କମ୍ ଦାମରେ ମଜବୁତ ଘର: 'ଲାଇଟ୍ ହାଉସ' ପ୍ରକଳ୍ପର ଉଦଘାଟନ କଲେ ମୋଦି

ନୂଆଦିଲ୍ଲୀ: ନୂଆ ବର୍ଷର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଆବାସିକ ଟେକ୍‍ନୋଲଜି ଆହ୍ୱାନ ବା ଗ୍ଲୋବାଲ ହାଉସିଂ ଟେକ୍‍ନୋଲଜି ଚାଲେଞ୍ଜ (ଜିଏଚ୍‍ଟିସି) କାର୍ଯ୍ୟକ୍ରମ ଅଧୀନରେ ୬ଟି ରାଜ୍ୟରେ ଲାଇଟ ହାଉସ୍‍ ପ୍ରକଳ୍ପ ବା ଏଲଏଚପିଏସ୍‍ର ଶୁଭ ଦେଇଛନ୍ତି । ଭିଡିଓ କନ୍‍ଫରେନ୍ସିଂ ଜରିଆରେ ଏହାର ଉଦଘାଟନ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସୁଲଭ ମଜବୁତ ଆବାସ ବ୍ୟବସ୍ଥା ବା ଆଶା ଇଣ୍ଡିଆ କାର୍ଯ୍ୟକ୍ରମର ବିଜେତାମାନଙ୍କ ନାମ ଘୋଷଣା କରିବା ସହ ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ […]

light-house

light-house

Subhransu Sekhar
  • Published: Friday, 01 January 2021
  • Updated: 01 January 2021, 10:34 PM IST

ନୂଆଦିଲ୍ଲୀ: ନୂଆ ବର୍ଷର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଆବାସିକ ଟେକ୍‍ନୋଲଜି ଆହ୍ୱାନ ବା ଗ୍ଲୋବାଲ ହାଉସିଂ ଟେକ୍‍ନୋଲଜି ଚାଲେଞ୍ଜ (ଜିଏଚ୍‍ଟିସି) କାର୍ଯ୍ୟକ୍ରମ ଅଧୀନରେ ୬ଟି ରାଜ୍ୟରେ ଲାଇଟ ହାଉସ୍‍ ପ୍ରକଳ୍ପ ବା ଏଲଏଚପିଏସ୍‍ର ଶୁଭ ଦେଇଛନ୍ତି । ଭିଡିଓ କନ୍‍ଫରେନ୍ସିଂ ଜରିଆରେ ଏହାର ଉଦଘାଟନ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସୁଲଭ ମଜବୁତ ଆବାସ ବ୍ୟବସ୍ଥା ବା ଆଶା ଇଣ୍ଡିଆ କାର୍ଯ୍ୟକ୍ରମର ବିଜେତାମାନଙ୍କ ନାମ ଘୋଷଣା କରିବା ସହ ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରିତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ଉତ୍ତର ପ୍ରଦେଶ, ତ୍ରିପୁରା, ଝାଡଖଣ୍ଡ, ତାମିଲନାଡୁ, ଗୁଜରାଟ, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ସାମିଲ୍ ହୋଇଥିଲେ।

