ଯବାନଙ୍କ ସହ ଦୀପାବଳି ପାଳିଲେ ମୋଦି, ପାକିସ୍ତାନ ଓ ଚାଇନାକୁ ଦେଲେ ଚେତାବନୀ

ନୂଆଦିଲ୍ଲୀ: ପ୍ରତିଥର ଭଳି ଏଥର ମଧ୍ୟ ଦେଶର ବୀର ଯବାନଙ୍କ ସହ ଆଲୋକର ପର୍ବ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜସ୍ଥାନର ଜୈସଲମେର ସ୍ଥିତ ଲୋଙ୍ଗେୱାଲା ପୋଷ୍ଟରେ ମୋଦି ପହଞ୍ଚି ଯବାନଙ୍କ ସହ ଦୀପାବଳି ପାଳିଛନ୍ତି। ଏହି ସମୟରେ ସେ ଦେଶ ପାଇଁ ବଳିଦାନ ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପାକିସ୍ତାନ ଓ ଚାଇନାକୁ କଡ଼ା ଚେତାବନୀ ଦେଇଛନ୍ତି। ଦେଶର ସୀମା ସୁରକ୍ଷା କାର୍ଯ୍ୟରୁ ବିଶ୍ୱର କୌଣସି ଶକ୍ତି ଯବାନଙ୍କୁ ରୋକି ପାରିବ […]

d

Hemant Lenka
  • Published: Saturday, 14 November 2020
  • , Updated: 14 November 2020, 03:09 PM IST

ନୂଆଦିଲ୍ଲୀ: ପ୍ରତିଥର ଭଳି ଏଥର ମଧ୍ୟ ଦେଶର ବୀର ଯବାନଙ୍କ ସହ ଆଲୋକର ପର୍ବ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜସ୍ଥାନର ଜୈସଲମେର ସ୍ଥିତ ଲୋଙ୍ଗେୱାଲା ପୋଷ୍ଟରେ ମୋଦି ପହଞ୍ଚି ଯବାନଙ୍କ ସହ ଦୀପାବଳି ପାଳିଛନ୍ତି। ଏହି ସମୟରେ ସେ ଦେଶ ପାଇଁ ବଳିଦାନ ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପାକିସ୍ତାନ ଓ ଚାଇନାକୁ କଡ଼ା ଚେତାବନୀ ଦେଇଛନ୍ତି। ଦେଶର ସୀମା ସୁରକ୍ଷା କାର୍ଯ୍ୟରୁ ବିଶ୍ୱର କୌଣସି ଶକ୍ତି ଯବାନଙ୍କୁ ରୋକି ପାରିବ ନାହିଁ ବୋଲି ମୋଦି କହିଛନ୍ତି।

ଯବାନଙ୍କୁ ଉଦବୋଧନ ଦେଇ ମୋଦି କହିଛନ୍ତି, ଆମ ବରୀ ଯବାନଙ୍କ ବଳିଦାନ ଦେଶକୁ ଶୃଙ୍ଖଳା ଶିଖାଇବା ସହ ନିଜର କର୍ତ୍ତବ୍ୟ ପ୍ରତି ନିଷ୍ଠାପର ହେବାକୁ ପ୍ରେରଣା ଯୋଗାଇଛି। ୧୯୭୧ ମସିହା ପାକିସ୍ତାନ ସହ ଯୁଦ୍ଧ ବେଳେ ଲୋଙ୍ଗେୱାଲା ପୋଷ୍ଟର ଯବାନମାନେ ଗରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ଏହି ଅବସରେ ମୋଦି ସେକଥା ମନେପକାଇଛନ୍ତି। ଏହି ଯୁଦ୍ଧରେ ହିରୋ ସାଜିଥିବା ବ୍ରିଗେଡିୟର କୁଲଦୀପ ସିଂହ ଚାନ୍ଦପୁରୀଙ୍କୁ ମୋଦି ଶତଶତ ପ୍ରଣାମ କରିଛନ୍ତି।

