ଚାଇନା ଫେରିଲେ ଭାରତରେ ଧରାପଡ଼ିଥିବା ପିଏଲଏ ଯବାନ

ନୂଆଦିଲ୍ଲୀ: ଜାନୁଆରୀ ୮ରେ ଭାରତରୁ ଧରାପଡ଼ିଥିବା ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ)ର ଜଣେ ଯବାନଙ୍କୁ ଆଜି ଭାରତୀୟ ସେନା ବେଜିଂକୁ ହସ୍ତାନ୍ତର କରିଛି। ସୋମବାର ଦିନ ୧୦ଟାରେ ଛୁଶୁଲ-ମୋଲଡୋର ମିଟିଂ ପଏଣ୍ଟରେ ଭାରତ ପକ୍ଷରୁ ଉକ୍ତ ଯବାନଙ୍କୁ ଚାଇନାର ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଚାଇନିଜ ଯବାନ ଜଣଙ୍କ ପୂର୍ବ ଲଦାଖର ଛୁଶୁଲ ସେକ୍ଟର ଅନ୍ତର୍ଗତ ଗୁରୁଙ୍ଗ ହିଲ୍ ଅଞ୍ଚଳରେ ବୁଲୁଥିବା ବେଳେ ଭାରତୀୟ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଥିଲେ। ଏହି ଗୁରୁଙ୍ଗ ଅଞ୍ଚଳରେ ଗତବର୍ଷ ମେ’ ମାସରୁ ଭାରତ […]

fd

Hemant Lenka
  • Published: Monday, 11 January 2021
  • , Updated: 11 January 2021, 04:19 PM IST

ନୂଆଦିଲ୍ଲୀ: ଜାନୁଆରୀ ୮ରେ ଭାରତରୁ ଧରାପଡ଼ିଥିବା ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ)ର ଜଣେ ଯବାନଙ୍କୁ ଆଜି ଭାରତୀୟ ସେନା ବେଜିଂକୁ ହସ୍ତାନ୍ତର କରିଛି। ସୋମବାର ଦିନ ୧୦ଟାରେ ଛୁଶୁଲ-ମୋଲଡୋର ମିଟିଂ ପଏଣ୍ଟରେ ଭାରତ ପକ୍ଷରୁ ଉକ୍ତ ଯବାନଙ୍କୁ ଚାଇନାର ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି।

ଏହି ଚାଇନିଜ ଯବାନ ଜଣଙ୍କ ପୂର୍ବ ଲଦାଖର ଛୁଶୁଲ ସେକ୍ଟର ଅନ୍ତର୍ଗତ ଗୁରୁଙ୍ଗ ହିଲ୍ ଅଞ୍ଚଳରେ ବୁଲୁଥିବା ବେଳେ ଭାରତୀୟ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଥିଲେ। ଏହି ଗୁରୁଙ୍ଗ ଅଞ୍ଚଳରେ ଗତବର୍ଷ ମେ’ ମାସରୁ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ଭାରତୀୟ ସୀମାରେ ଚାଇନିଜ ଯବାନ ପ୍ରବେଶ କରିବା ଚର୍ଚ୍ଚାର ବିଷୟ ପାଲଟିଥିଲା।

ଶନିବାର ଭାରତୀୟ ସେନା କହିଥିଲା ଯେ ପିଏଲର ଜଣେ ସୈନ୍ୟ ଭାରତରେ ଅନୁପ୍ରବେଶ କରିଥିଲେ। ତାଙ୍କୁ କାବୁ କରାଯିବା ସହ ସୁରକ୍ଷାକର୍ମୀମାନେ ନିଜ ହେପାଜତକୁ ନେଇଥିଲେ। ସେହିପରି ଚାଇନା ମଧ୍ୟ ପିଏଲର ଜଣେ ଯବାନ ନିଖୋଜ ହୋଇଯାଇଥିବା କଥା କହିଥିଲା।

ଚାଇନା ମିଲିଟାରୀ ଅନଲାଇନରେ କୁହାଯାଇଥିଲା ଯେ ଅନ୍ଧାର ଓ କମ୍ପିଲକେଟେଡ ଜିଓଗ୍ରାଫି ଯୋଗୁ ଜଣେ ଯବାନ ଭାରତ-ଚାଇନା ସୀମାରେ ନିଖୋଜ ହୋଇଯାଇଛନ୍ତି। ତେଣୁ ଭାରତ ତୁରନ୍ତ ଉକ୍ତ ଯବାନଙ୍କୁ ଚାଇନାକୁ ହସ୍ତାନ୍ତର କରୁ।

ତେବେ ସେ କେଉଁ ପରିସ୍ଥିତି ଓ କାହିଁକି ଏଲଏସି ଡେଇଁଥିଲେ, ତାହା ଜଣାପଡ଼ିନାହିଁ। ଏବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହାର ତଦନ୍ତ କରାଯାଉଥିବା ଜଣାପଡ଼ିଛି।

ଗତବର୍ଷ ମେ’ ମାସରୁ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ଏହି କାରଣରୁ ଏଲଏସିର ଉଭୟ ପାର୍ଶ୍ୱରେ ଦୁଇ ଦେଶ ପକ୍ଷରୁ ବିପୁଳ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ଅକ୍ଟୋବର ମାସରେ ପିଏଲଏର କୋରପୋରାଲ ୱାଙ୍ଗ ୟା ଲଙ୍ଗ ନାମକ ଜଣେ ସୈନ୍ୟ ଭାରତରେ ଅନୁପ୍ରବେଶ କରିଥିଲେ।

ତାଙ୍କୁ ଭାରତୀୟ ଯବାନମାନେ ଚୁମାର-ଡେମୋକ୍‌ ଅଞ୍ଚଳରୁ ଧରିଥିଲେ। ସେ ହାତରେ କିଛି ସିଭିଲ ଓ ମିଲିଟାରୀ ଦସ୍ତାବିଜ୍ ଧରି ଭାରତୀୟ ସୀମାରୁ ଚାଇନା ସୀମାକୁ ଯାଉଥିବା ବେଳେ ତାଙ୍କୁ ଠାବ କରାଯାଇଥିଲା। ସେ ଦୁଇ ଦିନ ଭାରତୀୟ ସୁରକ୍ଷାକର୍ମୀଙ୍କ ହେପାଜତରେ ରହିବା ପରେ ଅକ୍ଟୋବର ୨୧ରେ ଛୁଶୁଲୁ-ମୋଲଡୋ ସୀମାରେ ତାଙ୍କୁ ଚାଇନାକୁ ହସ୍ତାନ୍ତର କରାଯାଇଥିଲା।

ୱାଙ୍ଗ କୋପୋରାଲ ରାଙ୍କର ଅଫିସର ହୋଇଥିବା ବେଳେ ତାଙ୍କ ଘର କେନ୍ଦ୍ରୀୟ ଝେଜିଆଙ୍ଗ ପ୍ରଦେଶର ଶାହାଙ୍ଗଜିହେନ ଠାରେ। ତାଙ୍କୁ କାବୁ କରିବା ପରେ ଭାରତୀୟ ଆର୍ମି ତାଙ୍କୁ ହେପାଜତକୁ ନେଇଥିଲା। ଏହାପରେ ତାଙ୍କୁ ଅମ୍ଳଜାନ, ଖାଦ୍ୟ ଓ ଗରମ କପଡ଼ା ଦିଆଯାଇଥିଲା।

Related story