କରୋନା ପାଇଁ ମୋଦିଙ୍କ ବ୍ରୁସେଲ୍ସ ଗସ୍ତ ବାତିଲ

ନୂଆଦିଲ୍ଲୀ: ଘାତକ କରୋନା ଭାଇରସକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରୁସେଲ୍ସ ଗସ୍ତକୁ ବାତିଲ କରାଯାଇଛି। ସେହିପରି ଭାରତ-ଇୟୁ ସମ୍ମିଳନୀକୁ ମଧ୍ୟ କରୋନା ଭାଇରସ ପାଇଁ ସ୍ଥଗିତ ରଖାଯାଇଛି। କରୋନା ବ୍ୟାପୁଥିବାରୁ ସମ୍ମିଳନୀରେ ଯୋଗଦାବାକୁ ଥିବା ପ୍ରତିନିଧିମାନେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବାକୁ ଚାହୁଁ ନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, “ଭାରତ-ଇୟୁ ସମ୍ମିଳନୀ ତାରିଖ ପରବର୍ତ୍ତୀ ସମୟରେ ସମସ୍ତଙ୍କ ସହ ଆଲୋଚନା କରି ଧାର୍ଯ୍ୟ କରାଯିବ। […]

m

Hemant Lenka
  • Published: Thursday, 05 March 2020
  • , Updated: 05 March 2020, 05:30 PM IST

ନୂଆଦିଲ୍ଲୀ: ଘାତକ କରୋନା ଭାଇରସକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରୁସେଲ୍ସ ଗସ୍ତକୁ ବାତିଲ କରାଯାଇଛି। ସେହିପରି ଭାରତ-ଇୟୁ ସମ୍ମିଳନୀକୁ ମଧ୍ୟ କରୋନା ଭାଇରସ ପାଇଁ ସ୍ଥଗିତ ରଖାଯାଇଛି। କରୋନା ବ୍ୟାପୁଥିବାରୁ ସମ୍ମିଳନୀରେ ଯୋଗଦାବାକୁ ଥିବା ପ୍ରତିନିଧିମାନେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବାକୁ ଚାହୁଁ ନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, “ଭାରତ-ଇୟୁ ସମ୍ମିଳନୀ ତାରିଖ ପରବର୍ତ୍ତୀ ସମୟରେ ସମସ୍ତଙ୍କ ସହ ଆଲୋଚନା କରି ଧାର୍ଯ୍ୟ କରାଯିବ। ଚଳିତ ବର୍ଷ ମାର୍ଚ୍ଚ ୧୩ରେ ବ୍ରୁସେଲ୍ସର ଇୟୁ ବୈଠକ ହେବାର ଥିଲା। ତେବେ ବେଲଜିୟମର ବ୍ରୁସେଲ୍ସରେ ଏବେ କରୋନା ଘାତକ ରୂପ ଧାରଣ କରିଛି।

ବୁଧବାର ପୁଣିଥରେ ବ୍ରୁସେଲ୍ସରେ ୧୦ ଜଣ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଏଯାଏ ଏଠାରେ ମୋଟ ୨୩ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୋଦିଙ୍କ ବ୍ରୁସେଲ୍ସ ଗସ୍ତ ମଧ୍ୟ ସ୍ଥଗିତ ରଖାଯାଇଛି। ଇୟୁ-ଭାରତ ପରସ୍ପର ମଧ୍ୟରେ ଉତ୍ତମ ସମ୍ପର୍କ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି।” ତେବେ କାର୍ଯ୍ୟସୂଚୀ ଅନୁଯାୟୀ, ମୋଦି ବାଂଲାଦେଶ ଗସ୍ତ କରିବେ ଏବଂ ଏଥିରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ସେ କହିଛନ୍ତି।

Related story