ସେ କହିଛନ୍ତି, ଆମ ବୀର ଯବାନଙ୍କ ବୀରତାର କଥା ଯେବେ ବି ଲେଖାଯିବ ସେତେବେଳେ ଲୋଙ୍ଗେୱାଲା ପୋଷ୍ଟର ଯବାନ କରିଥିବା ଯୁଦ୍ଧ କଥା ମନେପଡ଼ିବ। ଆମେ ଯେତେବେଳେ ଲୋଙ୍ଗେୱାଲା କଥା ଭାବୁ ଆମ ମାନକୁ “ଜୋ ବୋଲେ ସୋ ନିହାଲ, ସତ ଶ୍ରୀ ଆକାଲ କଥା ଆସିଥାଏ।” ୧୯୭୧ ମସିହା ପାକିସ୍ତାନ ସହ ହୋଇଥିବା ଯୁଦ୍ଧ ଭାରତୀୟ ବାୟୁସେନା, ନୌସେନା ଓ ସ୍ଥଳସେନା କେମିତି ମିଳିତ ଭାବେ କାମ କରନ୍ତି, ସେକଥା ଦର୍ଶାଇଥିଲା। ଭାରତ ଏହି ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରିଥିଲା ଓ ବାଂଲାଦେଶ ସ୍ୱାଧୀନତା ଦିଗରେ ବଢ଼ିଥିଲା।

ଯେଉଁମାନେ ଆମ ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ଚ୍ୟାଲେଞ୍ଜ କରିବାକୁ ଚେଷ୍ଟା କରିଛନ୍ତି ସେମାନଙ୍କୁ ଆମ ଦେଶର ଯବାନମାନେ ଉଚିତ ଶିକ୍ଷା ଦେଇଛନ୍ତି। ଆଗକୁ ମଧ୍ୟ ଯବାନମାନେ ଦରକାର ପଡ଼ିଲେ ଶତ୍ରୁ ପକ୍ଷଙ୍କୁ ଉଚିତ ଜବାବ ଦେବେ। ଆଜି ଭାରତ ଆତଙ୍କବାଦୀଙ୍କୁ ସେମାନଙ୍କ ଘରେ ପଶି ମାରିବାକୁ ସକ୍ଷମ ହୋଇଛି। ଭାରତ କେବେ ହେଲେ ଦେଶର ସ୍ୱାର୍ଥ ସହ ବୁଝାମଣା କରିବ ନାହିଁ ବୋଲି ଆଜି ପୂରା ବିଶ୍ୱ ଜାଣିପାରିଛି। ବିଶ୍ୱର କୌଣସି ଶକ୍ତି ଯବାନଙ୍କୁ ତାଙ୍କ କାର୍ଯ୍ୟରୁ ହଟାଇ ପାରିବେ ନାହିଁ। ସବୁ ପ୍ରକାରର ପରିସ୍ଥିତିକୁ ମୁକାବିଲା କରିବାରେ ଭାରତୀୟ ଯବାନମାନେ ସକ୍ଷମ ବୋଲି ମୋଦି କହିଛନ୍ତି।

ଚାଇନାର ନାଁ ନ ନେଇ ମୋଦି ଏହାର ବିସ୍ତାରବାଦୀ ଚିନ୍ତାଧାରାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ପୂରା ବିଶ୍ୱ ଏବେ ବିସ୍ତାରବାଦୀ ନୀତି ଯୋଗୁ ସମସ୍ୟାରେ ପଡ଼ିଛି। ଭାରତ ସର୍ବଦା ବିସ୍ତାରବାଦୀ ଚିନ୍ତାଧାରା ବିରୋଧରେ ରହିଛି। ଭାରତ ସବୁବେଳେ ପରସ୍ପର ବୁଝାମଣା ନୀତିରେ ବିଶ୍ୱାସ କରେ। କିନ୍ତୁ ଭାରତର ଧୈର୍ଯ୍ୟ ପରୀକ୍ଷା କରିବାକୁ ଚେଷ୍ଟା କରାଗଲେ, ଏହାର ଜବାବ ଦେବାକୁ ନୂଆଦିଲ୍ଲୀ ମଧ୍ୟ ପ୍ରସ୍ତୁତ ହୋଇ ରହିଛି ବୋଲି ମୋଦି କହିଛନ୍ତି। ନୂଆ କୌଶଳର ଉଦ୍ଭାବନ କରିବା, ଯୋଗ ଶିଖିବା ଓ ଭାରତୀୟ ଭାଷା ଶିଖିବା ପାଇଁ ମୋଦି ଯବାନଙ୍କୁ ଆହ୍ୱାନ କରିଛନ୍ତି।

Related story