ରାୟପୁର: ବିବାଦୀୟ ପୋଲାଭରମ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେଉଥିବା ତେଲେଙ୍ଗାନା ଓ ଛତିଶଗଡ଼ରେ ମେଳି ବାନ୍ଧୁଛନ୍ତି ଆଞ୍ଚଳିକ ଦଳ। ଏହାକୁ ନେଇ କ’ଣ ରହିବ ବିଜେଡିର ଅଭିମୁଖ୍ୟ ଏବେ ତା’ ଉପରେ ନଜର ରହିଛି। ବିଜେଡି ଆସନ୍ତକାଲିଠାରୁ ରାଜଭବନ ଆଗରେ ଧାରଣା ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ଦୁଇଟି ରାଜ୍ୟର ଆଞ୍ଚଳିକ ଦଳ ଭିତରେ ଗତକାଲି ରୁଦ୍ଧଦ୍ୱାରା ବୈଠକ ହୋଇଥିଲା। ଏଥିରେ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ବରିଷ୍ଠ ନେତା ତଥା ଜଳ ସମ୍ପଦ ମନ୍ତ୍ରୀ ଟି. ହରିଶ ରାଓ ଓ ଛତିଶଗଡ଼ ଜନତା କଂଗ୍ରେସ ଦଳର ବିଧାୟକ ଅମିତି ଯୋଗୀ ଆଲୋଚନା କରିଥିଲେ। ପୋଲାଭରମ ବିରୋଧରେ ଆଇନଗତ ଓ ରାଜନୈତିକ ଲଢେଇ ଜାରି ରଖିବାକୁ ଏଥିରେ ଆଲୋଚନା ହୋଇଥିବା ସୂଚନା ମିଳିଛି।
ଗତକାଲି ପୋଲାଭରମ୍କୁ ନେଇ ତେଲେଙ୍ଗାନା ଓ ଛତିଶଗଡ଼ରେ ଅଶାନ୍ତି ସୃଷ୍ଟି ହୋଇଥିଲା। ଲୋକେ ପ୍ରକଳ୍ପକୁ ବିରୋଧ କରି ବିକ୍ଷୋଭ କରିବା ସହ ପୋଡାଜଳା କରିଥିଲେ।
ବିଜେଡି ଏହି ପ୍ରକଳ୍ପକୁ କଡ଼ା ବିରୋଧ କରୁଥିବାର ତା’ର ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମହିଳାଙ୍କ ଚୁଟି କାଟି କଳା ବୋଳିଦେଲେ, ଗଛରେ ବାନ୍ଧି ଦେଲେ ଗରମ ଚେଙ୍କ
ସର୍ବ ସମ୍ମୁଖରେ ମହିଳାଙ୍କ ଚୁଟି କାଟିଦେଲେ। ମୁହଁରେ କଳା ବୋଳିଦେଲେ। ସେତିକିରେ ସରିଲାନି ନିର୍ଯାତନାର କାହାଣୀ। ମହିଳାଙ୍କୁ ଗଛରେ ବାନ୍ଧି ଦୁଇ ଦିନ କାଳ ଦେଇ ଚାଲିଲେ ଗରମ ଚେଙ୍କ ।
National
କ୍ୟାନ୍ସର୍ ପାଇଁ 'ସ୍ପେଶାଲ ଡାଏଟ୍'କୁ ବିରୋଧ, ସିଦ୍ଧୁଙ୍କ ପତ୍ନୀଙ୍କୁ ୮୫୦ କୋଟିର ନୋଟିସ୍
ସ୍ପେଶାଲ୍ ଡାଏଟ୍ ସହାୟତାରେ କ୍ୟାନସରରୁ ସୁସ୍ଥ ହୋଇଥିବା ଦାବି କରିବା ପରେ, ନବଜୋତ କୌର ସିଦ୍ଧୁଙ୍କୁ ୮୫୦ କୋଟି ଟଙ୍କାର ନୋଟିସ୍ ପଠାଇଛି ଛତିଶଗଡ଼ ସିଭିଲ୍ ସୋସାଇଟି।
National
ମୋ’ ଦୁଇ ଛୁଆଙ୍କ ତଣ୍ଟି ଚିପି ଦେଲା ପତ୍ନୀ, ସ୍ୱାମୀ ଆଣିଲେ ସାଂଘାତିକ ଅଭିଯୋଗ
ମା’ଙ୍କ ଉପସ୍ଥିତିରେ ଘରୁ ମିଳିଲା ପୁଅଝିଅଙ୍କ ମୃତଦେହ। ରଶିରେ ବେକକୁ ଚିପି ଉଭୟଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
National
ମାଡ଼ି ଆସୁଛି ବାତ୍ୟା 'ଫେଙ୍ଗଲ', ଆଜି କରିବ ଲ୍ୟାଣ୍ଡଫଲ୍
ସାଇକ୍ଲୋନ୍ ଫେଙ୍ଗଲ ଏବେ ଚେନ୍ନାଇଠାରୁ ୨୫୦ କିମି ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି।
Business
ଦେଶର ଜିଡିପି ଅଭିବୃଦ୍ଧି ହାର ଦୁଇ ବର୍ଷରେ ସର୍ବନିମ୍ନ
ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ଖସିଛି। ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଅର୍ଥନୀତି କ୍ଷେତ୍ରରେ ଘଟିଛି ଅବନତୀ।