ଗଡ଼ିଲା ଚାଳକବିହୀନ ଟ୍ରେନ୍
ନୂଆଦିଲ୍ଲୀ: ନୂଆ ଇତିହାସ ରଚିଲା ଦିଲ୍ଲୀ ମେଟ୍ରୋ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିଲ୍ଲୀ ମେଟ୍ରୋର ମଜେଣ୍ଟା ଲାଇନ୍ (ଜନକପୁରୀ ପଶ୍ଚିମ-ବଟାନିକାଲ୍ ଗାର୍ଡେନ)ରେ ଭାରତର ପ୍ରଥମ ପୂର୍ଣ୍ଣ ସ୍ୱୟଂଚାଳିତ (ଡ୍ରାଇଭରଲେସ୍) ମେଟ୍ରୋ ଟ୍ରେନ୍ ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ବିଶେଷ ମେଟ୍ରୋ ଟ୍ରେନର ଉଦଘାଟନ କରିଛନ୍ତି। ଏହି ଟ୍ରେନର ଅନେକ ବିଶେଷତ୍ୱ ରହିଛି। ଏହି ଟ୍ରେନରେ ଡ୍ରାଇଭରଙ୍କର କୌଣସି କେବିନ୍ ନାହିଁ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ୟମରେ ଦେଶର ପ୍ରଥମ ମେଟ୍ରୋ ସେବା ଆରମ୍ଭ ହୋଇଥିଲା। ୨୦୧୪ରେ ଯେତେବଳେ ଆମ ସରକାର ଗଠନ ହେଲା, ସେତେବେଳେ ମାତ୍ର ୫ଟି ସହରରେ ମେଟ୍ରୋ ସେବା ଥିଲା। କିନ୍ତୁ ଆଜିର ଦିନରେ ଏହି ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ଅର୍ଥାତ୍ ବର୍ତ୍ତମାନ ଦେଶର ୧୮ଟି ସହରରେ ମେଟ୍ରୋ ସେବା ରହିଛି। ୨୦୨୫ ସୁଦ୍ଧା ଆମେ ୨୫ରୁ ଅଧିକ ସହରରେ ମେଟ୍ରୋ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ।’
Delhi: PM Narendra Modi inaugurates India’s first driverless train on Delhi Metro’s Magenta Line & launches National Common Mobility Card on the Airport Express Line, via video conferencing. pic.twitter.com/QpDTPZ8Z3h
— ANI (@ANI) December 28, 2020
ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ (DMRC) ମୁତାବକ, ବିନା ଚାଳକରେ ମେଟ୍ରୋ ଟ୍ରେନର ଟପ୍ ସ୍ପିଡ୍ ଘଣ୍ଟାପ୍ରତି ୯୫ କିଲୋମିଟର୍ ରହିବ। ଏବଂ ଏହା ଟ୍ରାକରେ ଘଣ୍ଟାପ୍ରତି ୮୫ କିଲୋମିଟର ସ୍ପିଡରେ ଚାଲିବ। ଏହି ଟ୍ରେନ୍ ମଧ୍ୟ କମ୍ ବିଦ୍ୟୁତରେ ଚାଲିବ। ଚାଳକ ବିହିନ ମେଟ୍ରୋ ଟ୍ରେନ୍ ଦ୍ୱାରା ଏବେ ଦୁଇ ମେଟ୍ରୋ ମଧ୍ୟରେ ଦୂରତା କମିବ। ଅର୍ଥାତ୍ ଗୋଟିଏ ଟ୍ରେନ୍ ଯିବା ପରେ ୨ୟ ଟ୍ରେନ୍ ପାଇଁ ଯାତ୍ରୀଙ୍କୁ ବେଶୀ ସମୟ ଅପେକ୍ଷା କରିବାକୁ ପଡ଼ିବନି।
ଆସନ୍ତୁ ଜାଣିବା ଡ୍ରାଇଭରଲେସ୍ ମେଟ୍ରୋ ଟ୍ରେନର ବିଶେଷତ୍ୱ
- ଡ୍ରାଇଭରଲେସ୍ ଟ୍ରେନରେ କ୍ୟାବିନ୍ ରହିବ ନାହିଁ, କୋଚର ଡିଜାଇନ୍ ନୂଆ ହେବ।
- ଡ୍ରାଇଭରଲେସ୍ ଟ୍ରେନରେ ମଧ୍ୟ ସାଧାରଣ ମେଟ୍ରୋ ଟ୍ରେନ୍ ଭଳି ୬ଟି କୋଚ୍ ରହିବ।
- ଡ୍ରାଇଭରଲେସ୍ ଟ୍ରେନର ସ୍ପିଡ୍ ଘଣ୍ଟାପ୍ରତି ସର୍ବାଧିକ ୯୫ କିଲୋମିଟର୍ ହେବ।
- ଡ୍ରାଇଭରଲେସ୍ ଟ୍ରେନ୍ ଘଣ୍ଟାପ୍ରତି ୮୫ କିଲୋମିଟର ସ୍ପିଡ୍ ସହ ଯାତ୍ରା ଆରମ୍ଭ କରିବ।
- ଡ୍ରାଇଭରଲେସ୍ ଟ୍ରେନରେ ଏକକାଳୀନ ୨୨୮୦ ଯାତ୍ରା କରିପାରିବେ।
- ପ୍ରତି କୋଚରେ ୩୮୦ ଯାତ୍ରୀ ଯାତାୟତ କରିପାରିବେ।
- ଡ୍ରାଇଭରଲେସ୍ ଟ୍ରେନକୁ କଣ୍ଟ୍ରୋଲ୍ ରୁମରୁ ଅଟୋମେଟିକ୍ ଅପରେଟ୍ କରାଯିବ।
- ଟ୍ରେନ୍ ଭିତରେ ଓ ବାହାରେ ଅତ୍ୟାଧୁନିକ କ୍ୟାମେରା ଲଗାଯାଇଛି।
- ଦୁର୍ଘଟଣାକୁ ରୋକିବା ପାଇଁ ସେନସର୍ ଲାଗିଥିବା ବ୍ରେକ ବ୍ୟବହାର କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।