ପୀୟୂଷ ଗୋଏଲଙ୍କୁ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱ

ନୂଆଦିଲ୍ଲୀ: ଅସୁସ୍ଥତା କାରଣରୁ ଆମେରିକାରେ ଚିକିତ୍ସିତ ହେଉଥିବା ଅରୁଣ ଜେଟଲୀଙ୍କ ହାତରୁ ଅର୍ଥ ମନ୍ତ୍ରଣାଳୟ କାଢ଼ି ନିଆଯାଇଛି। ଏବେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଅର୍ଥ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ। ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱ ସହ ପୂର୍ବପରି ଶ୍ରୀ ଗୋଏଲ ରେଳ ଓ କୋଇଲା ମନ୍ତ୍ରଣାଳୟ ଦାୟିତ୍ୱ ମଧ୍ୟ ସମ୍ପାଦନ କରିବେ। ତାଙ୍କୁ ଆଜି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଅସ୍ଥାୟୀ ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ଏହାକୁ ରାଷ୍ଟ୍ରପତି ଭବନ ପକ୍ଷରୁ ସ୍ୱୀକୃତି ଦିଆଯାଇଛି। ରାଷ୍ଟ୍ରପତି […]

t

Hemant Lenka
  • Published: Wednesday, 23 January 2019
  • , Updated: 23 January 2019, 09:36 PM IST

ନୂଆଦିଲ୍ଲୀ: ଅସୁସ୍ଥତା କାରଣରୁ ଆମେରିକାରେ ଚିକିତ୍ସିତ ହେଉଥିବା ଅରୁଣ ଜେଟଲୀଙ୍କ ହାତରୁ ଅର୍ଥ ମନ୍ତ୍ରଣାଳୟ କାଢ଼ି ନିଆଯାଇଛି। ଏବେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଅର୍ଥ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ। ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱ ସହ ପୂର୍ବପରି ଶ୍ରୀ ଗୋଏଲ ରେଳ ଓ କୋଇଲା ମନ୍ତ୍ରଣାଳୟ ଦାୟିତ୍ୱ ମଧ୍ୟ ସମ୍ପାଦନ କରିବେ। ତାଙ୍କୁ ଆଜି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଅସ୍ଥାୟୀ ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ଏହାକୁ ରାଷ୍ଟ୍ରପତି ଭବନ ପକ୍ଷରୁ ସ୍ୱୀକୃତି ଦିଆଯାଇଛି।

ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ତତ୍କାଳ ଭାବେ ଶ୍ରୀ ଗୋଏଲ ଅର୍ଥ ମନ୍ତ୍ରଣାଳୟ ସହ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ଦାୟିତ୍ୱ ମଧ୍ୟ ତୁଲାଇବେ। ଅରୁଣ ଜେଟଲୀ ସୁସ୍ଥ ହୋଇ ନ ଫେରିବା ଯାଏ, ଶ୍ରୀ ଗୋଏଲ ଏହି ପଦରେ ରହିବେ।

ଆସନ୍ତା ଫେବୃଆରୀ ୧ରେ କେନ୍ଦ୍ର ସରକାର ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରିବେ। ବିଧି ଅନୁଯାୟୀ, ଅର୍ଥମନ୍ତ୍ରୀ ହିଁ ବଜେଟ୍‌ ଉପସ୍ଥାପନ କରନ୍ତି। କିନ୍ତୁ ଜେଟଲୀ ଅସୁସ୍ଥ ଥିବାରୁ ସମ୍ଭବତଃ ପୀୟୂଷ ଗୋଏଲ  ଏଥର ବଜେଟ୍‌ ଉପସ୍ଥାନ କରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ଗତ ରବିବାର ଦିନ ଶ୍ରୀ ଜେଟଲୀ କିଡ୍‌ନୀ ପ୍ରତିରୋପଣର ଚେକ୍‌ କରିବାକୁ ଆମେରିକା ଯାଇଥିବା ଜଣାପଡ଼ିଥିଲା।

Related story