ମନମୋହନଙ୍କୁ ମୋଦିଙ୍କ କଟାକ୍ଷ: ଭାରତ ମାତାକୀ ଜୟ କହିଲେ କିଛି ଲୋକଙ୍କୁ ଗନ୍ଧାଉଛି କାହିଁକି?

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହଙ୍କ ନାଁ ନନେଇ ଟାର୍ଗେଟ୍‌ କରିଛନ୍ତି। ମୋଦି ପ୍ରଶ୍ନ କରିଛନ୍ତି, ଭାରତ ମାତାକୀ ଜୟ କହିଲେ କିଛି ଲୋକଙ୍କୁ ଗନ୍ଧାଉଛି କାହିଁକି? ଦିଲ୍ଲୀଠାରେ ବିଜେପିର ସଂସଦୀୟ ବୋର୍ଡ ବୈଠକରେ ଏଭଳି କହିଛନ୍ତି ମୋଦି। ସେ ଏପରି କହିବା ପୂର୍ବରୁ ମନମୋହନ ଗତ ୨୨ ତାରିଖରେ ,କ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ରାଷ୍ଟ୍ରବାଦ ଏବଂ ‘ଭାରତ ମାତାକୀ ଜୟ’ ସ୍ଲୋଗାନର ଅପବ୍ୟବହାର କରି ଏକ […]

Modi-Manmohan-Singh

Modi-Manmohan-Singh

Subrat Kumar Nayak
  • Published: Tuesday, 03 March 2020
  • Updated: 03 March 2020, 01:20 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହଙ୍କ ନାଁ ନନେଇ ଟାର୍ଗେଟ୍‌ କରିଛନ୍ତି। ମୋଦି ପ୍ରଶ୍ନ କରିଛନ୍ତି, ଭାରତ ମାତାକୀ ଜୟ କହିଲେ କିଛି ଲୋକଙ୍କୁ ଗନ୍ଧାଉଛି କାହିଁକି? ଦିଲ୍ଲୀଠାରେ ବିଜେପିର ସଂସଦୀୟ ବୋର୍ଡ ବୈଠକରେ ଏଭଳି କହିଛନ୍ତି ମୋଦି।

ସେ ଏପରି କହିବା ପୂର୍ବରୁ ମନମୋହନ ଗତ ୨୨ ତାରିଖରେ ,କ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ରାଷ୍ଟ୍ରବାଦ ଏବଂ ‘ଭାରତ ମାତାକୀ ଜୟ’ ସ୍ଲୋଗାନର ଅପବ୍ୟବହାର କରି ଏକ ‘ଆକ୍ରମଣାତ୍ମକ ଏବଂ ଆବେଗପୂର୍ଣ୍ଣ’ ଭାରତ ନିର୍ମାଣ ପାଇଁ ପ୍ରୟାସ କରାଯାଉଛି, ଯେଉଁଥିରୁ ଲକ୍ଷ ଲକ୍ଷ ନାଗରିକ ବାଦ ପଡ଼ୁଛନ୍ତି। ‘ହୁ ଇଜ୍‌ ଭାରତମାତା’ ନାମକ ଏକ ବହିର ଉନ୍ମୋଚନରେ ସେ ଏଭଳି କହିଥିଲେ। ନେହରୁଙ୍କୁ ଭୁଲ ଭାବେ ଉପସ୍ଥାପିତ କରାଯାଉଛି ଏବଂ ମିଛକୁ ଖଣ୍ଡନ କରିବାର କ୍ଷମତା ଇତିହାସର ରହିଛି ବୋଲି ସେ କହିଥିଲେ।

ତେବେ ମୋଦି ମନମୋହନଙ୍କ ନାଁ ନନେଇଥିଲେ ମଧ୍ୟ ଏହି ପ୍ରସଙ୍ଗରେ କହିଥିଲେ, “ପୂର୍ବରୁ ଲୋକେ ବନ୍ଦେ ମାତରମ୍‌କୁ ବିରୋଧ କରୁଥିଲେ। ଏବେ ଭାରତ ମାତା କି ଜୟ କହିବାକୁ କିଛି ଲୋକଙ୍କୁ ଗନ୍ଧାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos