ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ୧୧ତମ ବ୍ରିକ୍ସ ସମ୍ମିଳନୀ। ବ୍ରାଜିଲରେ ଆୟୋଜିତ ହେଉଥିବା ଏହି ଦୁଇ ଦିନିଆ ସମ୍ମିଳନୀରେ ଯୋଗ ଦେବା ପାଇଁ ବ୍ରାଜିଲରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଚୀନ ଓ ଋଷର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଦ୍ୱିପାକ୍ଷିକ ବୈଠକ ରହିଛି। ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ରେଡ୍ କାର୍ପେଟରେ ଭବ୍ୟ ସ୍ୱାଗତ କରାଯ।ଇଥିଲା।
https://twitter.com/narendramodi/status/1194541076981395456
ବ୍ରାଜିଲ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ‘ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ବ୍ରାଜିଲ୍ ଆସିଛି। ଏହି ଅବସରରେ କିଛି ଦେଶର ନେତାଙ୍କ ସହିତ ମଧ୍ୟ ଭେଟଘାଟ ହେବ। ମୋର ଆଶା ରହିଛି ଏହି ଅବସରରେ ବ୍ରିକ୍ସ ଦେଶ ମାନଙ୍କ ମଧ୍ୟରେ ଆର୍ଥିକ ଓ ସାଂସ୍କୃତିକ ସମ୍ପର୍କ ମଜବୁତ୍ ହେବ’। ଚଳିତ ବର୍ଷ ବ୍ରିକ୍ସ ସମ୍ମିଳନୀର ଥିମ୍ ରହିଛି ‘ଉନ୍ନତ ଭବିଷ୍ୟତ ପାଇଁ ଆର୍ଥିକ ବିକାଶ’। ପ୍ରଧାନମନ୍ତ୍ରୀଙ୍କ ସହିତ ଦେଶର ବ୍ୟବସାୟିକ ମଣ୍ଡଳୀ ଗସ୍ତ କରିଥିବା ସୂଚନା ରହିଛି। । ବ୍ରିକ୍ସ ଦେଶ ମଧ୍ୟରେ ଆୟୋଜକ ଦେଶ ବ୍ରାଜିଲ୍, ଭାରତ, ଋଷ, ଚୀନ ଏବଂ ଦକ୍ଷିଣ ଆଫ୍ରିକା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।