ଦେଶର ସବୁଠୁ ବଡ଼ ରେଳ ପ୍ରକଳ୍ପ ହାଇଦ୍ରାବାଦ୍ ମେଟ୍ରୋ ଉଦ୍‌ଘାଟିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ପ୍ରତିକ୍ଷିତ ହାଇଦ୍ରାବାଦ ମେଟ୍ରୋର ପ୍ରଥମ ପର୍ଯ୍ୟୟକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହାଇଦ୍ରାବାଦ୍ର ନାଗୋଲିରୁ ମିୟାପୁର ମଧ୍ୟରେ ୩୦ କିଲୋମିଟର ଲମ୍ବା ରାସ୍ତାରେ ଦୌଡ଼ିଛି ମେଟ୍ରୋ। ପ୍ରଥମ ପର୍ଯ୍ୟାୟରେ ରହିବ ୨୪ଟି ମେଟ୍ରୋ ଷ୍ଟେସନ୍। ପବ୍ଲିକ୍ ପ୍ରାଇଭେଟ ପାର୍ଟନର୍ସିପରେ ନିର୍ମିତ ଦେଶର ସବୁଠୁ ବଡ଼ ରେଳ ପ୍ରକଳ୍ପ ହେଉଛି ହାଇଦ୍ରାବାଦ୍ ମେଟ୍ରୋ। ଆମିରପେଟ୍ ହୋଇଛି ଦେଶର ବଡ଼ ମେଟ୍ରୋ ଷ୍ଟେସନ୍। ସକାଳ ୬ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ଏହା ଯାତାୟତ […]

hyderabad-metro3

Rakesh Mallick
  • Published: Tuesday, 28 November 2017
  • , Updated: 28 November 2017, 06:46 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ପ୍ରତିକ୍ଷିତ ହାଇଦ୍ରାବାଦ ମେଟ୍ରୋର ପ୍ରଥମ ପର୍ଯ୍ୟୟକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହାଇଦ୍ରାବାଦ୍ର ନାଗୋଲିରୁ ମିୟାପୁର ମଧ୍ୟରେ ୩୦ କିଲୋମିଟର ଲମ୍ବା ରାସ୍ତାରେ ଦୌଡ଼ିଛି ମେଟ୍ରୋ। ପ୍ରଥମ ପର୍ଯ୍ୟାୟରେ ରହିବ ୨୪ଟି ମେଟ୍ରୋ ଷ୍ଟେସନ୍। ପବ୍ଲିକ୍ ପ୍ରାଇଭେଟ ପାର୍ଟନର୍ସିପରେ ନିର୍ମିତ ଦେଶର ସବୁଠୁ ବଡ଼ ରେଳ ପ୍ରକଳ୍ପ ହେଉଛି ହାଇଦ୍ରାବାଦ୍ ମେଟ୍ରୋ। ଆମିରପେଟ୍ ହୋଇଛି ଦେଶର ବଡ଼ ମେଟ୍ରୋ ଷ୍ଟେସନ୍। ସକାଳ ୬ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ଏହା ଯାତାୟତ କରିବ। ପରେ ସମୟରେ ପରିବର୍ତ୍ତନ କରାଯାଇପାରେ। ଏହାର ସର୍ବନିମ୍ନ ମୂଲ୍ୟ ୨କିଲୋମିଟର ଭିତରେ ୧୦ଟଙ୍କା ରହିଥିବା ବେଳେ, ୨୬ କିଲୋମିଟରକୁ ୬୦ଟଙ୍କା ରହିଛି।   ମେଟ୍ରୋର ପ୍ରତି ବଗି  ଅତ୍ୟାଧୁନିକ ଶୈଳୀରେ ନିର୍ମାଣ କରାଯାଇଛି। ଯାତ୍ରୀ ମାନଙ୍କୁ ଟିକଟ୍ ପାଇଁ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବ ନାହିଁ। ଅତ୍ୟାଧୁନିକ ମେସିନ୍ ସାହାଯ୍ୟରେ ନିଜ ନିଜ ଟିକେଟ୍ ପାଇପାରିବେ ଯାତ୍ରୀ। ତେଲେଙ୍ଗାନା ରାଜ୍ୟ ସରକାରଙ୍କ ପକ୍ଷରୁ ମେଟ୍ରୋ ପାଇଁ ଫିଡର ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟ ମେଟ୍ରୋରେ ତିନୋଟି ଲେଖାଁଏ ବଗି ରହିବ। ତେବେ ଯାତ୍ରୀମାନଙ୍କ ପାଇଁ ଏହା ଆସନ୍ତା ୨୯ତାରିଖରୁ ଉପଲବ୍ଧ ହେବ। ଆଜି ମେଟ୍ରୋ ଟ୍ରେନରେ ଶୁଭାରମ୍ଭ କରିବା ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ସହ ଏକାଠି ଯାତ୍ରା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି।

Related story