ମୋଦି କହିଛନ୍ତି ଯେ ଏହି ଯୋଜନାରେ ଯେଉଁ ଘରଗୁଡିକ ତିଆରି ହେବ ତାହାକୁ ବୈଷୟିକ ଭାଷାରେ ଲାଇଟ ହାଉସ ବୋଲି କୁହାଯାଉଛି। କିନ୍ତୁ ଏହି ୬ଟି ପ୍ରକଳ୍ପ ବାସ୍ତବରେ ବତିଘର ଭଳି ଦେଶର ଆବାସ କ୍ଷେତ୍ରକୁ ନୂଆ ମାର୍ଗ ପ୍ରଦାନ କରୁଛି। ପ୍ରଧାନମନ୍ତ୍ରୀ ଏହିସବୁ ଲାଇଟ ହାଉସ ପ୍ରୋଜେକ୍ଟକୁ ବର୍ତ୍ତମାନର ସରକାରଙ୍କ ଆଭିମୁଖ୍ୟର ପ୍ରତୀକ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଗୋଟିଏ ସମୟରେ ଆବାସ ନିର୍ମାଣ ଯୋଜନା କେନ୍ଦ୍ର ସରକାରଙ୍କ ଅଗ୍ରାଧିକାର ତାଲିକାରେ ନ ଥିଲା। ଗୃହ ନିର୍ମାଣର ମାନ ଏବଂ ଟିକିନିଖି ବ୍ୟାପାର ସଂପର୍କରେ ସରକାର ଅଧିକ ଅନୁଧ୍ୟାନ କରୁ ନ ଥିଲେ। ଏବେ ଏ କ୍ଷେତ୍ରରେ ଦେଶ ଏକ ଭିନ୍ନ ଦୃଷ୍ଟିକୋଣ ଆପଣେଇଛି। ଭିନ୍ନ ପଥ ଏବଂ ଉନ୍ନତ ଟେକ୍‍ନୋଲଜିର ସାହାଯ୍ୟ ନେଇ ଏସବୁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶୀଘ୍ର କରିବା ଉପରେ ଦେଶ ଗୁରୁତ୍ୱ ଦେଉଛି।

ଏହି ଲାଇଟ ହାଉସ ପ୍ରକଳ୍ପରେ ଭାଗ ନେବା ପାଇଁ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ୫୦ରୁ ଅଧିକ ଇନୋଭେଟିଭ ନିର୍ମାଣକାରୀ କଂପାନୀ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ବିଶ୍ୱସ୍ତରୀୟ ଆହ୍ୱାନ ଆମକୁ ନୂଆ ଟେକ୍‍ନୋଲଜି ସହିତ ଇନୋଭେସନ ଓ ଇନ୍‍କ୍ୟୁବେସନ କ୍ଷେତ୍ରରେ ପରୀକ୍ଷା ନୀରିକ୍ଷା ପାଇଁ ସୁଯୋଗ ଦେଇଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକ୍ରିୟାରେ ପରବର୍ତ୍ତୀ ପର୍ଯ୍ୟାୟର ୬ଟି ଲାଇଟ ହାଉସ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଦେଶର ବିଭିନ୍ନ ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି। ଏହିସବୁ ପ୍ରକଳ୍ପ ଅତ୍ୟାଧୁନିକ ଟେକ୍‍ନୋଲଜି ଏବଂ ନବସୃଜନର ପ୍ରକ୍ରିୟାରେ ନିର୍ମିତ ହେବ । ଏହାଦ୍ୱାରା ପ୍ରକଳ୍ପର ନିର୍ମାଣ ସମୟ ଯଥେଷ୍ଟ ହ୍ରାସ ପାଇବ ଏବଂ ସମୁଦାୟ ପ୍ରକ୍ରିୟା ସ୍ୱଚ୍ଛ ଓ ପାରଦର୍ଶୀ ହୋଇପାରିବ। ଏହି ପ୍ରକଳ୍ପରେ ସୁଲଭ ଏବଂ ଆରାମଦାୟକ ଘର ଗରିବ ଲୋକମାନଙ୍କ ପାଇଁ ତିଆରି ହେବ। ସେ ଆହୁରି କହିଛନ୍ତି ଯେ ଏହିସବୁ ଲାଇଟ ହାଉସ୍‍ର ନିର୍ମାଣ କୌଶଳରେ ନବସୃଜନ ଓ ଅଭିନବତା ରହିବ। କେତେକ ଉଦାହରଣ ଦେଇ ସେ କହିଛନ୍ତି ଯେ ଇନ୍ଦୋରରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପର ଘରଗୁଡିକର କାନ୍ଥ ଇଟା ଏବଂ ସିମେଣ୍ଟରେ ତିଆରି ହେବ ନାହିଁ । ତା ବଦଳରେ ପ୍ରିଫେବ୍ରିକେଟେଡ ସ୍ୟାଣ୍ଡଉଇଜ ପ୍ୟାନେଲ ସିଷ୍ଟମ ଲାଗିବ । ସେହିଭଳି ରାଜକୋଟରେ ନିର୍ମିତ ହେବାକୁ ଥିବା ଲାଇଟ ହାଉସଗୁଡିକ ଫରାସୀ ଟେକ୍‍ନୋଲଜିରେ ତିଆରି କରାଯିବ। ସେହି ଘରଗୁଡିକ ଗୋଟିଏ ଚଟାଣ ଉପରେ ଏକୀକୃତଭାବେ ନିର୍ମିତ ହେବ । ଏଥିରେ କଂକ୍ରିଟ ବ୍ୟବହାର କରାଯିବ ଓ ଏକାଧିକ ଟନେଲ ଏହା ମଧ୍ୟରେ ରହିବ। ଏହିସବୁ ଘରଗୁଡିକ ପ୍ରାକୃତିକ ବିପତ୍ତିକୁ ସମ୍ଭାଳିବାରେ ବିଶେଷ ସହାୟକ ହେବ।

