟରେ ଯାଉଥିବା ଜଣାପଡ଼ିଥିଲା। ପାସ୍‌ପୋର୍ଟ ନଥିବାରୁ ବାଂଲାଦେଶ ଏୟାରଲାଇନ୍ସର ଏହି ବିମାନ ଚଳାଉଥିବା କ୍ୟାପ୍ଟେନ୍‌ ଫଜଲ ମହମୁଦଙ୍କୁ କତାରର ଦୋହା ଅନ୍ତର୍ଜାତୀୟ ଏୟାରପୋର୍ଟରେ ଅଟକ ରଖାଯାଇଥିଲା।

ଏହାପରେ ବାଂଲାଦେଶର ବିମାନ ଚଳାଚଳ ବିଭାଗ ଫଜଲଙ୍କ ପାସପୋର୍ଟ ଆଉ ଏକ ବିମାନରେ ଦୋହା ପଠାଇଥିଲା। ତେବେ ସେଠାରୁ ତାଙ୍କୁ ସ୍ୱଦେଶ ଫେରିବା ପାଇଁ କୁହାଯାଇଥିଲା। ଆଉ ଏକ ବିମାନକୁ ବାଂଲା ପ୍ରଧାନମନ୍ତ୍ରୀଙ୍କୁ ଆଣିବା ପାଇଁ ପଠା ଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story