ମୋଦିଙ୍କ ଦ୍ୱାରା ଉଦଘାଟିତ ଅଟଳ ଟନେଲର ଫଳକରୁ ସୋନିଆ ଗାନ୍ଧିଙ୍କ ନାଁ ଗାଏବ

ଚଣ୍ଡିଗଡ଼: କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶରେ ଅଟଳ ଟନେଲର ଉଦଘାଟନ କରିଥିଲେ। ତେବେ ଏହି ଟନେଲର ଭିତ୍ତିପ୍ରସ୍ତର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ସ୍ଥାପନ କରିଥିଲେ। ଏଥିରେ ସୋନିଆ ଗାନ୍ଧିଙ୍କ ନାଁ ମଧ୍ୟ ରହିଥିଲା। ହେଲେ ଉଦଘାଟନ ବେଳେ ସୋନିଆଙ୍କ ନାଁକୁ ହଟାଇ ଦିଆଯାଇଥିବା ହିମାଚଳ ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହା ବିରୋଧରେ କଂଗ୍ରେସ ଆନ୍ଦୋଳନର ଧମକ ମଧ୍ୟ ଦେଇଛି। ଅକ୍ଟୋବର ୩ରେ ପ୍ରଧାନମନ୍ତ୍ରୀ ମୋଦି ଏହି ଟେନଲକୁ […]

f

Hemant Lenka
  • Published: Tuesday, 13 October 2020
  • , Updated: 13 October 2020, 05:50 PM IST

ଚଣ୍ଡିଗଡ଼: କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶରେ ଅଟଳ ଟନେଲର ଉଦଘାଟନ କରିଥିଲେ। ତେବେ ଏହି ଟନେଲର ଭିତ୍ତିପ୍ରସ୍ତର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ସ୍ଥାପନ କରିଥିଲେ। ଏଥିରେ ସୋନିଆ ଗାନ୍ଧିଙ୍କ ନାଁ ମଧ୍ୟ ରହିଥିଲା। ହେଲେ ଉଦଘାଟନ ବେଳେ ସୋନିଆଙ୍କ ନାଁକୁ ହଟାଇ ଦିଆଯାଇଥିବା ହିମାଚଳ ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହା ବିରୋଧରେ କଂଗ୍ରେସ ଆନ୍ଦୋଳନର ଧମକ ମଧ୍ୟ ଦେଇଛି।

ଅକ୍ଟୋବର ୩ରେ ପ୍ରଧାନମନ୍ତ୍ରୀ ମୋଦି ଏହି ଟେନଲକୁ ଉଦଘାଟନ କରିଥିଲେ। ମନାଲୀରୁ ଲାହାଉଲ-ସ୍ପିଟି ଭ୍ୟାଲିକୁ ସଂଯୋଗ କରୁଥିବା ଏହି ଟନେଲ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସହଜ କରିଥିଲା।

ଏବେ କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି ଯେ ଟନେଲ ପାଇଁ ତିଆରି ହୋଇଥିବା ଫଳକରେ ସୋନିଆ ଗାନ୍ଧିଙ୍କ ନାଁ ରହିଥିଲା। ହେଲେ ଉଦଘାଟନ ବେଳେ ଏହାକୁ ହଟାଇ ଦିଆଯାଇଛି। କଂଗ୍ରେସର ରାଜ୍ୟମୁଖ୍ୟ କୁଲଦୀପ ସିଂହ ରାଠୋର ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କୁ ଚିଠି ଲେଖି ଆନ୍ଦୋଳନର ଧମକ ଦେଇଛନ୍ତି। ସେ କହିଛନ୍ତି, ସୋନିଆଙ୍କ ନାଁ ଥିବା ଫଳକ ପୁଣି ଯଦି ଏଠାରେ ସ୍ଥାପନ କରା ନ ଯିବ, ତା’ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ। ଫଳକରୁ ସୋନିଆଙ୍କ ନାଁ ହଟାଇବା ଅଗଣତାନ୍ତ୍ରିକ ଓ ବେଆଇନ।

ସୋନିଆ ଗାନ୍ଧି ୨୦୧୦ ମସିହା ଜୁନ୍‌ ୧୮ରେ ମନାଲୀର ଡୋଣ୍ଡି ଠାରେ ରୋହତାଙ୍ଗ ଟନେଲ ତିଆରି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାର ଫଟୋ ମଧ୍ୟ ରହିଛି। କିନ୍ତୁ ଏବେ ତାଙ୍କ ନାଁ ରହିଥିବା ପଥରକୁ ହଟାଇ ଦିଆଯାଇଛି। ଏଥିପାଇଁ ଜି ଠାକୁର ଓ ହରି ଚାନ୍ଦ ଠାକୁର କେୟଲୋଙ୍ଗ ଏବଂ ମନାଲୀ ପୁଲିସ୍‌ ନିକଟରେ ଅଭିଯୋଗ ପତ୍ର ଦାଖଲ କରି ତଦନ୍ତ ଆରମ୍ଭ କରିବାକୁ ଦାବି କରିଛନ୍ତି।

୨୦୦୦ ମସିହା ଜୁନ୍‌ ୩ ତାରିଖରେ ରୋହତଙ୍ଗ ଟନେଲ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ସମୟରେ ଭାରତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ରହିଥିଲେ। ତେବେ ୨୦୧୯ ମସିହାରେ ମୋଦି ସରକାରଙ୍କ କ୍ୟାବିନେଟ ଏହାର ନାଁକୁ ଅଟଳ ଟନେଲକୁ ବଦଳାଇ ଦେଇଥିଲେ।

Related story