ମୋଦି କହିଛନ୍ତି ଯେ ଚେନ୍ନାଇରେ ଆମେରିକା ଏବଂ ଫିନ୍‍ଲାଣ୍ଡ ଟେକ୍‍ନୋଲଜି ବ୍ୟବହାର କରାଯାଇ ଏହି ଘରଗୁଡିକ ନିର୍ମାଣ କରାଯିବ। ଏଥିରେ ପ୍ରିକାଷ୍ଟ କଂକ୍ରିଟ ସିଷ୍ଟମ ବ୍ୟବହୃତ ହେବ ଏବଂ ଏହାଦ୍ୱାରା ଘରଗୁଡିକ ଶସ୍ତା ଓ ସହଜରେ ତିଆରି ହୋଇପାରିବ। ସେହିଭଳି ରାଞ୍ଚିରେ ନିର୍ମିତ ହେବାକୁ ଥିବା ଏହି ଘରଗୁଡିକରେ ଜର୍ମାନୀର ଥ୍ରିଡି ନିର୍ମାଣ କୌଶଳ ଉପଯୋଗ ହେବ। ଏଥିରେ ପ୍ରତ୍ୟେକ କୋଠରିକୁ ସ୍ୱତନ୍ତ୍ରଭାବେ ତିଆରି କରାଯିବ ଏବଂ ତା ପରେ ସବୁ କୋଠରିଗୁଡିକୁ ମିଶାଇ ଗୋଟିଏ ଘରରେ ପରିଣତ କରାଯିବ। ଖେଳନାର ଲେଗୋ ବ୍ଲକକୁ ଯୋଡି ଯେପରି ଢାଞ୍ଚା ତିଆରି କରାଯାଏ ଏହିସବୁ ଘର ସେହି ଢାଞ୍ଚାରେ ତିଆରି ହେବ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଅଗରତଲାରେ ଇସ୍ପାତ ଢାଞ୍ଚାରେ ଘର ନିର୍ମିତ ହେଉଛି ଏବଂ ଏଥିରେ ନ୍ୟୁଜିଲାଣ୍ଡର ଟେକ୍‍ନୋଲଜି ବ୍ୟବହାର କରାଯାଉଛି । ଏହିସବୁ ଘର ଶକ୍ତିଶାଳୀ ଭୂମିକମ୍ପକୁ ସମ୍ଭାଳିବାରେ ସମର୍ଥ। ସେହିଭଳି ଲକ୍ଷ୍ନୌରେ ଏହିସବୁ ଘର ତିଆରି କରିବାକୁ କାନାଡା ଟେକ୍‍ନୋଲଜିର ପ୍ରୟୋଗ କରାଯାଉଛି । ଏଥିପାଇଁ ଘରେ ପ୍ଲାଷ୍ଟର କିମ୍ବା ରଙ୍ଗର ଆବଶ୍ୟକତା ପଡିବ ନାହିଁ। ପୂର୍ବରୁ ପ୍ରସ୍ତୁତ ହୋଇଥିବା କାନ୍ଥଗୁଡିକୁ ସିଧାସଳଖ ଆଣି ଏଥିରେ ଲଗାଇ ଦିଆଯିବ ଏବଂ ଏହାଦ୍ୱାରା ନିର୍ମାଣ କାର୍ଯ୍ୟ ଅତି ଦ୍ରୁତଗତିରେ ହୋଇପାରିବ। