ଘାଟା ଦେଖାଉଥିବା ୨ ଲକ୍ଷ କମ୍ପାନୀ ବି ଦେବେ ଟିକସ!

ନୂଆଦିଲ୍ଲୀ: ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଠିକ୍‌ ରାସ୍ତାକୁ ଆଣିବା ପାଇଁ ମୋଦି-୨ ସରକାର ଖୁବଶୀଘ୍ର ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିପାରନ୍ତି। ପ୍ରଥମେ ନୋଟବନ୍ଦୀ ଓ ପରେ ନକଲି କମ୍ପାନୀ ଉପରେ ଲଗାମ ଲଗାଇବା ପରେ ମୋଦି ସରକାର ଏବେ କିଛି କମ୍ପାନୀଙ୍କ ଉପରେ ନଜର ପକାଇଛନ୍ତି, ଯେଉଁମାନେ ଟିକସ୍‌ ଫାଙ୍କିବା ପାଇଁ ନିଜ ସଂସ୍ଥା ଘାଟାରେ ଚାଲୁଛି ବୋଲି ଦେଖାଉଛନ୍ତି। ସେମାନଙ୍କ ପାଇଁ ମୋଦି ସରକାର ଏକ ନୂଆ ବ୍ୟବସ୍ଥା କରିବେ। ବର୍ତ୍ତମାନ ଦେଶରେ […]

waq

waq

Hemant Lenka
  • Published: Thursday, 13 June 2019
  • Updated: 13 June 2019, 06:28 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଠିକ୍‌ ରାସ୍ତାକୁ ଆଣିବା ପାଇଁ ମୋଦି-୨ ସରକାର ଖୁବଶୀଘ୍ର ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିପାରନ୍ତି। ପ୍ରଥମେ ନୋଟବନ୍ଦୀ ଓ ପରେ ନକଲି କମ୍ପାନୀ ଉପରେ ଲଗାମ ଲଗାଇବା ପରେ ମୋଦି ସରକାର ଏବେ କିଛି କମ୍ପାନୀଙ୍କ ଉପରେ ନଜର ପକାଇଛନ୍ତି, ଯେଉଁମାନେ ଟିକସ୍‌ ଫାଙ୍କିବା ପାଇଁ ନିଜ ସଂସ୍ଥା ଘାଟାରେ ଚାଲୁଛି ବୋଲି ଦେଖାଉଛନ୍ତି। ସେମାନଙ୍କ ପାଇଁ ମୋଦି ସରକାର ଏକ ନୂଆ ବ୍ୟବସ୍ଥା କରିବେ।

ବର୍ତ୍ତମାନ ଦେଶରେ ୨ ଲକ୍ଷରୁ ଅଧିକ କମ୍ପାନୀ କାଗଜ କଲମରେ ଘାଟାରେ ଚାଲୁଥିବା ଦାବି କରୁଛନ୍ତି। କିନ୍ତୁ ମୋଦି ସରକାର ଏହି ତଥାକଥିତ 'ଘାଟା' କମ୍ପାନୀଗୁଡ଼ିକୁ ଟିକସ ପରିସର ମଧ୍ୟକୁ ଆଣିବାକୁ ଯୋଜନା କରୁଛନ୍ତି। ଏହି କମ୍ପାନୀ ଗୁଡ଼ିକ ପାଇଁ ସରକାର ସର୍ବନିମ୍ନ ବିକଳ୍ପ ଟିକସ୍‌(ଏମଏଟି) ବ୍ୟବସ୍ଥା କରିବେ। ଆସନ୍ତା ବଜେଟ୍‌ ପୂର୍ବରୁ କିମ୍ବା ବଜେଟ୍‌ ଆଗତ ହେବା ପରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ, ପ୍ରସ୍ତାବ ମୁତାବକ ପ୍ରକୃତରେ କ୍ଷତିରେ ଚାଲୁଥିବା କମ୍ପାନୀଗୁଡ଼ିକୁ ସରକାର ଟିକସ କ୍ରେଡିଟ୍‌ରେ ରିହାତି ଦେଇପାରନ୍ତି। ଦୀର୍ଘ ଦଶନ୍ଧି ହେଲାଣି ଅଢ଼େଇ ଲକ୍ଷରୁ ଅଧିକ ଏମିତି କମ୍ପାନୀ ଅଛନ୍ତି, ଯେଉଁମାନେ କାଗଜ କଲମରେ କ୍ଷତି ଚାଲିଥିବା ଦର୍ଶାଇ ସରକାରଙ୍କୁ ଟିକସ୍‌ ଦେଉନାହାନ୍ତି।

ଏଭଳି କମ୍ପାନୀଗୁଡ଼ିକ ବ୍ୟାଙ୍କଗୁଡ଼ିକରୁ ଋଣ ନେଉଛନ୍ତି ଏବଂ ଦୀର୍ଘ ସମୟ ଯାଏ କେବଳ ଇନଡାଇରେକ୍ଟ ଟିକସ୍‌ ଦେଉଛନ୍ତି। ହେଲେ ଏମାନେ କୌଣସି ପ୍ରକାରର କର୍ପୋରେଟ୍‌ ଟିକସ ଦେଉନାହାନ୍ତି। ଟିକସ ଫାଙ୍କୁ ଥିବା କମ୍ପାନୀଗୁଡ଼ିକ ସରକାରଙ୍କ ସାମ୍ନାରେ ଦୁଇ ପ୍ରକାରର ହିସାବ କିତାବ ଉପସ୍ଥାପନ କରନ୍ତି। ଗୋଟିଏ ଆୟକର ଟିକସ ଆଧାରରେ ଏବଂ ଅନ୍ୟଟି କମ୍ପାନୀ ଆକ୍ଟ ଅନୁସାରେ ତଥ୍ୟ ଦିଅନ୍ତି। କମ୍ପାନୀଗୁଡ଼ିକ ଆୟକର ଟିକସରେ ନିଜର ଅଧିକ ଖର୍ଚ୍ଚ ଦେଖାଇ କ୍ଷତିରେ ଚାଲିଛନ୍ତି ବୋଲି ଦାବି କରିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story