ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର କରିବାକୁ ୨୪ ଘଣ୍ଟା ସରକାର ପ୍ରସ୍ତୁତ: ମୋଦି

କୁଚ: ପୁଣିଥରେ କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ ସପକ୍ଷରେ ମତଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଚାଷୀଙ୍କୁ ବିରୋଧୀ ଭ୍ରମିତ କରିଥିବାରୁ ସେମାନେ ଦିଲ୍ଲୀରେ ୨୦ ଦିନ ହେଲା ଆନ୍ଦୋଳନ କରୁଥିବା କଥା କହିଛନ୍ତି। ତେବେ ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ଭାରତ ସରକାର ୨୪ ଘଣ୍ଟା ପ୍ରସ୍ତୁତ ଓ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୋଦି କହିଛନ୍ତି। ଆଜି ମୋଦି ଗୁଜରାଟର କୁଚରେ ଉଦବୋଧନ ଦେଇ କହିଛନ୍ତି, […]

g

Hemant Lenka
  • Published: Tuesday, 15 December 2020
  • , Updated: 15 December 2020, 06:48 PM IST

କୁଚ: ପୁଣିଥରେ କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ ସପକ୍ଷରେ ମତଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଚାଷୀଙ୍କୁ ବିରୋଧୀ ଭ୍ରମିତ କରିଥିବାରୁ ସେମାନେ ଦିଲ୍ଲୀରେ ୨୦ ଦିନ ହେଲା ଆନ୍ଦୋଳନ କରୁଥିବା କଥା କହିଛନ୍ତି। ତେବେ ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ଭାରତ ସରକାର ୨୪ ଘଣ୍ଟା ପ୍ରସ୍ତୁତ ଓ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୋଦି କହିଛନ୍ତି।

ଆଜି ମୋଦି ଗୁଜରାଟର କୁଚରେ ଉଦବୋଧନ ଦେଇ କହିଛନ୍ତି, “ବର୍ତ୍ତମାନ କୃଷି କ୍ଷେତ୍ରର ସଂସ୍କାର ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ଏକାଧିକ କୃଷି ସଂଗଠନ ଓ ବିରୋଧୀ ଦଳଗୁଡ଼ିକ ଦୀର୍ଘବର୍ଷ ହେଲାଣି ଦାବି କରି ଆସୁଥିଲେ। ଭାରତ ସରକାର ସର୍ବଦା ଚାଷୀଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ।

ଆମେ ଚାଷୀଙ୍କ ସମସ୍ତ ପ୍ରକାରର ଦ୍ୱନ୍ଦ୍ୱ ଦୂର କରିବାକୁ ପ୍ରସ୍ତୁତ ରହିଛୁ। ଏବେ ବି ସରକାର ଚାଷୀଙ୍କ ସହ ଆଲୋଚନା କରୁଛନ୍ତି। ହେଲେ ବିରୋଧୀ ଦଳଗୁଡ଼ିକ ସେମାନଙ୍କୁ ଭ୍ରମିତ କରିବାରେ ଲାଗିଛନ୍ତି। ଦିଲ୍ଲୀରେ ଏକାଠି ହୋଇଥିବା ଚାଷୀଙ୍କୁ ମିଥ୍ୟା କୁହାଯାଇ ଷଡ଼ଯନ୍ତ୍ର କରାଯାଇଛି।

ଚାଷୀଙ୍କୁ କୁହାଯାଇଛି ଯେ ଯଦି ନୂଆ ଆଇନ ଆସିବ, ତା’ହେଲେ ସେମାନଙ୍କ ଜମି ଛଡ଼ାଇ ନିଆଯିବ। ମୁଁ ଏଠି ପ୍ରଶ୍ନ କରିବାକୁ ଚାହେଁ ଯେ ଆପଣ କ୍ଷୀର ବିକ୍ରି କରୁଥିବା ଫାର୍ମ କ’ଣ ଆପଣଙ୍କ ଗାଈ ଓ ମଇଁଷିକୁ ନେଇଯାଉଛି କି?

କ୍ଷମତାରେ ଥିବା ବେଳେ ବିରୋଧୀ ଦଳଗୁଡ଼ିକ କୃଷି କ୍ଷେତ୍ରରେ ସଂସ୍କାର ଆଣିବାକୁ ଚାହୁଁଥିଲେ। ଏହି ସବୁ ଆଇନ ସେମାନେ ପ୍ରଣୟନ କରିବାକୁ ଯୋଜନା କରିଥିଲେ। କିନ୍ତୁ ସେତେବେଳେ ଏହା ସମ୍ଭବ ହୋଇପାରିନଥିଲା। ଏବେ ଆଇନ ଲାଗୁ କରାଯିବାରୁ ବିରୋଧୀ ଦଳଗୁଡ଼ିକ ମିଥ୍ୟା ତଥ୍ୟ ପ୍ରଚାର କରି ଚାଷୀଙ୍କୁ ଭ୍ରମିତ କରୁଛନ୍ତି। ହେଲେ ସେମାନଙ୍କୁ ମନେ ରଖିବାକୁ ହେବ ଯେ ମୋ ସରକାର ୨୪ ଘଣ୍ଟା ଚାଷୀଙ୍କ ସମସ୍ତ ଦ୍ୱନ୍ଦ୍ୱ ଦୂର କରିବାକୁ ପ୍ରସ୍ତୁତ ରହିଛି।”

Related story