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ବଛାଯାଇଥିବା ସ୍ଥାନଗୁଡିକରେ ମାତ୍ର ୧୨ ମାସ ମଧ୍ୟରେ ଏହି ଯୋଜନାରେ ହଜାର ହଜାର ଘର ତିଆରି ହେବ ଏବଂ ସେ ସବୁ ଇନ୍‍କ୍ୟୁବେସନ କେନ୍ଦ୍ରଭାବେ କାର୍ଯ୍ୟ କରିବ। ଆମ ସ୍ଥପତି, ଘରର ନକ୍ସାଙ୍କନକାରୀ, ଯନ୍ତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଏହିସବୁ କେନ୍ଦ୍ରରୁ ନୂଆ ଟେକ୍‍ନୋଲଜି ଓ ତାହାର ପ୍ରୟୋଗ ସଂପର୍କରେ ଅନେକ କିଛି ଶିଖିପାରିବେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶରେ ଏକ ସାର୍ଟିଫିକେଟ କୋର୍ସ  ଆରମ୍ଭ କରାଯିବା ନେଇ ଘୋଷଣା କରିଥିଲେ । ଏହାଦ୍ୱାରା ନୂଆ ଟେକ୍‍ନୋଲଜି ବିଷୟରେ ଲୋକେ ଅବଗତ ହେବା ସହିତ ନିଜର ଦକ୍ଷତା ବୃଦ୍ଧି କରିବାର ସୁଯୋଗ ପାଇବେ ଏବଂ ଏହା ଦେଶର ନିର୍ମାଣ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ସେ କହିଥିଲେ । ଆହୁରି ମଧ୍ୟ ଏହାଦ୍ୱାରା ଲୋକେ ଗୃହ ନିର୍ମାଣ କ୍ଷେତ୍ରରେ ଦେଶରେ ସର୍ବଶ୍ରେଷ୍ଠ ଟେକ୍‍ନୋଲଜି ଏବଂ ସାମଗ୍ରୀ ପାଇବାର ସୁଯୋଗ ପାଇବେ ବୋଲି ଶ୍ରୀ ମୋଦୀ ମତ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ଆଶା ଇଣ୍ଡିଆ’ କାର୍ଯ୍ୟକ୍ରମ ଆଧୁନିକ ଆବାସ ଟେକ୍‍ନୋଲଜି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍‍ ଏବଂ ଏ  ସଂକ୍ରାନ୍ତ ଗବେଷଣାକୁ ପ୍ରୋତ୍ସାହିତ କରିବାକୁ ଉଦ୍ଦିଷ୍ଟ । ଏହି ନୂଆ ତଥା ସୁଲଭ ଟେକ୍‍ନୋଲଜି ମାଧ୍ୟମରେ ଏକବିଂଶ ଶତାବ୍ଦୀର ଗୃହ ନିର୍ମାଣ କରାଯିବ ଏବଂ ଏହିସବୁ ଘର ଆପଣାଛାଏଁ ଭାରତକୁ ଆଗେଇ ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story