କାର୍ରେ ବସିବା ବେଳେ କ’ଣ କରନ୍ତି ମୋଦି, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ସେ ଫେସବୁକ୍ ହେଉ କି ଟ୍ୱିଟର ଅବା ଇନ୍ଷ୍ଟାଗ୍ରାମ। ସୋଶାଲ ମିଡିଆରେ ସବୁଠୁ ବେଶୀ ଚର୍ଚ୍ଚାରେ ରୁହନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏବେ ମୋଦିଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖି ଆପଣ ବି ସଚେତନ ହେବେ। ଏହି ଭିଡିଓକୁ ପ୍ରେସ୍ ଇନଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ସେୟାର କରାଯାଇଛି।
ଯେଉଁ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି କାର୍ ଭିତରେ ବସିବା ବେଳେ ସିଟ୍ ବେଲଟ୍ ବାନ୍ଧୁଥିବା ଦେଖାଯାଉଛି। ମୁଖ୍ୟତଃ ଲୋକମାନଙ୍କୁ ଗାଡ଼ି ଚଲେଇଲା ବେଳେ ସଚେତନତା କରିବା ଉଦ୍ଦେଶ୍ୟରେ ଏହି ଭିଡିଓ ସେୟାର କରାଯାଇଥିବା କୁହାଯାଉଛି।
ମୋଦି କାର୍ ଭିତରକୁ ଯିବା ପୂର୍ବରୁ ପ୍ରଥମେ ଲୋକଙ୍କ ଅଭିବାଦନ ଗ୍ରହଣ କରୁଛନ୍ତି। ପରେ ସିଟ୍ ବେଲଟ୍ ବାନ୍ଧୁଥିବା ଭିଡିଓରେ ଦୃଶ୍ୟାୟନ ହେଉଛି। ଏନେଇ ପିଆଇବି ଟ୍ୱିଟ୍ କରିଛି। ସେଥିରେ ଉଲ୍ଲେଖ ଅଛି ଯେ, ‘ପ୍ରଧାନମନ୍ତ୍ରୀ ମୋଦି କାରର୍ରେ ବସିବା ପରେ ପ୍ରଥମେ ସିଟ୍ବେଲଟ୍ ବାନ୍ଧୁଛନ୍ତି। କ’ଣ ଆପଣ କରୁଛନ୍ତି ? ଏହାପରେ ଲେଖାଯାଇଛି ଯେ, ସିଟ୍ବେଲଟ୍ ଲଗାନ୍ତୁ।’ ଏହି ଭିଡିଓଟିକୁ ୫୦୦୦ରୁ ଅଧିକ ଲାଇକ୍ ମିଳିଛି।
୨୦୦୦ରୁ ଅଧିକ କମେଣ୍ଟ ଆସିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁଯାୟୀ, ସିଟ୍ ବେଲଟ୍ ନ ବାନ୍ଧିବା କାରଣରୁ ଦୁର୍ଘଟଣାରେ ୪୫-୬୦ ପ୍ରତିଶତ ଲୋକଙ୍କ ମୃତ୍ୟୁ ଘଟୁଛି। ୨୦୧୭ରେ Maruti Suzuki India Limited ପକ୍ଷରୁ କରାଯାଇଥିବା ଏକ ସର୍ଭେରେ କେବଳ ୨୫ ପ୍ରତିଶତ ଲୋକେ ସିଟ୍ ବେଲଟ୍ ଲଗାଇଥାନ୍ତି।
First thing the Prime Minister does when getting in his car is put his seat belt on…Whats your excuse??
Wear your seat belt.#SadakSurakshaJeevanRaksha #RoadSafety @nitin_gadkari @akshaykumar @PMOIndia @narendramodi @mansukhmandviya pic.twitter.com/ewLKjJAlxb
— PIB India (@PIB_India) August 21, 2018
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।