ଏଣିକି ଦିନକୁ ୧୦ ଲକ୍ଷ କରୋନା ଟେଷ୍ଟ: ମୋଦି

ନୂଆଦିଲ୍ଲୀ: ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହାରି ଭିତରେ ହାଇଟେକ୍ ପରୀକ୍ଷା ସୁବିଧା ଆରମ୍ଭ କରିଛନ୍ତି ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସ ଜରିଆରେ ଏହି ହାଇଟେକ ସୁବିଧାର ଶୁଭାରମ୍ଭ କରିଛନ୍ତି। ଏହି ପରୀକ୍ଷଣ ସୁବିଧା ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶ କରୋନା ବିରୋଧ ଲଢ଼େଇରେ ଅଧିକ ଶକ୍ତିଶାଳୀ ହେବ ବୋଲି ମୋଦି କହିଛନ୍ତି। ଦେଶର କୋଟି କୋଟି ନାଗରିକ ସାହସର ସହିତ କରୋନା ମହାମାରୀ ସହ ଲଢ଼ୁଛନ୍ତି ବୋଲି ମୋଦି […]

PM-modi-launches-labs

Subhransu Sekhar
  • Published: Monday, 27 July 2020
  • , Updated: 27 July 2020, 06:39 PM IST

ନୂଆଦିଲ୍ଲୀ: ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହାରି ଭିତରେ ହାଇଟେକ୍ ପରୀକ୍ଷା ସୁବିଧା ଆରମ୍ଭ କରିଛନ୍ତି ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସ ଜରିଆରେ ଏହି ହାଇଟେକ ସୁବିଧାର ଶୁଭାରମ୍ଭ କରିଛନ୍ତି। ଏହି ପରୀକ୍ଷଣ ସୁବିଧା ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶ କରୋନା ବିରୋଧ ଲଢ଼େଇରେ ଅଧିକ ଶକ୍ତିଶାଳୀ ହେବ ବୋଲି ମୋଦି କହିଛନ୍ତି। ଦେଶର କୋଟି କୋଟି ନାଗରିକ ସାହସର ସହିତ କରୋନା ମହାମାରୀ ସହ ଲଢ଼ୁଛନ୍ତି ବୋଲି ମୋଦି କହିଛନ୍ତି।

ଏହି ହାଇଟେକ୍ ଲ୍ୟାବ ଗୁଡ଼ିକ କେବଳ କରୋନା ପରୀକ୍ଷରେ ସୀମିତ ନୁହେଁ। ଭବିଷ୍ୟତରେ, ହେପାଟାଇଟିସ୍ ବି ଏବଂ ସି, ଏଚ୍.ଆଇ.ଭି, ଡେଙ୍ଗୁ ସମେତ ଅନେକ ରୋଗର ପରୀକ୍ଷା ଏହି ଲ୍ୟାବରେ ହୋଇପାରିବ ବୋଲି ମୋଦି କହିଛନ୍ତି।

ଦିଲ୍ଲୀ-ଏନସିଆର, ମୁମ୍ବାଇ ଏବଂ କୋଲକାତା ଅର୍ଥନୀତିକ କାର୍ଯ୍ୟକଳାପର ପ୍ରମୁଖ କେନ୍ଦ୍ର। ଏଠାରେ ଦେଶର ଲକ୍ଷ ଲକ୍ଷ ଯୁବକ ନିଜର କ୍ୟାରିୟର, ସ୍ୱପ୍ନ ପୂରଣ କରିବାକୁ ଆସନ୍ତି। ବର୍ତ୍ତମାନ ତିନୋଟି ସ୍ଥାନରେ ପରୀକ୍ଷଣର ଉପଲବ୍ଧ କ୍ଷମତା ୧୦ ହଜାର ପରୀକ୍ଷଣ କ୍ଷମତା ସହିତ ଯୋଡିବାକୁ ଯାଉଛି ବୋଲି ମୋଦି କହିଛନ୍ତି।

କରୋନା ଲଢ଼େଇ ପାଇଁ ସରକାର ଦେଶରେ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇଛନ୍ତି। ତେଣୁ ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ମୃତ୍ୟୁ ସଂଖ୍ୟା କମ୍ ରହିଛି ବୋଲି ମୋଦି କହିଛନ୍ତି। ଏବେ ଭାରତରେ ୧୧ ହଜାରରୁ ଅଧିକ କରୋନା ସୁବିଧା ଅଛି। ୧୧ ଲକ୍ଷରୁ ଅଧିକ ବେଡ୍ ସୁବିଧା ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ଠିକ୍ ୬ ମାସ ପୂର୍ବରୁ ଦେଶରେ ଗୋଟିଏ ହେଲେ ପିପିଇ କିଟ୍ ଉତ୍ପାଦକ ନଥିଲେ। ଆଜି ୧୨୦୦ ରୁ ଅଧିକ ନିର୍ମାତା ପ୍ରତିଦିନ ୫ ଲକ୍ଷରୁ ଅଧିକ ପିପିଇ କିଟ୍ ଉତ୍ପାଦନ କରୁଛନ୍ତି। ଗୋଟିଏ ସମୟରେ ଇଣ୍ଡିଆ ଏନ-୯୫ ମାସ୍କ ମଧ୍ୟ ବାହାରୁ ଆମଦାନୀ କରାଯାଉଥିଲା। ଆଜି ଭାରତରେ ପ୍ରତିଦିନ ୩ ଲକ୍ଷରୁ ଅଧିକ ଏନ-୯୫ ମାସ୍କ ତିଆରି କରାଯାଉଛି ବୋଲି ମୋଦି କହିଛନ୍ତି।

ଜାନୁଆରୀରେରେ ଦେଶରେ କରୋନା ପରୀକ୍ଷା ପାଇଁ କେବଳ ଗୋଟିଏ କେନ୍ଦ୍ର ଥିଲା। ଆଜି ସମଗ୍ର ଦେଶରେ ପ୍ରାୟ ୧୩୦୦ ଲ୍ୟାବ ରହିଛି। ଆଜି ଭାରତରେ ପ୍ରତିଦିନ ୫ ଲକ୍ଷରୁ ଅଧିକ ପରୀକ୍ଷା ଚାଲିଛି। ଆସନ୍ତା ସପ୍ତାହରେ, ପ୍ରତିଦିନ ୧୦ ଲକ୍ଷ କରିବାକୁ ଚେଷ୍ଟା କରାଯାଉଛି ବୋଲି ମୋଦି କହିଛନ୍ତି।

Related story